କଳ୍ପନା କରନ୍ତୁ ଆପଣ ଏକ ଅନ୍ଧାର କୋଠରିରେ ଅଛନ୍ତି ଏବଂ ବାହାରକୁ ଯିବା ପାଇଁ କୌଣସି ଝରକା, କବାଟ ନାହିଁ, କେମିତି ବାହାରକୁ ଆସିବେ ?

ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ ।

୧. ତାହା କଣ ଯାହାକୁ ଅଧା ଖାଇଲା ପରେ ମଧ୍ୟ ତାହା ପୁରୀ ରହିଥାଏ ?

Image Courtesy: Google

ଉତ୍ତର : ପୁରୀ

୨. ତାହା କଣ ଯାହାର ଡେଣା ନଥିଲେ ମଧ୍ୟ ଜନ୍ମ ହେବା ମାତ୍ରେ ଉଡିଥାଏ ?

ଉତ୍ତର : ଧୂଆଁ

୩. ତାହା କଣ ଯାହା ଭାଙ୍ଗିବା ପରେ ସମସ୍ତେ ଖୁସି ହୋଇଥାନ୍ତି ?

ଉତ୍ତର : ରେକର୍ଡ

୪. କ୍ଷୀର ସମୁଦ୍ରରେ କରେ ମୁଁ ବାସ, ଦେଖନ୍ତିନି ମୋତେ କେହି ସମୁଦ୍ର ମନ୍ଥନ ହୋଇଲେ ଶେଷ ମୋ ରୂପ ଦେଖିବୁ ତୁହି ଏହାର ଉତ୍ତର କଣ ?

ଉତ୍ତର : ଲହୁଣୀ

Image Courtesy: Google

୫. ଜଣେ ବ୍ୟକ୍ତି ୧୦୦ ଟଙ୍କା ନେଇ ଦୋକାନକୁ ଯାଇଥିଲେ । ସେ ୭୫ ଟଙ୍କାର ସଉଦା କିଣିଲେ ଏବଂ ଦୋକାନୀ ତାଙ୍କୁ  ୫ ଟଙ୍କା ଫେରାଇଲା । ବ୍ୟକ୍ତି ଜଣକ କିଛି ନକହି ଚୁପଚାପ ଘରକୁ ଚାଲି ଆସିଲେ । କାହିଁକି ?

ଉତ୍ତର : କାରଣ ସେ ୧୦୦ ଟଙ୍କାର ଖୁଚୁରା ନେଇଥିଲେ ଏବଂ ଦୋକାନୀକୁ ୮୦ ଟଙ୍କା ଦେଇଥିଲେ ।

୬. ତାହା କଣ ଯାହାକୁ ଜଣେ ଅନ୍ଧ ମଧ୍ୟ ଦେଖିପାରିବ ?

ଉତ୍ତର : ଅନ୍ଧାର

୭. ଏକ ବିଦ୍ୟୁତ ଚାଳିତ ଟ୍ରେନ ପୂର୍ବରୁ ପଣ୍ଡିମ ଦିଗକୁ ଯାଉଅଛି । ଏଥିରୁ ନିର୍ଗତ ଧୂଆଁ କେଉଁ ଦିଗକୁ ଯିବ ?

ଉତ୍ତର : ଏଥିରୁ ଧୂଆଁ ବାହାରେ ନାହିଁ ।

୮. ବାହାଘର ପ୍ରସ୍ତାବ ପାଇଁ ରାମୁ ଜଣେ ଝିଅକୁ ପଚାରିଲା ତୁମର ଶିକ୍ଷାଗତ ଯୋଗ୍ୟତା କଣ ?

ଝିଅଟି କହିଲା ଆଖି ଚା ଆଖି । ରାମୁ ବେହୋସ ହୋଇ ପଡିଗଲା । ଏବେ ଆପଣ କୁହନ୍ତୁ ଝିଅତିର ଶିକ୍ଷାଗତ ଯୋଗ୍ୟତା କଣ ?

ଉତ୍ତର : ଆଇ ଟି ଆଇ

Image Courtesy: Google

୯. ତାହା କେଉଁ ଶବ୍ଦ ଯାହାକୁ ସମସ୍ତେ ଶୁଣିଥାନ୍ତି କିନ୍ତୁ ଆପଣ ଶୁଣି ପାରନ୍ତି ନାହିଁ ?

ଉତ୍ତର : ଆପଣଙ୍କ ଘୁଙ୍ଘୁଡି ।

୧୦. କଳ୍ପନା କରନ୍ତୁ ଆପଣ ଏକ ଅନ୍ଧାର କୋଠରିରେ ଅଛନ୍ତି ଏବଂ ବାହାରକୁ ଯିବା ପାଇଁ କୌଣସି ଝରକା, କବାଟ ନାହିଁ । କେମିତି ବାହାରକୁ ଆସିବେ ?

ଉତ୍ତର : କଲ୍ପନା ବନ୍ଦ କରି ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *