ପୁଣି ଝଟକା ଦେଲା Jio, 4 ଶାନଦାର ପ୍ଳାନ କଲା Close…. ଦେଖନ୍ତୁ କଣ ରହିଛି ନୂଆ

ଜିଓ ଦେଶର ସବୁଠୁ ବଡ ନେଟୱାର୍କ କମ୍ପାନୀ ଅଟେ । ଆଜି ସମସ୍ତଙ୍କ ଫୋନରେ ଜିଓ ସିମ ନିଶ୍ଚିତ ରୂପରେ ଦେଖିବାକୁ ମିଳିଯିବ । କିଛି ଦିନ ତଳେ ଜିଓ ନିଜର ସବୁ ପ୍ଳାନର ରେଟକୁ ବଢାଇ ଦେଇ ଥିଲା । ଯାହାକୁ ଦେଖିବା ପରେ ଗ୍ରାହକମାନେ ଆଶ୍ଚର୍ଯ୍ୟ ହେବା ସହ ମୂଲ୍ୟ ବୁଦ୍ଧିକୁ ଦେଖି ତାଙ୍କର ବଜେଟ ହଳି ଯାଇ ଥିଲା । ପାଖାପାଖି ସବୁ ପ୍ଳାନରେ ଜିଓ କମ୍ପାନୀ ୨୦ ପ୍ରତିଶତ ମୂଲ୍ୟ ବୁଦ୍ଧି କରିଛି ।

ବର୍ତ୍ତମାନ ପୁଣି ଥରେ ଜିଓ କମ୍ପାନୀ ନିଜର ଗ୍ରାହକମାନଙ୍କୁ ବଡ ଝଟକା ଦେଇଛି । ଜିଓ ୪ ଟି ଭଲ ପ୍ରିପେଡ ପ୍ଳାନକୁ ବନ୍ଦ କ ରି ଦେଇଛି । ଜିଓ ଏହି ମାସର ଆରମ୍ଭରୁ ହିଁ ସବୁ ପ୍ଳାନର ମୂଲ୍ୟକୁ ବୁଦ୍ଧି କରି ଦେଇଛି । ଏହାର କିଛି ଦିନ ପରେ ପୁଣି ଥରେ କମ୍ପାନୀ ଜିଓର ୪ ଟି ପ୍ରିପେଡ ପ୍ଳାନକୁ ବି ବନ୍ଦ କରି ଦେଇଛି ।

ଅର୍ଥାତ ବର୍ତ୍ତମାନ ଗ୍ରାହକମାନେ ୪୯୯, ୬୯୯, ୮୮୮, ୨୪୯୯ ପ୍ଳାନରେ ରିଚାର୍ଜ କରି ପାରିବେ ନାହିଁ । କାରଣ ଏହି ସବୁ ପ୍ଳାନ ଜିଓ ପ୍ଳାନରେ ନଜର ଆସୁ ନାହିଁ । ସେପ୍ଟେମ୍ବର ମାସରେ ଜିଓ ପ୍ଳାନ ଓ ହଟଷ୍ଟାର ପ୍ଳାନ ସସକ୍ରିବନ ସହ ଭାରତରେ ଜିଓ କମ୍ପାନୀ ଏହି ୪ ଟି ନୂତନ ପ୍ଳାନ ଆରମ୍ଭ କରିଥିଲା । କିନ୍ତୁ ବର୍ତ୍ତମାନ ଏହି ସବୁ ପ୍ଳାନକୁ ବନ୍ଦ କରି ଜିଓ ନୂଆ ଯୋଜନା ସବୁ ଆଣିଛି ।

କିନ୍ତୁ ଏଥିରେ ଗ୍ରାହକମାନଙ୍କର ବି ଲାଭ ଅଛି । ଜିଓ ପାଖରେ ବର୍ତ୍ତମାନ ୬୦୧ ଟଙ୍କା ବାଲା ପ୍ଳାନ ଅଛି । ଯାହାକି ବର୍ତ୍ତମାନ ଡିଜନି ହଟ ଷ୍ଟାର ପ୍ଳାନ ସହ ଆସୁଛି । ୪୯୯, ୬୬୬, ୮୮୮ ଓ ୨୪୯୯ ପ୍ଳାନ ଗୁଡିକ ନଭେମ୍ବର ୨୮ ତାରିଖ ଟେଲିକମ ଅପରେଟରଙ୍କ ଦ୍ଵାରା ବୁଦ୍ଧି ପାଇଥିବା ଶୁଳ୍କ ତାଲିକାର ଅଂସ ନୁହେଁ ବୋଲି କୁହାଯାଇ ଥିଲା ।

ଜିଓର ଗ୍ରାହକମାନଙ୍କୁ ୬୦୧ ଟଙ୍କା ପ୍ଳାନରେ ସବୁଦିନ ୩ ଜିବି ଡାଟା ସହ ott ସୁବିଧା ସହ ୬ ଜିବି ବୋନସ ଡାଟା ବି ଦିଆଯାଉଛି । ଏହି ପ୍ଳାନରେ କାହାକୁ ବି ଆପଣ ଆସିମୀତ ଫୋନ କରି ପାରିବେ । ଜିଓ ଟିଭି ବ୍ୟତିତ ଏହି ପ୍ଳାନରେ ଆପଣ ବହୁତ କିଛି ସୁବିଧା ପାଇ ପାରିବେ । ୬୦୧ ଟଙ୍କା ବାଲା ଏହି ପ୍ଳାନ ୨୮ ଦିନରେ ମୋଟ ୯୦ ଜିବି ଡାଟା ଦିଆ ଯାଉଛି । ବର୍ତ୍ତମାନ ଜିଓ ୫୬ ଦିନରେ ଦୈନିକ ୩ ଜିବି ବାଲା ପ୍ଳାନ ଦେଉ ନାହିଁ ।

Leave a Reply

Your email address will not be published. Required fields are marked *