ହାତ, ଗୋଡ, ଆଣ୍ଠୁ, ଗଣ୍ଠି ଓ ଅଣ୍ଟା ବିନ୍ଧା ଆଦି ସମସ୍ୟା ଦୂର ହେବ ମାତ୍ର 10 ମିନିଟରେ(Joint Pain Treatment)

ଗଣ୍ଠି ବ୍ୟଥା ଓ ହାଡ ସମ୍ବନ୍ଧିତ ସମସ୍ୟା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇ ଯାଇଛି । ହାତ, ଗୋଡ, ଅଣ୍ଟାରେ ବ୍ୟଥା ଓ ଦୁର୍ବଳତା ଓ ଶିର ଦବି ଯିବା ଭଳି ସମସ୍ୟାରେ ପ୍ରାୟତଃ ସମସ୍ତେ ଘେରି ଅଛନ୍ତି । କେବଳ ବୟସ୍କ ବ୍ୟକ୍ତିମାନଙ୍କୁ ନୁହେଁ ଯୁବ ପିଢୀମାନଙ୍କ ପାଖରେ ବି ଏହିଭଳି ସମସ୍ୟା ଦେଖିବାକୁ ମିଳୁଛି । ଆମ ଶରୀରରେ କ୍ୟାଲସିୟମ ଓ ପୋଷାକ ତତ୍ଵ ଅଭାବ କାରଣରୁ ଏହିଭଳି ସମସ୍ୟା ଦେଖା ଯାଇଥାଏ । ଆଜି ଆମେ ଆପଣଙ୍କ ସହିତ ଏକ ଭଲ ଘରୋଇ ଉପଚାର ଶେୟାର କରିବୁ । ଏହି ଆୟୁର୍ବେଦିକ ଓ ଘରୋଇ ଉପଚାରକୁ ତିଆରି କରିବା ପାଇଁ ପ୍ରଥମେ ଅଳ୍ପ ଗୋଲମରୀଚ ନିଅନ୍ତୁ ।

ଦୁଇରୁ ତିନୋଟି ଗୋଲୋମରିଚକୁ ଗୁଣ୍ଡ କରି ତାକୁ କ୍ଷୀରରେ ମିଶାଇ ପିଲାମାନଙ୍କୁ ପିଇବାକୁ ଦେବେ ତେବେ ଆପଣଙ୍କ ପିଲାଙ୍କୁ ଥଣ୍ଡା କାସରୁ ଆରାମ ମିଳିବ । ଏହି ଉପାୟ ପାଇଁ ଆପଣ ୬ – ୭ ଟି ଗୋଲୋମରିଚ ନେଇ ତାକୁ ହେମଦସ୍ତା ସାହାର୍ଯ୍ୟରେ ଗୁଣ୍ଡ କରି ଦିଅନ୍ତୁ । ଅଳ୍ପ ଅଦାକୁ ବି ଗୁଣ୍ଡ କରି ଏଥିରେ ପ୍ରୟୋଗ କରନ୍ତୁ । ନଚେତ ଆପଣ ଶୁଖିଲା ଅଦା କିଣି ଆଣି ତାକୁ ବି ଗୁଣ୍ଡ କରି ଏଥିରେ ପ୍ରୟୋଗ କରି ପାରିବେ । ଆପଣ ଏକ ପାତ୍ରରେ ଏକ ଗ୍ଳାସ କ୍ଷୀର ଦେଇ ତାକୁ ଗ୍ୟାସରେ ବସାଇ ଦିଅନ୍ତୁ ।

କ୍ଷୀର ଅଳ୍ପ ଗରମ ହୋଇଗଲେ ଆପଣ ଏଥିରେ ଗୋଲୋମରିଚ ଗୁଣ୍ଡ ପକାନ୍ତୁ ଓ ଗୁଣ୍ଡ ଅଦାକୁ ବି ମିଶାଇ ଦିଅନ୍ତୁ । ଏଥିରେ ଚିମୁଟା ହଳଦୀ ଗୁଣ୍ଡ ମିଶାନ୍ତୁ । କ୍ଷୀର ୫ ରୁ ୬ ମିନିଟ ଫୁଟିବା ପରେ ଏଥିରେ କ୍ଷୀର ମାତ୍ରା ଅନୁସାରେ ଗୁଡ ମିଶାନ୍ତୁ । କିନ୍ତୁ ଯଦି ଆପଣ ଡାଏବେଟିସ ରୋଗୀ ଅଟନ୍ତି ତେବେ ଏହି କ୍ଷୀରରେ ଗୁଡ ଓ ଚିନୀ ମିଶାନ୍ତୁ ନାହିଁ । ଏହି କ୍ଷୀରକୁ ଏକ ଗ୍ଳାସରେ ଢାଳି ଦିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ଆପଣ ଏହି ଉଷୁମ କ୍ଷୀରକୁ ଧୀରେ ଧୀରେ କରି ସେବନ କରନ୍ତୁ ।

ସକାଳେ ବି ଏହି କ୍ଷୀରର ସେବନ କରି ପାରିବେ । ୧୫ ଦିନ ଏହି କ୍ଷୀରର ସେବନ କରିବା ପରେ ଆପଣ ନିଜ ମଧ୍ୟରେ ପରିବର୍ତ୍ତନ ଦେଖିବା ଆରମ୍ଭ କରିଦେବେ । ଏହି କ୍ଷୀରର ସେବନ ପରେ ଧୀରେ ଧୀରେ ଆପଣଙ୍କ ଶରୀରର ସମସ୍ତ ପ୍ରକାରର କଷ୍ଟ ଓ ଆଣ୍ଠୁ ଗଣ୍ଠି ବିନ୍ଧା ଯେତେ ବି ପୁରୁଣା ହୋଇଥିଲେ ବି ତାହା ଦୂର ହୋଇଯିବ । ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ । ଏହାର ସେବନ କରିବା ଦ୍ଵାରା ଆପଣଙ୍କୁ କୌଣସି ବି ପ୍ରକାରର ଅସୁବିଧା ହେବ ନାହିଁ ।

Leave a Reply

Your email address will not be published. Required fields are marked *