ଘର ଭିତରେ ଭୁଲରେ ବି ଏହି ଦେବୀଙ୍କ ନାମ ନିଅ ନାହିଁ- ସରାଜୀବନ ରହିଯିବ ଦରିଦ୍ର

ସାଙ୍ଗମାନେ ସମସ୍ତେ ଆମେ ଆମ ଘରକୁ ମନ୍ଦିର ଭଳି ଭାବିଥାଉ । ଏହି ଜାଗାରେ ଦେବୀ ଦେବତା ସବୁବେଳେ ବାସ କରନ୍ତୁ ଓ ତାଙ୍କର କୃପା ସବୁବେଳେ ରହୁ ସେଥିପାଇଁ ସବୁପ୍ରକାର ପ୍ରୟାସ କରିଥାଉ । ଘର ସଜେଇଥାଉ, ସବୁବେଳେ ଘର ସଫା ରଖିଥାଉ ଯେମିତି ନକରାତ୍ମକ ଶକ୍ତି ପ୍ରବେଶ ନକରିପାରିବ ଓ ମା ଲକ୍ଷ୍ମୀ ସବୁବେଳେ ନିବାସ କରିବେ । ଦେବୀ ଲକ୍ଷ୍ମୀଙ୍କୁ ଚଞ୍ଚଳା କୁହାଯାଇଛି ।

ଏହି କାରଣରୁ ଦେବୀ ଲକ୍ଷ୍ମୀ ଗୋଟେ ଜାଗାରେ ବେଶୀ ସମୟ ରହିପାରନ୍ତିନି । ଯେବେ ଘରେ ନକରାତ୍ମକ ଊର୍ଜା ବଢିଯାଏ ଲୋକଙ୍କ ମଧ୍ୟରେ ଦୁରାଚାରୀ ବଢିଯାଏ ସେହି ଜାଗାରୁ ଲକ୍ଷ୍ମୀ ଶୀଘ୍ର ଛାଡି ପଳାନ୍ତି । ସେମିତିରେ ସମସ୍ତଙ୍କ ଘରେ ଈଶ୍ବରଙ୍କ ପୂଜା ଆରାଧନା ପାଇଁ ଏକ ମନ୍ଦିରର ଅବଶ୍ୟକ ହୁଏ, ମନ୍ଦିରରେ ଆମେ ବହୁତ ପ୍ରକାର ଦେବତାଙ୍କର ମୂର୍ତ୍ତି ରଖିଥାଉ ଓ ତାଙ୍କର ପୂଜା କରିଥାଉ କିନ୍ତୁ ଘରର ମନ୍ଦିରରେ ଏହି ଦେବତାଙ୍କ ମୂର୍ତ୍ତି ରହିବା ଆବଶ୍ୟକ ।

Image Courtesy: Google

ସବୁଠୁ ପ୍ରଥମେ ଗଣେଶଙ୍କ ମୂର୍ତ୍ତି ରହିବା ଆବଶ୍ୟକ , ତାଙ୍କ କୃପା ବିନା କୌଣସି କାର୍ଯ୍ୟ ସିଦ୍ଧ ହୁଏ ନାହିଁ, ତାଙ୍କ ପୂଜା ନକରି ଯେ କୌଣସି ଦେବତାଙ୍କ ପୂଜା କଲେ କିଛି ଫଳ ମିଳିନଥାଏ । କାହିଁକି ନା ସବୁ ଦେବତାମାନେ ଗଣେଶଙ୍କୁ ପ୍ରଥମେ ପୂଜା ପାଇବାର ବରଦାନ ଦେଇଛନ୍ତି । ଏହି କାରଣରୁ କୌଣସି ପୂଜା କରିବା ଆଗରୁ ଗଣେଶଙ୍କ ପୂଜା ନିହାତି କରନ୍ତୁ । ଘର ମନ୍ଦିରରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ରହବା ନିହାତି ଅବଶ୍ୟକ, ସୁଖ, ସମୃଦ୍ଧି ଓ ଐଶ୍ଵର୍ଜ୍ୟ ପ୍ରାପ୍ତି ହେବାପାଇଁ ପ୍ରତିଦିନ ମା ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ ।

Image Courtesy: Google

ଭଗବାନ ଶିବ ଓ ଭଗବାନ ବିଷନୁଙ୍କ ମୂର୍ତ୍ତି ମନ୍ଦିରରେ ରହିବା ଆବଶ୍ୟକ । ତାଙ୍କ ପୂଜା କଲେ ଘର ସୁଖ ଶାନ୍ତିରେ ରହେ ଓ ଘରେ ପୁରୁଷଙ୍କ କାର୍ଯ୍ୟରେ ଉନ୍ନତି ହୁଏ, ଏହା ସହିତ ଶିବଲିଙ୍ଗ ସ୍ଥାପିତ କରନ୍ତୁ ଓ ସବୁଦିନ କ୍ଷୀରରେ ଶିବଲିଙ୍ଗକୁ ଅଭିଷେକ କରନ୍ତୁ ଓ ଚନ୍ଦନ ଟିକା ଲଗେଇ ତାଙ୍କର ପୂଜା କରନ୍ତୁ । ଘର ମନ୍ଦିରରେ ମା ସରସ୍ବତୀଙ୍କର ମୂର୍ତ୍ତି ରହିବା ଅବଶ୍ୟକ, ମା ସରସ୍ବତୀଙ୍କ ପୂଜା କଲେ ଘରେ ବିଦ୍ୟାର୍ଥୀ ମାନଙ୍କ ବୁଦ୍ଧି ପ୍ରଖର ହୁଏ ଓ ତାଙ୍କୁ ବିଦ୍ୟାରେ ସଫଳତା ମିଳେ । ସେମାନଙ୍କ ରୁମରେ ମା ସରସ୍ବତୀଙ୍କ ଫଟୋ ଅବଶ୍ୟ ଲଗାନ୍ତୁ ଓ ସେମାନଙ୍କୁ ମାଙ୍କ ପୂଜା କରିବାପାଇଁ ପ୍ରେରିତ କରନ୍ତୁ, ମା ସରସ୍ଵତୀ ଘରେ ବାସ କଲେ ବିଦ୍ୟାର୍ଥୀମାନେ କେବେ ଅସଫଳ ହୁଅନ୍ତିନି ।

Image Courtesy: Google

ଦୁଷ୍ଟ ଶକ୍ତି ଓ ଖରାପ ଶକ୍ତିରୁ ବଞ୍ଚିବାପାଇଁ ଘର ଭିତରେ ହନୁମାନଙ୍କ ମୂର୍ତ୍ତି ଓ ହନୁମାନଙ୍କ ଫଟୋ ନିହାତି ରହିବା ଦରକାର । ଏଥିରେ ଘରକୁ ଆସିଥିବା ଅତିଥି ଓ ଅନ୍ୟ ଲୋକଙ୍କ ସାଙ୍ଗରେ ଆସିଥିବା ନକରାତ୍ମକ ଉର୍ଜା ଘରେ ପ୍ରବେଶ କରିପାରିବନି ଏହା ସହିତ ଆପଣଙ୍କ ଯେଉଁ କୁଳ ଦେବା ଦେବୀ ଅଛନ୍ତି ତାଙ୍କ ମୂର୍ତ୍ତି ଅବଶ୍ୟ ରଖନ୍ତୁ । ଘର ଭିତରେ ଦେବୀ ଦେବତାଙ୍କ ବାସ ହେବାପାଇଁ ଘରକୁ କେବେ ବି ଅଳିଆ ରଖନ୍ତୁ ନାହିଁ ଓ ଏହାକୁ ସବୁଦିନ ସକାଳ ସମୟରେ ସଫା କରନ୍ତୁ , ସନ୍ଧ୍ଯା ସମୟରେ ଝାଡୁ ଲଗେଇବା ବର୍ଜିତ କରାଯାଇଛି ।

Image Courtesy: Google

ଘର ଭିତରେ କୁଳୁକୁଳୁ କରି ପକେଇବା ବହୁତ ଅଶୁଭ ହୁଏ , କିଛି ଲୋକ ଜାଣତରେ କି ଅଜାଣତରେ କୁଳୁକୁଳୁ କରି ପକାନ୍ତି , ଏମିତି କରିବା ଉଚିତ ନୁହେଁ । ଏମିତି କଲେ ଘରୁ ଲକ୍ଷ୍ମୀ ଛାଡିଯାନ୍ତି । ବାହାରୁ ଘରକୁ ଯିବା ସମୟରେ ନିଜ ପାଦକୁ ଭଲ ଭାବରେ ଧୋଇଦିଅନ୍ତୁ ଏମିତି କଲେ ବାହାରର ନକରାତ୍ମକ ଶକ୍ତି ଆପଣଙ୍କ ସାଙ୍ଗରେ ଭିତରକୁ ପ୍ରବେଶ କରିପାରେନି । ଘରେ କୌଣସି ପ୍ରକାରର ଅନୁଚିତ କାର୍ଯ୍ୟ କରନ୍ତୁ ନାହିଁ , ଯେମିତି ମଦ ପିଇବା ମାଂସ ଖାଇବା ଇତ୍ୟାଦି । ଏହି ସବୁ ନିଚ୍ଚ ମନୁଷ୍ୟର ଲକ୍ଷଣ ହୋଇଥାଏ ।

Image Courtesy: Google

ଏହି ସବୁର ସେବନ ଘର ଭିତରେ କଲେ ଘରୁ ଲକ୍ଷ୍ମୀ ସବୁଦିନ ପାଇଁ ଚାଲି ଯାଆନ୍ତି । ଘର ଭିତରେ ବୁଢିଆଣୀ ଜାଲ କିମ୍ବା ଅନ୍ଧୁ ଥାଏ ତାହେଲେ ଶୀଘ୍ର ହଟେଇ ଦିଅନ୍ତୁ । ଏହି ସବୁ ଘରେ ନକରାତ୍ମକ ଊର୍ଜା ସୃଷ୍ଟି କରନ୍ତି । ଘରେ ଭାଙ୍ଗିଯାଇଥିବା ଆଇନା ରଖନ୍ତୁ ନାହିଁ । ଧ୍ୟାନ ରଖନ୍ତୁ ମୃତ ଲୋକଙ୍କ ଫଟୋ ଓ ପୂର୍ବପୁରୁଷମାନଙ୍କ ଫଟୋ ଦେବୀ ଦେବତାଙ୍କ ଫଟୋ ଉପରେ ଲଗାନ୍ତୁ ନାହିଁ । ପୂର୍ବପୁରୁଷମାନଙ୍କ ଫଟୋ ଦକ୍ଷିଣ ଦିଗରେ ଲଗାଇବା ଉଚିତ । ଘର ଭିତରେ ଏହି ଦେବୀଙ୍କ ପୂଜା କରନ୍ତୁ ନାହିଁ ଓ ନାମ ମଧ୍ୟ ନିଅନ୍ତୁ ନାହିଁ । ଘର ଭିତରେ ସୁଖଶାନ୍ତି ରହିବା ପାଇଁ ମା ଲକ୍ଷ୍ମୀ ଙ୍କ ବାସ ରହିବା ନିହାତି ଦରକାର ଓ ତାଙ୍କ ଭଉଣୀ ଅଲକ୍ଷ୍ମୀ ଘର ବାହାରେ ରହିବା ଦରକାର ।

Image Courtesy: Google

ଅଲକ୍ଷ୍ମୀ ରୋଗ ଓ ଦୁଖ ଦରିଦ୍ରର ଦେଦୀ ହୋଇଥାନ୍ତି । ଏହି ଦେବୀ ଘରେ ରହିଲେ ଘରର ସମସ୍ୟା ବଢିଥାଏ । ଅଲକ୍ଷ୍ମୀଙ୍କୁ ଘରଠୁ ଦୂରରେ ରଖିବା ପାଇଁ ଲେମ୍ବୁ ଓ କଞ୍ଚାଲଙ୍କା ଟଙ୍ଗେଇବା ଦରକାର । କାହିଁକି ଏହି ଜିନିଷ ଅଲକ୍ଷ୍ମୀଙ୍କ ପ୍ରିୟ ହୋଇଥାଏ ଏମିତି ଅଲକ୍ଷ୍ମୀ ତାକୁ ଗ୍ରହଣ କରି ଘରଠୁ ଦୂରକୁ ପଳାନ୍ତୁ ।

ଘରେ କାହାକୁ ଅଭିଶାପ ଦିଅନ୍ତୁ ନାହିଁ । ଯେଉଁ ଘରେ ସବୁବେଳେ ଝଗଡା ହେଉଥାଏ ସେହି ଘରେ ଦେବି ଦେବତାଙ୍କ ବାସ ହୋଇନଥାଏ । ଘରେ ସବୁବେଳେ ଭଜନ ଲଗେଇଲେ ଘରେ ଶାନ୍ତି ହୋଇଥାଏ । ଧ୍ୟାନ ରଖନ୍ତୁ ଘର ଭିତରେ କେଉଁ ଦେବୀ ଦେବତାଙ୍କ ମୂର୍ତ୍ତି ରହିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *