ଆ’ ଡାକିଲେ ବାହାରି ଆସେ ସାପ, ଆଉ ଟାଣି ନିଏ ବିଷ! ମିଳିଲା ମାଳିକା ବର୍ଣ୍ଣିତ ପୀଠ… କେଉଁଠି ଦେଖନ୍ତୁ- Malika Bachana

ମାଳିକାରେ ବର୍ଣିତ ଏକ ସ୍ଥାନ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଏହି ମଠରେ ଏହିଭଳି କିଛି ରହସ୍ୟ ଲୁଚି ଅଛି ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଇତିହାସ ଅନୁସାରେ ମହାପୁରୁଷ ଅଚ୍ୟୁତାନନ୍ଦ ଯେତେବେଳେ ପୁରୀରୁ ନେମାଳ ଯାଉଥିଲେ ସେହି ସମୟରେ ସେ ବେଲବଣ ସତ୍ୟସେବା ଆଶ୍ରମରେ ବିଶ୍ରାମ ନେଇଥିଲେ । ସେହି ସମୟରେ ଏହି ସ୍ଥାନରେ ଏକ ମଠ ତିଆରି ହୋଇଥିଲା । ଇତିହାସ ଅନୁସାରେ ୩୦ ଓ ୩୫ ବର୍ଷ ତଳେ ଏଠି ଗୋଟିଏ ବଡ କଦମ୍ବ ଗଛ ଥିଲା ।

ଯଦି ଏହି ଗଛ ଉପରେ ଆପଣ ଚଢିଯିବେ ତେବେ ଆପଣ ପୁରା ଅଞ୍ଚଳକୁ ଦେଖି ପାରିବେ । ଏଥିରୁ ଆପଣ ଚିନ୍ତା କରନ୍ତୁ କି ଏହି ଗଛ ଯେତେ ବଡ ଥିଲା । କିନ୍ତୁ ୧୯୯୯ ବାତ୍ୟାରେ ଏହି ଗଛଟି ଭାଙ୍ଗି ଯାଇ ଥିଲା । କିନ୍ତୁ ଯେତେବେଳେ ଏହି ଗଛ ଥିଲା ତେବେ ସେହି ଜାଗାରେ ଗୋଟିଏ ମାଟି ହୁଙ୍କା ଥିଲା । ଯେଉଁଠି ସାପମାନେ ଭିନ୍ନ ଭିନ୍ନ ଜାଗାରୁ ଆସି ଏହି ସ୍ଥାନରେ ଖେଳୁଥିଲେ ।

ଏହା ପରେ ବାବା ଏହି ସ୍ଥାନରେ ଘଟିଥିବା ଏକ ସତ୍ୟ ଘଟଣା ବିଷୟରେ କହିଲେ । ସେ କହିଲେ କି ଥରେ ଗୋଟିଏ ବ୍ୟକ୍ତିକୁ ଗୋଟିଏ ସାପ ଚୋଟ ମାରିଥିଲା । ସେହି ବ୍ୟକ୍ତିର ଘର ଲୋକମାନେ ତାକୁ ମୃ-ତ ଅବସ୍ଥାରେ ତାକୁ ଏହି ଆଶ୍ରମକୁ ନେଇ ଆସିଥିଲେ । ସେମାନେ ସେହି ସମୟରେ ଆଶ୍ରମରେ ଯେଉଁ ବାବା ଥିଲେ ତାଙ୍କ ପାଖକୁ ଆସିଲେ ।

ଏହା ପରେ ବାବା ଯେଉଁ ଚମତ୍କାର କରିଲେ ତାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବାବା ବ୍ରହ୍ମ ମୁହୂର୍ତ ସମୟରେ ଡାକିଲେ ଆ ଆ । ଏହା ପରେ ସାମ୍ନାରେ ଥିବା ଏକ ବିଲ ଭିତରୁ ଗୋଟିଏ ସାପ ଆସିଲା ଓ ମୃ-ତ ଅବସ୍ଥାରେ ଯେଉଁ ଲୋକଟି ବାବାଙ୍କ ପାଖରେ ପଡିଥିଲା ତାର ଶରୀରରୁ ସାପ ବିଷ ଶୋଷଣ କରି ନେଲା । ଯାହାକୁ ଦେଖି ସେଠି ଥିବା ସବୁ ଲୋକମାନେ ଆଚମ୍ବିତ ହୋଇଗଲେ । କିଛି ସମୟ ପରେ ସେହି ବ୍ୟକ୍ତିର ଚେତା ଫେରି ଆସିଲା ।

ବାବା ଜଣକ ଆଗକୁ କହିଲେ କି ଏହି ଆଶ୍ରମର ଚାରି ଦିଗରେ ସାପ ଅଛନ୍ତି । ଯେଉଁ ସ୍ଥାନରେ କଦମ୍ବ ଗଛ ଥିଲା ବର୍ତ୍ତମାନ ସେଠି ଅଚ୍ୟୁତାନନ୍ଦଙ୍କ ଏକ ଆସ୍ଥାନ ଅଛି । ଏହା ସହିତ ଏହାକୁ ମହା ପୁରୁଷ ଅଚ୍ୟୁତାନନ୍ଦଙ୍କ ଏହା ଏକ ବିଶ୍ରାମ ଗାଦି ବୋଲି ବି କୁହାଯାଏ । ଏହି ଆଶ୍ରମରେ ଏକ ବିଶାଳକାୟ ବଟ ବୃକ୍ଷ ଓ ଅସତ୍ଵ ବୃକ୍ଷ ଅଛି । ସେହି ଦିଗରୁ ସାପମାନେ ବାହାରନ୍ତି ବୋଲି କୁହାଯାଏ । ବର୍ତ୍ତମାନ ବି ଏହି ଦୁଇ ଗଛ ଦିଗରୁ ସାପମାନେ ଏହି ଆଶ୍ରମକୁ ବେଳେ ବେଳେ ଆସିଥାନ୍ତି ।

Leave a Reply

Your email address will not be published. Required fields are marked *