ଯାହା ହୁଏ ଭଲ ପାଇଁ ହୁଏ, ହେଲେ କେମିତି ? ଜୀବନରେ ନିରାଶ ଥିବା ଲୋକ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ- Jaya Kishori Ji

ଯେପରି ଆମ ଘର, ପରିବେଶ, ନିଜ ଶରୀର ଓ ପୋଷାକ ଆଦି କୁ ପରିଛନ୍ନ ରଖୁଛେ ସେହିପରି ନିଜର ମନକୁ ମଧ୍ୟ ପରିଛନ୍ନ ରଖିବା ଉଚିତ ତେବେ ଯାଇ ଆମେ ସମସ୍ତଙ୍କ ପ୍ରିୟ ର ପାତ୍ର ହୋଇ ପାରିବା । ଆମେ ମନରେ କେବେବି କାହାର କ୍ଷତି ଚାହିଁବା ନାହିଁ । କେବେବି କାହା ବିରୁଦ୍ଧରେ କୂଟନୀତି ରଚନା କରିବା ନାହିଁ ।

କେବେବି କାହାକୁ ନିନ୍ଦା ଦେବା ନାହିଁ । ଏହା ଏକ ସ୍ୱଚ୍ଛ ମନ ର ଉଦାହରଣ ଅଟେ । ଆପଣଙ୍କର ନିଜ ବାଣୀ ଉପରେ ନିୟନ୍ତ୍ରଣ ରହିବା ଉଚିତ । କାହିଁକିନା ବାଣୀ ଥରେ ବାହାରିଲା ପରେ ଏହା ଆଉ ଫେରି ଆସେ ନାହିଁ । ତେଣୁ ଆପଣ କାହାକୁ କିଛି କହିବା ଆଗରୁ ୧୦୦ ଥର ଭାବି ସାରି ତା ପରେ ଉତ୍ତର ଦେବେ । ୧୦୦ ଥର ନ ଭାବି ଆପଣ କେବଳ ଏତିକି ଭାବିବେ କି ଯଦି ସେହି କଥା ଯାହା ଆପଣ କହିବାକୁ ଯାଉଛନ୍ତି ତାକୁ ଯଦି ଆପଣଙ୍କ ସମ୍ନା ଲୋକ ଆପଣଙ୍କୁ କହେ ତେବେ ଏହା ଆପଣଂକୁ କିପରି ଲାଗିବ ।

କାରଣ କଷ୍ଟ ସମସ୍ତଙ୍କୁ ହୁଏ ସେ ଗରିବ ହେଉ ବା ଧନୀ । ଆର୍ଶୀବାଦ ଓ ଅଭିଶାପ କଣ ? ଆମେ ବେଳେ ବେଳେ କହୁ ବହୁତ ଵଡ଼ ବିପଦ ଅଳ୍ପରେ ଟଳିଗଲା ଏହାର ଅର୍ଥ ଆମ ଉପରେ କିଛି ଅଘଟଣ ଘଟିବାକୁ ଆସିବା ସମୟରେ ଆମେ ଜଣଙ୍କୁ କୌଣସି ପ୍ରକାରର ସାହାର୍ଯ୍ୟ କରିଥିଲୁ ବା କୌଣସି ଖୁସି ଦେଇଥିଲୁ ତାଙ୍କ ମନରେ ଥିବା ସୁଚିନ୍ତା ଆମ ପାଇଁ ସେହି ସମୟରେ ଆର୍ଶୀବାଦ ରୂପେ ଆସି ବିପଦରୁ ରକ୍ଷା କରିଥାଏ ।

ଯଦି ଆମେ କୌଣସି ବ୍ୟକ୍ତି ବା କୌଣସି ପଶୁ ଆଦିଙ୍କ ମନରେ କଷ୍ଟ ଦେଇଥାଉ ବା ଆଘାତ ଦେଇ ଥାଉ । ତେବେ ଆମେ ଯେତେ ବେଳେ କୌଣସି କାର୍ଯ୍ୟ କରିବାକୁ ଯାଉ ଓ ତାହା ସଫଳ ହେଉ ହେଉ ହଠାତ ଅସଫଳରେ ପରିଣତ ହୋଇଯାଏ ଏହାର ଅର୍ଥ ତାଙ୍କ ଅଭିଶାପ ଆମ ଉପରେ ପଡିଛି । ଭଗବାନ ସୁଖ, ଦୁଃଖ ଯାହା ବି ଦିଅନ୍ତୁ ଏହାକୁ ପ୍ରସାଦ ଭାବି ଗ୍ରହଣ କରିନେବା ଉଚିତ କେବେବି ଭଗବାନଙ୍କୁ ଦୋଷ ବା ଗାଳି ଦେବା ଉଚିତ ନୁହେଁ କାରଣ ଭଗବାନ ଆମଠୁ ବେଶୀ ଚତୁର ସେ ସାରା ସୃଷ୍ଟି ବନେଇଛନ୍ତି ତେଣୁ ତାଙ୍କ ଦ୍ୱାରା ଭୁଲ ହେବ ନାହିଁ ।

ଥରେ ଜଣେ ମାତା ଦ୍ୱାରରେ ଠିଆ ହୋଇ ଅନେକ ପିଲା ଖେଳିବାର ଦେଖୁଥିଲେ ସେଥିରେ ତାଙ୍କ ନିଜ ପୁତ୍ର ମଧ୍ୟ ଖେଳୁଥାଏ । ସେ ପିଲାମାନଙ୍କ ପିଲାଳିଆମୀ ଦେଖି ଖୁସିରେ ଇଛା କଲେ ସବୁ ପିଲାଙ୍କୁ କିଛି ମିଠା ଦେବା ପାଇଁ ଓ ସେ ଆଣିକି ଦେଲେ ଏହା ପରେ ସେ ଘରର ଅନ୍ୟ କାମ ରେ ବ୍ୟସ୍ତ ରହିଲେ କିଛି କ୍ଷଣ ପରେ ଆସି ଦେଖିଲେ ପିଲାମାନେ ବହୁତ ଦୁଷ୍ଟାମୀ କରୁଛନ୍ତି ତାଙ୍କୁ କ୍ରୋଧ ଆସିଲା ତାଙ୍କୁ ଇଛା ହେଲା ସବୁ ପିଲାଙ୍କୁ ମାରିବା ପାଇଁ କିନ୍ତୁ ସେ କେବଳ ନିଜ ସନ୍ତାନକୁ ହିଁ ମାରି ପାରିବେ ।

ସେହିପରି ଭଗବାନ ସମସ୍ତଙ୍କୁ ସୁଖ ବାଣ୍ଟନ୍ତି କିନ୍ତୁ ଦୁଃଖ କେବଳ ନିଜ ସନ୍ତାନକୁ ଦିଅନ୍ତି । କାରଣ ଆମ ଦ୍ୱାରା କିଛି ଭୁଲ ହୋଇଥିବ ତେଣୁ ଭଗବାନ ଆମକୁ କଷ୍ଟ ଦେଲେ ତେଣୁ ସର୍ବଦା ଭଗବାନଙ୍କ ଧନ୍ୟବାଦ କରିବା ଉଚିତ । କାରଣ ସେ ଆମକୁ ଆମ ଭୁଲ ଦେଖାଇ ଆମକୁ ଚେତାବନୀ ଦେଇଥାନ୍ତି । ଆମ ରକ୍ଷା କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *