ଖରାପ ସମୟକୁ ଭଲ ସମୟରେ ବଦଳାଇବାର 2ଟି ନିୟମ- Geeta Vani

ଖରାପ ସମୟରୁ ବାହାରକୁ ଆସିବା ପାଇଁ କଣ କରିବାକୁ ପଡିବ, ସମୟ ଖରାପ ହେଉ କି ଭଲ ହେଉ ତାର ବହୁତ ମୂଲ୍ୟ ରହିଛି । ସମୟ ସହିତ ତାହା ବିତିଯାଇଥାଏ । କିନ୍ତୁ ଖରାପ ସମୟର ବହୁତ ମୂଲ୍ୟ ରହିଥାଏ । ସେ ସମୟ ଆମକୁ ଶିକ୍ଷା ଦେଇକି ଯାଇଥାଏ । ଯାହା ଆଗକୁ ଯାଇ ଆମ ଜୀବନରେ କାମରେ ଆସିଥାଏ ।

ସେଥିପାଇଁ ଭଗବାନ ଆମ ସମସ୍ତଙ୍କୁ ଖରାପ ସମୟ ଦେଇଥାନ୍ତି । ବର୍ତମାନ କରୋନାରୁ ଆମେ ଶିଖି ଗଲୁ, ଆମ ଦେଶକୁ ତାର ନିଜ ଗୋଡରେ ଠିଆ ହେବାର ଆବଶ୍ୟକତା ରହିଛି । ଚାଇନା ଉପରେ ଆମକୁ ନିଭର କରିବା କଥା ନୁହେଁ । ଆଉ ବ୍ୟକ୍ତିଗତ କଥା କହିବାକୁ ଗଲେ ଆମ ପାଖରେ ସେବିଙ୍ଗ ନିଶ୍ଚିତ ଭାବରେ ରହିବା ଦରକାର ।

ଆମେ ସମସ୍ତେ ସମସ୍ୟାରୁ ବାହାରକୁ କାହିଁକି ଆସିପାରି ନଥାଉ । ଏହି କଥାକୁ ବୁଝାଇବା ପାଇଁ ଗୋଟେ ବହୁତ ରୋଚକ କଥା ଆଲୋଚନା କରିବା, ଆମେ ଜାଣିବା ଆମେ କେଉଁ ଭୁଲ କରିଥାଉ । ବୈଜ୍ଞାନିକ ମାନେ ଗୋଟେ ସୋଧ କରିଥିଲେ ବେଙ୍ଗ ଉପରେ । ବେଙ୍ଗକୁ ଗୋଟେ ଜାଗାରେ ରାଖୀ ସେ ଜାଗାରେ ପଣି ଢଳାଗଲା ଓ ସେହି ଜାଗାକୁ ଧୀରେ ଧୀରେ ଗରମ କରାଗଲା ।  ପଣି ଯେମିତି ଗରମ ହେଲା ବେଙ୍ଗ ସେ ପାଣିର ଟାପ ମାତ୍ରା ସହିତ ନିଜ ଶରୀରର ତାପମାତ୍ରା ସହିତ ଆଡଯଷ୍ଟ କରିଦେଲା ପୁଣି ପାଣି ଆଉ ଟିକେ ଗରମ ହେଲା ବେଙ୍ଗ ପୁଣି ଆଡଯଷ୍ଟ କରିଦେଲା । ବୈଜ୍ଞାନିକ ମାନେ ପାଣି ଗରମ କରିବାକୁ ଲାଗିଲେ ବେଗ କିନ୍ତୁ ସେହି ତାପମାତ୍ରା ସହିତ ଟା ଶରୀରକୁ ଆଡଯଷ୍ଟ କରିବାକୁ ଲାଗିଲା ।

ଯେତେବେଳେ ପାଣି ଫୁଟିବାକୁ ଲାଗିଲା ଓ ବେଙ୍ଗର ସହିବା ବାହାରେ ହୋଇଗଲା, ବେଙ୍ଗ ନିର୍ନାୟ ନେଲା ପାଣିରୁ ବାହାରକୁ ଆସିବା ପାଇଁ, କାରଣ ପାଣି ଅଧିକ ଗରମ ହେବାରୁ ବେଙ୍ଗା ସେ ତାପମାତ୍ରାରେ ଆଡଯଷ୍ଟ କରିବା ସମ୍ଭବ ନଥିଲା । ପାଣିରୁ ବାହାରକୁ ଆସିବା ବଞ୍ଚିବା ମାରିବାର ପ୍ରଶ୍ନ ଥିଲା ।ବେଙ୍ଗର ସବୁ ଶକ୍ତି ପାଣିର ତାପାମାତ୍ରାରେ ଆଡଯଷ୍ଟ କରିବାରେ ଲାଗିଯାଇଥିଲା । ବେଙ୍ଗ ପାଖରେ ସେତିକି ଶକ୍ତି ନଥିଲା ସେ କୁଦା ମାରି ବାହାରକୁ ଆସିପାରିବା । କିଛି ସମୟ ପର୍ଯ୍ୟନ୍ତ ବେଙ୍ଗ ଚେଷ୍ଟା କଲା, ଟା ପରେ ଗରମ ଲାଗି ସେ ମରିଗଲା । ଏବେ ଆପଣଙ୍କୁ ଗୋଟେ ପ୍ରଶ୍ନ ବେଙ୍ଗକୁ କିଏ ମାରିଲା ? ବହୁତ ଲୋକ କହିବେ ବେଙ୍ଗକୁ ଫୁଟୁଥିବା ପାଣି ମାରିଲା ।

କିନ୍ତୁ ଏହା ପୁରା ସତ୍ୟ ନୁହେଁ, ବେଙ୍ଗ ଶେଥି ପାଇଁ ମରିଲା ଠିକ ସମୟରେ ନିର୍ନୟ ନେଇନଥିଲା ବୋଲି । ଆମ ସମସ୍ତଙ୍କୁ ପରିସ୍ଥିତି ଓ ଲୋକ ମାନଙ୍କ ସହିତ ଆଡଯଷ୍ଟ କରିବାକୁ ପଡିଥାଏ । ପରିସ୍ଥିତି ସହିତ ଆମକୁ ଦେଖିବାକୁ ହେବା କେବେ ଆଡଯଷ୍ଟ କରିବାକୁ ହେବା ଓ କେବେ ଦରକାର ନହିଁ । କେବେ କୁଦା ମାରି ବାହାରକୁ ଆସିବା ମାନେ ରଖନ୍ତୁ । ଯଦି ଜୀବନରେ ଠିକ ନିର୍ନୟ ନେବନି ଜୀବନ ନିଜେ ନିର୍ନୟ ନେଇଥାଏ । କୃଷ୍ଣ ମଧ୍ୟ ଏହା କହିଛନ୍ତି କାହା ସହିତ ଖରାପ କର ନାହିଁ ଓ ଯଦି କିଏ ଆପଣଙ୍କ ସହିତ ଖରାପ କରୁଛି ତାକୁ କେବେ ସହନ୍ତୁ ନହିଁ । ଗୋଟେ ପିଲା ଘରକୁ ଆସି ତା ମାକୁ କହିଲା ମା ମୁଁ କିଛି ବୁଝି ପାରୁନି କଣ କରିବି ଆଉ କଣ କରିବି ନାହିଁ ।

ଛୋଟ ପିଲାଟି କହିଲା ମୋ ଜୀବନ ନର୍କ ହୋଇଗଲନି । ଜୀବନରେ କିଛି ଠିକ ଚାଲିନି ଗୋଟିଏ ଠିକ ହେଲା ପରେ ଆଉ ଗୋଟିଏ ସମସ୍ୟା ଆସିଯାଉଛି , ପୁଣି ପଢିବାର ବୋଝ । ମା ଛୁଆଟିକୁ ରୋଷେଇ ଘରକୁ ନେଇ ଯାଇ ଦୁଇଟି ଯାକ ଚୁଲା ଜଳେଇ ତା ଉପରେ ଦୁଇଟି କଡ଼ାଇ ରଖି ଦେଲା । ଆଉ ତୃତୀୟ ଚୁଲା ଜଳାଇ ତାକୁ ଖାଲି ରଖି ଦେଲା । ପ୍ରଥମ କଡ଼ାଇରେ ବରଫ ରଖିଲା, ଦିତୀୟରେ ମଖନ ରଖିଦେଲା ଓ ଗ୍ଯାସର ତୃତୀୟ ଆଞ୍ଚରେ ପାପଡ ରଖି ଦେଲା । ପୁଅ ତା ମାକୁ କହିଲା ମା ତମେ କଣ କରୁଛ, ମା କିଛି କହିଲା ନହିଁ ମା ସେଇ ତିନୋଟି ଜିନିଷକୁ ହେବାକୁ ଛାଡିଦେଲା ଓ ଠିକ ୨୦ ମିନିଟ ପରେ ଗ୍ଯାସକୁ ବନ୍ଦ କରିଦେଲା ।

ମା ପଚାରିଲା ତୁ କଣ ଦେଖିଲୁ ପିଲାଟି କହିଲା ତରଲି ଯାଇଥିବା ବରଫ, ତରଲି ଯାଇଥିବା ଲହୁଣୀ, ଓ ପାପଡ । ମା ତିନିଟା ଜିନିଷକୁ ଆଣି ପ୍ଲେଟରେ ରଖିଲା ତାପରେ ଶକ୍ତ ବରଫ ପାଣି ବନିଗଲା, ଯେମିତି ବରଫକୁ ଗରମ କରାଗଲା ସେ ତାର ଅସ୍ତିତ୍ଵ ହରାଇ ବସିଲା । ବହୁତ ଲୋକ ସେମିତି ହୋଇଥାନ୍ତି ଖରାପ ପରିସ୍ତିତିରେ କର୍ମ କରିବା ଛାଡି ଦିଅନ୍ତି । ପୁଣି ମା ପାପଡ଼କୁ ଇସାରା କରି କହିଲା ପାପଡ ନରମ ଥିଲା ଓ ସେ ଶକ୍ତ ହୋଇଗଲା । ଓ ଏହି ମଖନଙ୍କୁ ଦେଖ ଏହା ଏବେ ଘିଅ ହୋଇଗଲା ।

ଏବେ ଆ ଭିତରୁ କେତେ ଭଲ ବାସ୍ନା ଆସୁଛି । ମା କହିଲା ବରଫ ତାମସିକ ବ୍ଯକ୍ତିର ପ୍ରତୀକ ଅଟେ, କଷ୍ଟ ଆସିଲରୁ ନରମ ପଡିଗଲା ଓ ବିବ୍ରତ ହୋଇଗଲା ନିଜର ଅସ୍ତିତ୍ଵ ହରାଇଲା । ପାପଡ଼ ପ୍ରତୀକ ଅଟେ ରାଜସିକ ବ୍ଯକ୍ତିର, ଯିଏ କଠିନ ପରିସ୍ତିତିରେ କ୍ରୋଧରେ ଆସିଗଲା । ମଖନ ପ୍ରତୀକ ଅଟେ ସାତ୍ଵିକ ବ୍ଯକ୍ତିର ଯାହା କଷ୍ଟ ଆସିବା ଦ୍ଵାରା ଚିକ ଚିକ ହୋଇ ସାମନାକୁ ଆସିଲା । ପରିସ୍ଥିତି ସମସ୍ତଙ୍କର ଖରାପ ଆସେ କିନ୍ତୁ ପ୍ରତିକ୍ରିୟା ଦେବା ଆମ ଉପରେ ନିର୍ଭର କରିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *