ଯାହାର ଥାଏ ଏହି ଗୋଟେ ଅଭ୍ୟାସ, ତାର ବିଗିଡିଯାଏ ସବୁ କାମ: ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ଜୀବନର ମୂଲ୍ୟ ବିଷୟକୁ ନେଇ କେତେ ନୀତି ବିଷୟରେ କହିଛନ୍ତି । ସେ ତାଙ୍କ ନୀତି ଓ ଶାସ୍ତ୍ର ମାନେ ଚାଣକ୍ୟ ନୀତିର ୧୩ ତମ ଅଧ୍ୟାୟରେ ଲେଖା ଗୋଟେ ଶ୍ଳୋକରେ କହିଛନ୍ତି କି ମଣିଷ ନିଜର ଗୋଟେ ଅଭ୍ୟାସ କାରଣରୁ ସବୁବେଳେ ଚିନ୍ତିତ ଓ ଦୁଃଖି ରହିଥାନ୍ତି । ଏହି ଅଭ୍ୟାସ କାରଣରୁ ତାଙ୍କର କାମ ଖରାପ ହୋଇଥାଏ । ସଫଳତାର ପାହାଚ ଦୂରେଇ ଯାଇଥାଏ । ଏତିକି ନୁହଁ ତାଙ୍କ ଆଗରେ କେତେ ପ୍ରକାରର ସମସ୍ୟା ମଧ୍ୟ ଆସି ଛିଡ଼ା ହୋଇଥାଏ । ଆସନ୍ତୁ ଜାଣିବା ଏହି ଅଭ୍ୟାସ ଗୁଡ଼ିକ ବିଷୟରେ ।

ଅନବସ୍ଥିତକାଯସ୍ୟ ନ ଜନେ ନ ବନେ ସୁଖମ୍।

ଜନୋ ଦହତି ସଂସର୍ଗାଦ୍ ୱନଂ ସଂଗୱିୱର୍ଜନାତ।।

ଚାଣକ୍ୟ ଏହି ଶ୍ଳୋକ ମାଧ୍ୟମରେ କହିଛନ୍ତି କି ମନର ଚଞ୍ଚଳତା ଉପରେ ଯାହାର ନିୟନ୍ତ୍ରଣ ରହିଥାଏ ସେ ସଫଳତାକୁ ପ୍ରାପ୍ତ କରିଥାଆନ୍ତି । ସେ କହନ୍ତି କି ମନୁଷ୍ୟର ଚିନ୍ତାଧାରା ସ୍ତିର ହେବା ଦରକାର । ଚିନ୍ତାଧାରା ସ୍ତିର ନ ହୁଏତ ଅନ୍ୟଙ୍କ ସୁଖରେ ବି ସେ ଦୁଃଖରେ ରହି ଥାଆନ୍ତି । ଏମିତି ବ୍ୟକ୍ତିଙ୍କୁ ନା ଲୋକଙ୍କ ମଧ୍ୟରେ ସୁଖ ମିଳିଥାଏ ନାହିଁ ଜଙ୍ଗଲରେ ।

ଚାଣକ୍ୟଙ୍କ ଅନୁଯାୟୀ ସମାଜରେ ରହିବାପରେ ସେହି ଲୋକଙ୍କ ସହିତ ଦୁଃଖ ଦେଇଥାଏ ଓ ଜଙ୍ଗଲରେ ରହିବା ପରେ ତାଙ୍କର ଏକୁଟିଆ ପଣ, ସେ କେଉଁ ଅନ୍ୟ ବ୍ୟକ୍ତିଙ୍କ ଖୁସିକୁ ସହି ପାରି ନଥାନ୍ତି , ମଣିଷକୁ ନିଜର ମନ ଉପରେ ନିୟନ୍ତ୍ରଣ ରଖିବା ଆସିବା ଦରକାର । ନଚେତ ଆପଣ କୌଣସି ପରିସ୍ଥିତିର ଠିକ ଭାବେ ସାମ୍ନା କରିପାରିବେ ନାହିଁ ।

ଅଧମା ଧନମିଚ୍ଛନ୍ତି ଧନଂ ମାନଂ ଚ ମଧ୍ଯମାଃ।

ଉତ୍ତମା ମାନମିଚ୍ଛନ୍ତି ମାନୋ ହି ମହତାଂ ଧନମ୍॥

ଚାଣକ୍ୟ ମହାପୁରୁଷ ଧନର ଚର୍ଚ୍ଚା କରିବା ସହିତ କହୁଛନ୍ତି କି ନିଚ୍ଚ ଲୋକଙ୍କ ପାଇଁ ଧନ ମାନେ ପଇସା ହିଁ ସବୁକିଛି ହୋଇଥାଏ, ଏହା ହିଁ କାରଣ ହୋଇଥାଏ କି ସେମାନେ ଭୁଲ ଠିକ କିଛି ବାଛ ବିଚାର ନ କରି ଆଗକୁ ବଢି ଥାନ୍ତି । ସେଇଠି ମଧ୍ୟମ ବର୍ଗର ଲୋକ ଧନ ତ ଚାହାନ୍ତି କିନ୍ତୁ ସମ୍ମାନର ବଳି ଦେଇ ନୁହେଁ । ଅର୍ଥାତ ତାଙ୍କୁ ଧନ ଏବଂ ସମ୍ମାନ ଉଭୟ ଦରକାର ଅଟେ । ମହାପୁରୁଷ ଧନର ଆଶା ରଖନ୍ତି ନାହିଁ, ସେମାନଙ୍କ ପାଇଁ ମାନ ସମ୍ମାନ ହିଁ ସବୁକିଛି ହୋଇଥାଏ । ତାହା ହିଁ ତାଙ୍କର ଧନ ହୋଇଥାଏ ।

Leave a Reply

Your email address will not be published. Required fields are marked *