ଯଦି ମୁଁ ମାରିଛି ମୁଁ ବି ପୋଷିବି, Sukantaଙ୍କ ପରିବାରକୁ ସହାୟତାର ହାତ ବଢାଇଲେ Rani Paada

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ରାଣୀ ପଣ୍ଡାଙ୍କର ଘଟଣା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଯେଉଁଠି କୁହାଯାଉଛି ରାନୀ ପଣ୍ଡାଙ୍କର କାର ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଆଉ ରୋଜଗାରିଆ ପୁଅକୁ ମା ହରାଇବା ପରେ ଓ ସ୍ଵାମୀଙ୍କ ପାଖରୁ ସବୁଦିନ ସ୍ତ୍ରୀକୁ ଦୂରେଇ ଦେବାରେ ଦୁଖରେ ଭାଙ୍ଗି ପଡିଛନ୍ତି ସୁକାନ୍ତଙ୍କର ପରିବାର ଲୋକ । ଆଉ ରାଣୀ ଙ୍କୁ ଏଥିପାଇଁ ଦାୟୀ ବୋଲି କହୁଛନ୍ତି ।

ଆଉ ରାଣୀ ମଧ୍ୟ ଆହତ ପାଇ ପଡିଛନ୍ତି ଆଉ କହୁଛନ୍ତି ଯଦି ମୁଁ ଦୋଷ କରିଛି ତେବେ ସହାୟତା ମୁଁ ଯୋଗାଇବୀ । ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସଂପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା । ଆପଣ ମାନେ ଯାତ୍ରା ଜଗତରେ ହଟ ଆଇଟମ ଡ୍ୟାନ୍ସର ଭାବରେ କାମ କରୁଥିବା ରାଣୀ ପଣ୍ଡାଙ୍କୁ ବେଶ ଭଲ ଭାବେ ଜାଣିଥିବେ । ବର୍ତ୍ତମାନ କାର ଦୁର୍ଘଟଣାରେ ରାଣୀ ପଣ୍ଡା ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଓ ତାଙ୍କର ଗୋଡ ହାତ ମଧ୍ୟ ଭାଙ୍ଗି ଯାଇଛି ।

ସୂଚନା ଅନୁଯାୟୀ ରାନୀ ପଣ୍ଡା ବାହାଘର ଭୋଜିରେ ଯାଇଥିଲେ ଆଉ ସେଠାରୁ ଫେରିବା ସମୟରେ ତାଙ୍କର କାର ସହିତ ଜଣେ ଯୁବକଙ୍କ ବାଇକରେ ଧକ୍କା ହୋଇଥିଲା । ଆଠଗଡ ନିକଟସ୍ଥ ଡାଳଖାଇ ବ୍ଲକର ମୁଣ୍ଡୁଳି ରାସ୍ତାରେ ଦୁର୍ଘଟଣା ଘଟିଛି । ଯାହା ଫଳରେ ସୁକାନ୍ତ ନାମକ ଯୁବକଙ୍କର ମୃତ୍ୟୁ ଘଟିଛି । ସୁକାନ୍ତଙ୍କ ପରିବାର ଲୋକେ ରାନୀଙ୍କୁ ଦାୟୀ କରିବା ସହ ଭରପୋଷଣ ପାଇଁ ଦାବି କରିଛନ୍ତି । ରାଣୀ ପଣ୍ଡା ଅସୁସ୍ଥ ଥିଲେ ମଧ୍ୟ ଟଙ୍କା ଭାଇଙ୍କ ହାତରେ ୩୫ ହଜାର ଟଙ୍କା ସହାୟତା ରାଶି ଭାବରେ ପଠାଇଛନ୍ତି ।

ରାଣୀଙ୍କ ଭାଇ କହିଛନ୍ତି କି ରାଣୀ ଭଲ ହେବା ପରେ ଦେଖା କରିବାକୁ ଆସିବେ । ଏମିତିକି ତାଙ୍କ ପରିବାରକୁ ପୋସିବେ ଓ ତାଙ୍କର ପିଲା ମାନଙ୍କ ପାଠ ପଢାଇବେ ବୋଲି ରାଣୀଙ୍କ ଭାଇ କହିଛନ୍ତି । ବର୍ତ୍ତମାନ ସୁଧା ସୁକାନ୍ତଙ୍କ ତରଫରୁ କିଛି ବି ଆର୍ଥିକ ସହାୟତା ମିଳିପାରି ନାହି ସୁକାନ୍ତ ଙ୍କ ପରିବାରକୁ । ରାଣୀ ପଣ୍ଡା କହିଛନ୍ତି କି “ଯଦି ତୁମ ପୁଅକୁ ମାରିଛି ବୋଲି କହୁଛ ତେବେ ମୁଁ ତମ ପରିବାରକୁ ପୋଷିବି । ସୁକାନ୍ତର ଛୁଆ ପିଲାଙ୍କୁ ମୁଁ ପାଠ ପଢେଇବି । ତାଙ୍କର ପୁରା ଭବିଷ୍ୟତ କଥା ମୁଁ ବୁଝିବି ।

ଏବେ ଠାରୁ ସୁକାନ୍ତ ପିଲାଙ୍କର ଭବିଷ୍ୟତ ଚିନ୍ତା ମୋର । ଏମିତି କିଛି ଭାବନା ସହ ସୁକାନ୍ତ ବେହେରାଙ୍କ ପରିବାରକୁ ସହାୟତା ରାସୀ ପଠାଇ ଛନ୍ତି ରାଣୀ ପଣ୍ଡା । ହାତରେ ସହାୟତା ରାସୀ ଦେଇ କହିଛନ୍ତି କି, ଏବେ ଠାରୁ ସୁକାନ୍ତଙ୍କ ପରିବାର ମୋ ପରିବାର । ଏମିତି ଭୁଲ ପାଇଁ ରାଣୀ ପଣ୍ଡା ନିଜ ଭିତରେ ବହୁତ ପ୍ରାୟଶ୍ଚିତ କରୁଛନ୍ତି । ଭିତରେ ଭିତରେ ସେ ବହୁତ କାନ୍ଦୁ ଛନ୍ତି । ସେ ଯେତେବେଳେ ଡାକ୍ତର ଖାନା ବେଡରେ ଚିକିତ୍ସିତ ହେଉଛନ୍ତି ଠିକ ସେତିକି ବେଳେ ସହାୟତା ରାସୀ ପଠାଇ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *