ମଣିଷ ଶରୀରରେ ଥିବା କେଉଁ ଅଙ୍ଗ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ବଡ ହୋଇ ନ ଥାଏ ? ଏହା ସହ ଆହୁରି 5+Interesting GK

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲା ମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣ ରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ । ଯାହା ଆପଣ ମାନେ ସହଜରେ ଜାଣି ପାରିବେ ।

ତେବେ ଆଜି ର ଆମର ବିଷୟ ବସ୍ତୁ କିଛି ଢଗ କୁ ନେଇ ରହିଛି । ଏଥିରେ କିଛି ମଜାଦାର ଢଗ ରହିଛି ଯାହା ହୁଏ ଆପଣ ମାନେ ଆଗରୁ କେବେ ଶୁଣି ନ ଥିବେ କି ଜାଣି ନ ଥିବେ । ତେବେ ଏଇ ସବୁ ପ୍ରଶ୍ନ ଓ ଉତ୍ତର ପାଠ ପଢୁଥିବା ପିଲା ମାନେ ପଢି ପାରିବେ । ଏହି ସବୁ ଜ୍ଞାନ ଆହରଣ କରିବାକୁ ହେଲେ ଆପଣଙ୍କୁ ଏଥିପ୍ରତି ବିଶେଷ ଭାବେ ଧ୍ୟାନ ଦେବାକୁ ପଡିବ । ଢଗ ରେ ଏମିତି କିଛି ପ୍ରଶ୍ନ ରହିଛି ଯାହାର ଉତ୍ତର ଆପଣ ବେଳେବେଳେ ଜାଣିଥିଲେ ବି କହି ପାରନ୍ତି ନାହି । ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଓ ଉତ୍ତର ର ବିଷୟ ବସ୍ତୁ ବିଷୟରେ ସଂପୂର୍ଣ୍ଣ ବିବରଣୀ ।

୧- ତାଳ ନାହି କି ପତ୍ର ନାହି ଫୁଲ ନାହି କି ଫଳ ନାହି ରଙ୍ଗ ତାର କଳା ଆଉ ଗଛ ସିଏ ଲଟା ମଣିଷକୁ ଛାଇ ଦିଏ ଖରାକୁ ସେ ଛତା, ତାହା କଣ ?

ଉତ୍ତର- କେଶ ।

୨- ଦୁହେଁ ମିଶିଲେ କରାଇ ଶବ୍ଦ ଜନ୍ତ୍ର ନୁହେଁ ସେ ତଥାପି ବାଦ୍ୟ, ଏଥର ଉତ୍ତର ଦିଅ ସେ କଣ ?

ଉତ୍ତର- କରତାଳି ।

୩- ନିମିଶେ ପଡେ କବାଟ ତାର ନିମିଶେ ହୁଏ ଖୋଲା କବାଟ ପଡିଲେ ବିଜୁଳି କଟଇ ଅନ୍ଧାର ଦିଶଇ ଗୋଲା, ଏହା କଣ ?

ଉତ୍ତର- ଆଖି ଡୋଳା ।

୪- ଦଉଡି ଦେଇ ଗଛରେ ଝୁଲେ ଖୁସି ହୁଅନ୍ତି ଦେଖିଲେ ପିଲେ ବସନ୍ତି ଯାଇ ତା ଉପରେ ଗାଆନ୍ତି ଗୀତ ମନ ଖୁସି ରେ । ଏହାର  ଉତ୍ତର କଣ ?

ଉତ୍ତର- ଦୋଳି ।

୫- ପବନ ଖାଏ ସେ ପବନ ପିଏ ପବନରେ ତାର ଜୀବନ ଥାଏ ବାଜିଗଲେ କଣ୍ଟା ଦେହରେ ତାର ଅକାଳରେ ତାର ଜୀବନ ଯାଏ । ତାହା କଣ ?

ଉତ୍ତର- ବେଲୁନ ।

୬- ମଣିଷ ଶରୀର ରେ ଥିବା କେଉଁ ଅଙ୍ଗ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ବଡ ହୋଇ ନ ଥାଏ ?

ଉତ୍ତର- ଆଖି ଡୋଳା ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ତୀ ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *