“ଗୋଟେ ଝିଅ ଆଉ ଗୋଟେ ପୁଅ ପ୍ରତି ଆକର୍ଷିତ ହେବ..ଏହା ହେଉଛି ସୃଷ୍ଟିର ନିୟମ”: Byomkesh Tripathy

ଆଜିର ସମୟରେ ପ୍ରେମୀ ଯୁଗଲ ଲିଭିଙ୍ଗ ରିଲେସନରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି ଯାହାକୁ ଶୁଣିବା ମାତ୍ରେ ମନରେ ଆସେ ସାଙ୍ଗରେ ରହିବା । ଆଉ ସେମାନେ ସାଙ୍ଗରେ ରୁହନ୍ତି ସତ କିଛି ବିବାହ ପାଇଁ କଥା ଆସିଲେ ସମସ୍ଯା ସୃଷ୍ଟି ହୁଏ । ଯାହା ଫଳରେ କିଏ ଯାଇ ଧାରଣାରେ ବସୁଛି ତ ଆଉ କିଏ ଆତ୍ମହତ୍ୟା କରୁଛି । ଏନେଇ ପୁରୁଷ କମିସନର ଆବାହକ ବ୍ୟାମୋକେଶ ତ୍ରିପାଠି ଗଣମାଧ୍ୟମରେ ଏକ ସାକ୍ଷାତକରରେ ନିଜର ରାଏ ଦେଇଛନ୍ତି କି “୨୧ ବର୍ଷ ହେଲେ ବି ମୋ ପୁଅ ଛୁଆ ଅଛି ।

୧୮ ବର୍ଷ ହେଲେ ବି ମୋ ଝିଅ କୁନି ଛୁଆ ଅଛି । କିନ୍ତୁ ୧୮ ବର୍ଷରେ ଝିଅ ପାପ ଭିତରେ ଯାଇ ସିଗାରେଟ ପିଇ ଗୋଟେ ହାତରେ ବିୟର ପିଉଛି ଆଉ ପୁଅ ଯାଇ କେଉଁଠି ଝଗଡା କରିକି ଭଲ ପିଲାକୁ ଠିକା ହୋଇଯାଉଛି ସେଟା ବାପା-ମା ଦେଖିପାରୁ ନାହାନ୍ତି । ଅଜୟର ଯୁବପିଢି ପ୍ରେମ କରି ସେକ୍ସ କରୁଛନ୍ତି ଯାହା ସେମାନଙ୍କର ଲାଇଫ ହୋଇଗଲାଣି । ଆମର ଯେଉଁ କଲଚର ଅଛି ତାହା ସୋଭା ପାଉ ନାହି ଲିଭିଙ୍ଗରେ ରହିବାକୁ । ୧୮ ବର୍ଷର ଝିଅ ଓ ୨୧ ବର୍ଷର ପୁଅ ହେଲେ ସେମାନେ ପ୍ରାପ୍ତ ବୟସର ହୋଇଥାନ୍ତି ।

ଦୁହିଙ୍କୁ ସାଥିଟିଏ ଦରକାର । କିନ୍ତୁ ତା ମାନେ ନୁହେଁ କି ପ୍ରେମ କରି ସମ୍ପର୍କ ରଖିବା । ଆମ ଏମିତି ଏକ ଦେଶରେ ଅଛି ଯେଉଁଠି ସେକ୍ସକୁ ଘୋଡାଇ ରଖାଯାଏ ଯାହା ଆମେ ପିଲାଦିନରୁ ଶୁଣି ଆସିଛୁ । କେବେ ବି ୧୮ ବର୍ଷର ଝିଅ ଓ ୨୧ ବର୍ଷର ପୁଅ କହିବେ ନାହି କି ମୋର ସେକ୍ସ ଦରକାର । ଗୋଟେ ଝିଅ ଆଉ ଗୋଟେ ପୁଅ ପ୍ରତି ଆକର୍ଷିତ ହେବ ଏହା ହେଉଛି ସୃଷ୍ଟିର ନିୟମ ଏହାକୁ କେହି ବଦଳାଇ ପାରିବେ ନାହି ।

ପୁଅ-ଝିଅଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହେଲା ଆଉ ପୁଅ ନିଜ ପ୍ରେମକୁ ଭୁଲି ଯାଇଛି ସେହି ସମୟରେ ଝିଅଟି ଫଲ୍ସ କେସ ଦେଉଛି ଆଉ ଧାରଣାରେ ବସୁଛି । ଯାହା ଫଳରେ ପୁଅଟି ଜେଲ ଯାଉଛି ଆଉ ତା କ୍ଯାରିୟର ବରବାତ ହୋଇଯାଉଛି । ଲିଭିଙ୍ଗରେ ରହିବାରେ ସମସ୍ଯା ନୁହେଁ ତେଣୁ ଯେବେ ଝିଅ କେସ କରୁଛି ସେତେବେଳେ ପୁଅ ମଧ୍ୟ କେସ କରିପାରିବ । ୨୧ ବର୍ଷର ପୁଅ ଓ ୧୮ ବର୍ଷର ଝିଅକୁ ସେହି ସମୟରେ ବାହାଘର କରିଦେଲେ ଲିଭିଙ୍ଗରେ କୌଣସି କନସେପ୍ଟ ଦେଖାଯିବା ନାହି ।

ଆଜିର ସମୟରେ ଶାରୀରିକ ସୁଖ ହେଉଛି ଆଗ ତା ପରେ ଯେଉଁ କଥା । ଯଦି ଶାରୀରିକ ସୁଖ ନାହି ତେବେ ଲିଭିଙ୍ଗରେ ରହିବାର କିଛି ମାନେ ନାହି । କାରଣ ମ୍ୟାରେଜ ପରେ କେହି ଲିଭିଙ୍ଗରେ ରହୁ ନାହାନ୍ତି ଲଗାତାର । ଲିଭିନରେ ୧୮ ବର୍ଷରୁ ଅଧିକା ଓ କମ ବାସର କମ ଯୁବପିଢୀ ରହୁଛନ୍ତି । ସେହି ସମୟରେ ବାପା-ମା ଏସବୁ ଦେଖିପାରନ୍ତି ନାହି । କାରଣ ବାପା-ମା ଙ୍କ ଆଗରେ ପିଲାମାନେ ସବୁବେଳେ ଛୋଟ ହୋଇ ରହିଥାନ୍ତି” । ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *