ଘରର ଠାକୁର ଘର ଏହି ଦିଗରେ ଥିଲେ ତୁରନ୍ତ ହଟାନ୍ତୁ, ନଚେତ ବର୍ବାଦ ହୋଇଯିବେ… Home Temple Vaastu

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଙ୍କ ଘରେ ମନ୍ଦିର ବା ପୂଜା ଘର ରହିଥାଏ । ଘର ବଡ ହେଉ ବା ଚିତ ହେଉ କିମ୍ବା ନିଜର ହେଉ ବା ଭଡା ଘର ହେଉ ସମସ୍ତଙ୍କର ପୂଜା ଘର ରହିଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ପୂଜା ଘରର ଅଧିକ ମହତ୍ଵ ରହିଛି । ଠାକୁର ଘରକୁ ଆମେ ମାନେ ବହୁତ ସୁନ୍ଦର ଭାବେ ସଜାଇଥାଉ । କିନ୍ତୁ ଏହା ସଠିକ ଦିଶାରେ ନ ରହିଲେ ଅଶୁଭ ହୋଇଥାଏ । ଏମିତିକି ଘର ଉପରେ ଖରାପ ପ୍ରଭାବ ମଧ୍ୟ ପଡିଥାଏ । ଆଜି ଆମେ ଆପଣଙ୍କୁ ଘରର ପୂଜା ଘରର ସଠିକ ଦିଗ ବାସ୍ତୁ ଅନୁଯାୟୀ କେଉଁ ଦିଗରେ ରହିବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଘରର ସୁଖ ସମୃଦ୍ଧି ବଜାୟ ରହିଥାଏ ।

୧- ବାସ୍ତୁ ଅନୁଯାୟୀ ଘରର ପୂଜା ଘରେ କେବେ ବି ରୋଷେଇ ଘର ପାଖରେ ବନାଇବା ଉଚିତ ନୁହେଁ । ମଣିଷର ଆଗରେ, ଉପର, ତଳେ ବା ପାଖରେ ରୋଷେଇ ଘର ରହିବା ଉଚିତ ନୁହେଁ । ଏହା ଦ୍ଵାରା ମା ଲକ୍ଷ୍ମୀ ଅପ୍ରସନ୍ନ ହୋଇଥାନ୍ତି ତଥା ଘରେ ଶାନ୍ତି ର ଅଭାବ ଦେଖା ଯାଇଥାଏ ।

୨- ବାସ୍ତୁ ଅନୁଯାୟୀ ସିଡି ଘର ତଳେ ମନ୍ଦିର କରିବା ଉଚିତ ନୁହେଁ । ଏହା ଶୁଭ ନୁହେଁ । କୁହାଯାଏ ସିଡି ତଳେ ଠାକୁର ଘର କରିଲେ ଏହାର ଖରାପ ପ୍ରଭାବ ଘରେ ପଡିଥାଏ । କାରଣ ସିଡି ରେ ଆମେ ଯିବା ଆସିବା କରିଥାଉ ଯାହା ଦ୍ଵାରା ଆମ ପାଦ ପୂଜା ଘର ଆଡକୁ ପଡିଥାଏ । ତେଣୁ ଭୁଲରେ ବି ସିଡି ତଳେ ପୂଜା ଘର କରିବା ଅନୁଚିତ ।

୩- ବାସ୍ତୁ ଅନୁଯାୟୀ ଶୋଇବା ଘର ବା ସୟନ କକ୍ଷ ରେ ପୂଜା ଘର ବନାଇବା ଉଚିତ ନୁହେଁ । ଯଦି କୌଣସି କାରଣ ବଶତ ବେଡ ରୁମ ରେ ଠାକୁର ଘରେ ବନାଇବାକୁ ପଡେ ତେବେ ପରଦା ନିଶ୍ଚୟ ଢାଙ୍କି ରଖିବା ଉଚିତ । ରାତି ସମୟରେ ମନ୍ଦିର ରେ ପରଦା ପକାଇବା ଉଚିତ ।

୪- ବାସ୍ତୁ ଅନୁଯାୟୀ ଠାକୁର ଘର ବାଥରୁମ ପାଖରେ ବା ଉପରେ କିମ୍ବା ତଳେ ବନାଇବା ଉଚିତ ନୁହେଁ । ଏହା ଦ୍ଵାରା ଘରର ସୁଖ ଶାନ୍ତି ରେ ବାଧା ପ୍ରାପ୍ତ ହୋଇଥାଏ ।

୫- ବାସ୍ତୁ ଅନୁଯାୟୀ ଘରର ବେସମେଣ୍ଟ ରେ ଠାକୁର ଘର ତିଆରି କରିବା ଉଚିତ ନୁହେଁ । ଏହା ଶୁଭ ନୁହେଁ । କାରଣ ଏହା ଦ୍ଵାରା ଘରେ ଅସାନ୍ତି ସୃଷ୍ଟି ହେବା ସହ ଖୁସି ରେ ବାଧା ପ୍ରାପ୍ତ ହୋଇଥାଏ ।

୬- ବାସ୍ତୁ ଅନୁଯାୟୀ ଘରର ପୂଜା ଘର ସବୁବେଳେ ଉତ୍ତର-ପୂର୍ବ ଦିଗରେ ବନାଇବା ଉଚିତ । ଏହି ଦିଗ ସବୁଠାରୁ ଉପଯୁକ୍ତ ଦିଗ ଅଟେ । ଠାକୁର ଘରକୁ ଇଶାଣ କୋଣରେ ବନାଇଲେ ଘରେ ଜ୍ଞାନ ର ବୃଦ୍ଧି ତଥା ଆତ୍ମା ର ଶୁଦ୍ଧି ହୋଇଥାଏ । ଏହା ସହ ଘରର ସୁଖ ସମୃଦ୍ଧି ବଜାୟ ରହିଥାଏ ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *