ଗୋଟେ ଗାଁର ଦୁଇ ଯୁବକ ଏକାଥରେ ପାଇଲେ OAS, ଦେଖନ୍ତୁ କଣ କହୁଛନ୍ତି ନିଜ ସଫଳତା ବିଷୟରେ

ନମସ୍କାର ବନ୍ଧୁଗଣ । ନିଜ ଗାଁ ରେ ନିଜେ ଦୁଇ ଯୁବକ ହେଲେ ସମ୍ବର୍ଧିତ । ଏମିତି ସୌଭାଗ୍ୟ ପାଇଛନ୍ତି ଏଥର OAS ପରୀକ୍ଷା ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକ ପୋଦୁରୁଆଁ ଗାଁ ଏ ଏହି ଦୁଇ ଯୁବକ ପି ପି ଶୁଭ୍ରଜିତ ବିଶ୍ଵାଳ ଓ ଅମ୍ଳାନ ନାୟକ । ଏହି ଦୁଇ ଯୁବକଙ୍କୁ ଶୁଭେଚ୍ଛା ଜଣାଇବାକୁ ଗାଁ ଲୋକ ମାନେ ସ୍ବତନ୍ତ୍ର ଉଶ୍ଚବର ଆୟୋଜନ କରିଥିଲେ । ଜଣେ ଯୁବକ ନିଜ ରାଏରେ କହିଛନ୍ତି ଯେ ସେ ଅଲ ଓଡିଶାରେ ୨୮ ରିୟାଙ୍କରେ ଅଛନ୍ତି ଯାହା ପାଇଁ ସେ ଗର୍ବ ଅନୁଭବ କରୁଛନ୍ତି । ଏହା ପୂର୍ବରୁ ସେ ବିତେକ କରି ପ୍ରାଇଭେଟ ସେକତରର ଚାକିରି କରୁଥିଲେ ।

ଏଥିରୁ ସେ ସନ୍ତୁଷ୍ଟ ଅନୁଭବ ନ କରିବାକୁ OPS ପରୀକ୍ଷା ପାଇଁ ଚେଷ୍ଟା କରିଥିଲେ । ଏହା ପରେ ଚତୁର୍ଥ ଥର ପରୀକ୍ଷା ଦେବା ପରେ ସେ OAS ପରୀକ୍ଷାରେ ସଫଳ ହୋଇଛନ୍ତି ବୋଲି ମତ ଦେଇଛନ୍ତି । ଆହୁରି ଯୁବକ କହିଛନ୍ତି ଯେ ସରକାରଙ୍କର ଯେଉଁ ସବୁ ସ୍କିମ ଲୋକ ମାନଙ୍କ ପାଇଁ ରହିଛି ତାହାକୁ ସେମାନେ ଠିକ ଭାବେ ଉପୋଯୋଗ କରିବାକୁ ଚେଷ୍ଟା କରିବେ । ଲୋକ ମାନେ ଯେପରି ଭାବେ ସୁଖ ସୁବିଧା ପାଇ ପାରିବେ ତାହା ପ୍ରତି ଧ୍ୟାନ ଦେବେ । ସେ ଆଉ ଠାରେ UPS ପରୀକ୍ଷା ଦେବା ପାଇଁ ଚେଷ୍ଟା କରି ସଫଳ ହେବେ ବୋଲି ଆଶା କରୁଛନ୍ତି । ଅନ୍ୟ ଜଣେ ଯୁବକ ନିଜ ରାଏ ରେ କହିଛନ୍ତି ଯେ ତାଙ୍କର OAS ପରୀକ୍ଷାରେ ରିୟାଙ୍କ ରହିଛି ୬୩ ।

ଯେଉଁ ମାନଙ୍କ ପାଇଁ ସରାକରଙ୍କ ସର୍ଭିସ ପହଞ୍ଚୁ ପାରୁ ନାହି ସେମାନଙ୍କ ପାଇଁ ସୁବିଧା ଯୋଗାଇ ଦେବେ ବୋଲି ଅନ୍ୟ ଜଣେ ଯୁବକ ଚେଷ୍ଟା କରିବେ । ଏହା ତାଙ୍କର ମୂଳ ଲକ୍ଷ୍ୟ ରହିବ ବୋଲି ନିଜର ମତ ଦେଇଛନ୍ତି । ଟ୍ରେନିଂ ସମୟରେ ଯେଉଁ ସମୟରେ ଭଲ କଥା ଶିଖା ଯାଇଛି ତାହା କାମରେ ଲଗାଇବେ ବୋଲି ମତ ଦେଇଛନ୍ତି । ବର୍ତ୍ତମାନ ସେ ଏଞ୍ଜିନିୟରିଙ୍ଗ ଚାକିରିରେ ନିଯୁକ୍ତ ଅଛନ୍ତି । ତେବେ ଶୁଭ୍ରଜିତ ୨୮ତମ ରିୟାଙ୍କ ହାସଲ କରିଥିବା ବେଳେ ଅମ୍ଳାନ ପାଇଛନ୍ତି ୬୩ତମ ରିୟାଙ୍କ ।

ଓଡିଶା ଆଡମେନଷ୍ଟ୍ରେଟିଭ ସର୍ଭିସରେ ଏ ଗାଁ ର ଦୁଇ ଜଣ ଯୁବକ ଉନ୍ନତର ସୋପାନ ରେ ପହଞ୍ଚାଇଛନ୍ତି ବୋଲି ସେଠିକାର ଗ୍ରାମବାସୀ ମାନେ କହିଛନ୍ତି । ଅମ୍ଳାନ ଓ ଶୁଭ୍ରଜିତଙ୍କୁ ସେହି ଗାଁ ମାଟିର ସନ୍ତାନ ବୋଲି ଗର୍ବ ଅନୁଭବ କରୁଛନ୍ତି ଗ୍ରାମବାସୀ ମାନେ । ପରବର୍ତ୍ତୀ ଅବସ୍ଥାରେ ଦୁଇ ଯୁବକ ଏହି ଗାଁ ର ଉନ୍ନତି କରିବା ସହ ଅନେକ ଭଲ କାମ କରିବେ ବୋଲି ଆସା କର ଯାଉଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *