ଜାଣନ୍ତୁ କେମିତି Israel ଦୁନିଆର ସବୁଠୁ ଶକ୍ତିଶାଳୀ ସୈନ୍ୟ ରାଷ୍ଟ୍ର ହେଲା

ଇଜରାଇଲ ସେହି ଦେଶମାନଙ୍କ ମଧ୍ୟରେ ସାମିଲ ଅଛି ଯେଉଁ ଦେଶର ମିତ୍ର କମ ଶତ୍ରୁ ଅଧିକ ଅଛନ୍ତି । ସେଥିପାଇଁ ଏଠିକାର ସରକାର ସବୁବେଳେ ସତର୍କ ରୁହନ୍ତି ଓ ଶତ୍ରୁ ଦେଶର ସମସ୍ତ ଆକ୍ରମଣକୁ ଜବାବ ଦେବା ପାଇଁ ପ୍ରସ୍ତୁତ ରହିଥାନ୍ତି । ଇଜରାଇଲ ଏମିତି ଏକ ଦେଶ ଯାହା ବିଶ୍ଵର ବହୁତ ଶକ୍ତିଶାଳୀ ଦେଶମାନଙ୍କୁ ବି ପାଣି ପିଆଇ ଦେଇଛି । କୁହାଯାଏ କି ବିଶ୍ଵର ୫ ଟି ଶକ୍ତିଶାଳୀ ରାଷ୍ଟ୍ର ଏକାଠି ହେଲେ ବି ଇଜରାଇଲ ସହ ଲଢିବା ପାଇଁ ସାହସ କରନ୍ତି ନାହିଁ । ଏମିତିରେ ଆପଣ ଅନ୍ଦାଜ ଲଗାନ୍ତୁ କି ଇଜରାଇଲର ଶକ୍ତି ଓ ସାମର୍ଥ୍ୟ କେତେ ଅଧିକ ।

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କି ଇଜରାଇଲ ଦେଶର ଜନସଂଖ୍ୟା ଆମ ଓଡିଶା ରାଜ୍ୟର ଜନସଂଖ୍ୟା ଠାରୁ ବହୁତ କମ । ଇଜରାଇଲ ଦେଶରେ ବର୍ତ୍ତମାନ ମାତ୍ର ୯୨ ଲକ୍ଷ ଜନତା ବାସ କରନ୍ତି । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ଏତେ ଛୋଟ ଦେଶ ହୋଇ ମଧ୍ୟ ବିଶ୍ଵର ଅଧିକାଂଶ ଦେଶ କାହିଁକି ଇଜରାଇଲକୁ ଭୟ କରୁଛନ୍ତି ।

କିନ୍ତୁ କହିଦେଉଛୁ କି ଇଜରାଇଲ ଭାରତର ସବୁଠୁ ଭଲ ବନ୍ଧୁ ରାଷ୍ଟ୍ରମାନଙ୍କ ମଧ୍ୟରୁ ଜଣେ ଅଟେ । ଭାରତ ସହ ଇଜରାଇଲ ସମ୍ପର୍କ ବହୁତ ଭଲ ଅଛି ଓ ସବୁ କ୍ଷେତ୍ରରେ ଦୁଇ ଦେଶ ପରସ୍ପରକୁ ସାହାର୍ଯ୍ୟ କରନ୍ତି । ଏହା ଛଡା କୁହାଯାଏ କି ଦେଶର ୫୬ ଟି ମୁସ୍ଲିମ ରାଷ୍ଟ୍ର ବି ଇଜରାଇଲ ଦେଶକୁ ଭୟ କରନ୍ତି । ଇଜରାଇଲ ଏକ ଏମିତି ଦେଶ ଅଟେ ଯେଉଁ ଦେଶର ଚାରିପାଖରେ କେବଳ ଶତ୍ରୁ ଅଛନ୍ତି, କିନ୍ତୁ କେହି ବି ଏହି ଦେଶ ସହ ଲଢିବାକୁ ସାହାସ କରନ୍ତି ନାହିଁ । ଏହା ଛଡା ବିଶ୍ଵର ସବୁଠୁ ଭୟଙ୍କର ଆତଙ୍କି ସଂଗଠନ ଆଇଏସଆଇଏସ ବି ଇଜରାଇଲ ଦେଶକୁ ଡରି ଥାଏ ।

ସୂଚନା ଅନୁସାରେ ଆଇଏସଆଇଏସ ଆତଙ୍କି ସଂଗଠନ ଇଜରାଇଲର ଜନତାକୁ ଧରିବାକୁ ସାହାସ କରେ ନାହିଁ । କାରଣ ଏମାନେ ଭଲ ଭବାରେ ଜାଣିଛନ୍ତି ଏହି ଦେଶର ନାଗରିକମାନଙ୍କୁ ସେ ଧରିବେ କିମ୍ବା ମାରିବେ ତେବେ ଇଜରାଇଲ ସିଧା ତାଙ୍କ ଉପରକୁ ମିସାଇଲ ଆକ୍ରମଣ କରିଦେବ । ଇଜରାଇଲ ଏତେ ଶକ୍ତିଶାଳୀ ହେବା ପଛରେ ତାର ନିଜସ୍ଵ ଚେଷ୍ଟା ଓ ଉଦ୍ୟମ ଅଛି । ହିଟଲର ଶାସନ କାଳରେ ହିଟଲର ବହୁତ ଇଜରାଇଲ ନାଗରିକମାନଙ୍କୁ ମାରି ଦେଇଥିଲେ ଓ ଏହା ପରେ ସେଠିକାର ଇହୁଦିମାନେ ମିଶି ଇଜରାଇଲ ଦେଶ ତିଆରି କରିଛନ୍ତି ।

କିନ୍ତୁ କିଛି ସମୟ ପରେ ଇଜରାଇଲର ପାଖାପାଖି ସବୁ ଦେଶ ଶତ୍ରୁ ହୋଇଗଲେ । ୧୯୬୭ ମସିହାରେ ଇଜରାଇଲ ଓ ଇଜିପଟ ଦେଶ ମଧ୍ୟରେ ଯୁଧ୍ୟ ହୋଇଥିଲା । ଏହି ଯୁଧ୍ୟରେ ଇଜିପଟ ଦେଶକୁ ୮ ଟି ଦେଶ ସହଯୋଗ କରିଥିଲେ । ଏହା ସତ୍ବେ ଇଜରାଇଲ ବିଜୟ ହୋଇଥିଲା । ସୂଚନା ଅନୁସାରେ ଇଜରାଇଲର ଦେଶର ନାଗରିକମାନେ ନିଜକୁ ଫିଟ ରଖିବା ପାଇଁ ବହୁତ ପରିଶ୍ରମ କରନ୍ତି । ଦେଶର ସବୁ ନାଗରିକ ଯୁଧ୍ୟରେ ସାମିଲ ମଧ୍ୟ ହୁଅନ୍ତି ।

ଇଜରାଇଲ ଦେଶର ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟକ ନାଗରିକକୁ ଆର୍ମୀ ଟ୍ରେନିଙ୍ଗ ଦିଆଯାଏ । ଇଜରାଇଲର ମୋଟ ଜନସଂଖ୍ୟା ୯୨ ଲକ୍ଷ ଅଟେ ଓ ସେଥି ମଧ୍ୟରୁ ୩୫ ଲକ୍ଷ ଜନସଂଖ୍ୟା ସୈନିକ ଅଟନ୍ତି । ଯୁଧ୍ୟ ତ ଦୂରର କଥା ଏହି ଦେଶ ସହ ଯୁଧ୍ୟ କରିବା ପାଇଁ କେହି ଚିନ୍ତା ବି କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *