ଜାଣନ୍ତୁ ଘରେ କେଉଁ ଫୋଟୋ ଲଗେଇବେ ଓ କେଉଁଟା ନୁହେଁ

ଆମେ ଘରେ ଯେଉଁ ଫୋଟ ଲଗେଇଥାଉ ତାକୁ ଆମେ ଦିନ ରାତି ଦେଖିଥାଉ । ସେଥିପାଇଁ ତାଙ୍କଦ୍ବାରା ଆମ ଜୀବନ ଶୈଳୀ ଓ ଭାଗ୍ୟ ଉପରେ ବହୁତ ଗଭୀର ପ୍ରଭାବ ପଡିଥାଏ । ବସ୍ତୁଶାସ୍ତ୍ର ଓ ଅନେକ ହିନ୍ଦୁ ଗ୍ରନ୍ଥରେ ଚିତ୍ରର ଉପଯୋଗ ଓ ତାର ମହତ୍ଵର ବର୍ଣନା ରହିଛି ।ଏହି ଲେଖାରେ ଆମେ କହିବୁ ଜୀବନରେ ସୁଖ ସମୃଦ୍ଧି ପାଇଁ କେଉଁ ପ୍ରକାର ଚିତ୍ର ଲଗେଇବେ ଓ କେଉଁଣ୍ଟା ଲଗେଇବେ ନାହିଁ ।

ରାମ ଦରବାରର ଫୋଟୋ – ଏହି ଫୋଟ ଘରର ଡ୍ରାଇଙ୍ଗ ରୁମରେ ଲଗେଇବା ଦ୍ଵାରା ଘରେ ସଦସ୍ୟଙ୍କ ଭିତରେ ଭଲପାଇବା ବାଡିଥାଏ ।

Image Courtesy: Google

ଶ୍ରୀକୃଷ୍ଣଙ୍କ ସହିତ ଗାଇର ଫୋଟ – ଶ୍ରୀକୃଷ୍ଣ ଗାଇ ସାଥିରେ ଗୋଟେ ଗୋଡ ଟିକେ ଟେକି ବାସୁରୀ ବଜାଉଥିବା ଫୋଟ ନିଜ ଡ୍ରାଇଙ୍ଗ ରୁମ କି ପୂଜାଘରେ ଲଗେଇବା ଆବଶ୍ୟକ । ଏହା ସୌଭାଗ୍ୟ ଓ ଧନ ପ୍ରାପ୍ତିର ମାର୍ଗ ଖୋଲିଥାଏ ।

ଦୌଡୁ ଥିବା ୭ ଟି ଘୋଡାର ଫୋଟ – ସଲଗେଇବା ଦଉଡୁ ଥିବା ୭ ଟି ଘୋଡାର ଫୋଟ ଲଗେଇବା ଦ୍ଵାରା ବ୍ୟାପାରରେ ବହୁତ ଉନ୍ନତି ହୋଇଥାଏ । ଏହି ଫୋଟକୁ ଅଫିସର ପୂର୍ବ ଦିଗରେ ଲଗେଇବା ଉଚିତ ।

Image Courtesy: Google

ଯଶୋଦା ଓ କୃଷ୍ଣଙ୍କ ଫୋଟ – ମାତା ଯଶୋଦାଙ୍କ ସହିତ ବାଳକୃଷ୍ଣଙ୍କ ଫୋଟ ଗର୍ଭବତୀ ମହିଳାଙ୍କ କକ୍ଷରେ ଲଗେଇବା ଉଚିତ । ଏଥିରେ ମାତା ଓ ପୁତ୍ର ଭିତରେ ସ୍ନେହା ବଢିଥାଏ ।

ପହଁରୁ ଥିବା ରାଜହଂଶର ଫୋଟ – ଏହି ଫୋଟ ଯଦି ଅତିଥି କକ୍ଷରେ ଲଗେଇବେ ଧନ ପ୍ରାପ୍ତିର ମାର୍ଗ ଖୋଲିଥାଏ ।ଏହି ଫୋଟ ପଜିଟିଭ ଏନର୍ଜି ନେଇକି ଆସିଥାଏ ।

Image Courtesy: Google

ମହାଭାରତର ଫୋଟ – ଘରେ ମହାଭାରତର ଫୋଟ ଲଗେଇବା ଓ ମହାଭାରତ ରଖିବା ଅଶୁଭ ବୋଲି କୁହାଯାଏ । ଏଥିରେ ପରିବାରରେ ମନମାଳିନ୍ୟ  ଓ ଲଢେଇ ଝଗଡା ବଢିଥାଏ ।

ଫୁଲର ଗୁଲଦସ୍ତାର ଫୋଟ – ଫୁଲର ଗୁଲଦସ୍ତାର ଫୋଟ  ବା ତାଜା ଶୁଙ୍ଗନ୍ଧିତ ଫୁଲ ଶୋଇବା ଘରେ   ଲଗେଇବା ଦ୍ଵାରା ପତି ପତ୍ନୀ ଭିତରେ ପ୍ରେମ ବଢିଥାଏ ।

ବହୁଥିବା ଝରଣାର ଫୋଟ – ବହୁଥିବା ଝରଣାର ଫୋଟ ଲଗେଇବା ଦ୍ଵାରା ଧନର ହାନି ହୋଇଥାଏ ଓ ମନ ଅସ୍ଥିର ହୋଇଥାଏ ।

Image Courtesy: Google

ନିଜ ପରିବାରର ଖୁଶିର ଫୋଟ – ଘରର ସବୁ ସଦସ୍ୟଙ୍କ ହସୁଥିବା ଫୋଟ, ଲଗେଇବା ଦ୍ଵାରା ଘର ଝଗଡା ଠିକ ହୋଇଯାଏ । ଏହି ଫୋଟକୁ ଆପଣ  ଡ୍ରଇଙ୍ଗ ରୁମର ଦକ୍ଷିଣ ପଶ୍ଚିମ ଦିଗରେ ଲଗାନ୍ତୁ ।

ନଟରାଜ ଶିବଙ୍କ ଫୋଟ – ନଟରାଜ କରୁଥିବା ଭଗବାନ ଶିବଙ୍କ ଫୋଟ ବା ମୂର୍ତି ବିନାଶର ସୂଚନା ଦେଇଥାଏ । ସେଥିପାଇଁ ଏହାକୁ ଘରେ ରଖିବା ଅନୁଚିତ ।

ସରସ୍ଵତୀଙ୍କ ଫୋଟ – ମାତା ସରସ୍ଵତୀଙ୍କ ଫୋଟ ଛୁଆ ମାନଙ୍କ ପଢିବା କକ୍ଷରେ ଲଗେଇବା ଦ୍ଵାରା ପଢାରେ ମନ ବେସୀ ଲାଗିଥାଏ । ଏହାକୁ ଉତ୍ତର ଦିଗରେ ଲଗେଇବେ । କୌଣସି ପ୍ରକାର ଯୁଧ୍ୟର ଫୋଟ ଘରେ ଲଗେଇବା ଅନୁଚିତ । ଏହିଭଳି ଫୋଟ ଲଗେଇଲେ ଘର ସଦସ୍ୟଙ୍କ ଭିତରେ ମନମାଳିନ୍ୟ ହୋଇଥାଏ ।

Image Courtesy: Google

ଧନବନ୍ତ୍ରିଙ୍କ ଫୋଟ – ଭଗବାନ ଧନବନ୍ତ୍ରିଙ୍କ ହାତରେ ଅମୃତ କଳସ ନେଇକି ଠିଆ ହୋଇଥିବା ଫୋଟ ଘରେ ଲଗେଇଲେ ଘରେ ସୁଖ୍ସ ଶାନ୍ତି ଆସିବା ସହିତ ଧନର ପ୍ରାପ୍ତି ହୋଇଥାଏ ।

କାନ୍ଦୁଥିବା ଛୁଆର ଫୋଟ – କାନ୍ଦୁଥିବା ଛୁଆର ଫୋଟ ଲଗେଇବା ଦ୍ଵାରା ଆପଣ ମାନସିକ ରୂପରେ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଏମିତି କିଛିବୀ ଫୋଟ ଘରେ ଲଗେଇବା ଅନୁଚିତ ଯାହା ଶୋକାକୁଳ ବାତାବରଣ ଘରେ ତିଆରି କରୁଥିବା ଫୋଟ ଲଗେଇବା ଅନୁଚିତ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *