ଉଡାଜାହାଜରେ Pilot ଓ ସହ ପାଇଲଟଙ୍କୁ ଅଲଗା ଅଲଗା ଖାଦ୍ୟ ଦିଆଯାଏ କାହିଁକି? ପଛରେ ଅଛି ଏହି ବଡ ରହସ୍ୟ

ସମସ୍ତଙ୍କର ସ୍ଵପ୍ନ ଥାଏ କି ସେମାନେ ଦିନେ ନା ଦିନେ ଉଡାଜାହାଜ ଅର୍ଥାତ ପ୍ଳେନରେ ବସିବେ । କିନ୍ତୁ କେତେକ ଲୋକମାନଙ୍କର ଏହି ସ୍ଵପ୍ନ ପୁରା ହୋଇଥାଏ ତ କେତେକ ଲୋକମାନଙ୍କର ଏହି ସ୍ଵପ୍ନ ସ୍ଵପ୍ନ ହୋଇ ରହିଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଉଡାଜାହାଜ ସମ୍ବନ୍ଧିତ ଏକ ବିଷୟ କହିବୁ । ଯାହାକି ବହୁତ ହିଁ ରୋଚକପୂର୍ଣ ଅଟେ ।

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଉଡାଜାହାଜରେ ଦୁଇ ଜଣ ପାଇଲଟ ଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଦୁଇ ଜଣ ପାଇଲଟଙ୍କୁ ଉଡାଜାହାଜରେରେ ଅଲଗା ଅଲଗା ଖାଦ୍ୟ ଦିଆଯାଏ । ଏହା ପଛରେ ଏକ କାରଣ ବି ଅଛି ।

ଆପଣ ଯେତେବେଳେ ଉଡାଜାହାଜରେ ଯାଇଥିବେ କିମ୍ବା ଫିଲ୍ମ ଇତ୍ୟାଦିରେ ଦେଖିଥିବେ ତେବେ ଟ୍ରେନ ଭଳି ଉଡାଜାହାଜରେ ବି ଯାତ୍ରୀମାନଙ୍କର ସୁରକ୍ଷା ଓ ଜରୁରୀ କାଳୀନ ପରିସ୍ଥିତି ପାଇଁ ଦୁଇ ଜଣ ପାଇଲଟ ଥାନ୍ତି । କିନ୍ତୁ ବହୁତ କମ ଲୋକମାନେ ଜାଣିଛନ୍ତି କି ଦୁଇ ଜଣ ପାଇଲଟଙ୍କୁ ଅଲଗା ଅଲଗା ଖାଦ୍ୟ ଦିଆଯାଏ ଖାଇବା ପାଇଁ ।

କହିବାକୁ ଗଲେ ୧୯୮୪ ମସିହାରେ କଙ୍କଡ ଏୟାର ଲାଇନ ଏକ ସୁପରସୋନିକ ବିମାନରେ ଯାତ୍ରୀ ଓ ଉଡଜାହାଜର କ୍ରୁ ମେମ୍ବର ସମସ୍ତେ ନିମ୍ନ ମାନର ଖାଦ୍ୟ ଖାଇବା କାରଣରୁ ବିମାନରେ ଯାତ୍ରା କରୁଥିବା ୧୨୦ ଯାତ୍ରୀମାନଙ୍କ ସହ ଉଡାଜାହଜରେ ଯାଉଥିବା ସମସ୍ତ ମେମ୍ବରଙ୍କ ଫୁଡ ପଏଜନ ହୋଇଥିଲା ।

ଏହି କାରଣରୁ ସମସ୍ତଙ୍କୁ ଜ୍ଵର, ପାଣି ଓ ଡାଇରିଆ ହୋଇଥିଲା । ଏତିକି ନୁହେଁ ଏକ ରିପୋର୍ଟ ଅନୁସାରେ ସେହି ସମୟରେ ଜଣେ ବ୍ୟକ୍ତିର ମୃତ୍ୟୁ ବି ହୋଇଥିଲା । ପୁଣି ଥରେ ୨୦୦୯ରେ ବ୍ରିଟିଶ ଏୟାରଲାଇନରେ ଏହିଭଳି ୩୨ ଟି ଫୁଡ ଫଏଜନ ମାମଲା ସାମ୍ନାକୁ ଆସିଥିଲା । ୨୦୦୭ରେ ୩୯ ଟି ମାମଲା ସାମ୍ନାକୁ ଆସିଥିଲା । ପ୍ରାୟତଃ ସମୟରେ ଏହିଭଳି ଘଟଣା ସାମ୍ନାକୁ ଆସିସାରିଛି ।

ଉଡାଜାହାଜରେ ଖାଦ୍ୟ ଖାଇବା ପରେ ଯାତ୍ରୀମାନଙ୍କୁ ଫୁଡ ପଏଜନ ହୋଇଥାଏ । ଏହାକୁ ଦ୍ରୁଷ୍ଟିରେ ରଖି ଉଡାଜାହାଜରେ ଖାଇବାକୁ ନେଇ ବହୁତ ସୁରକ୍ଷା ଓ ସତର୍କ କାର୍ଯ୍ୟ କରାଯାଉଛି । ସେଥିପାଇଁ ଉଡାଜାହାରେ ପାଇଲଟ ଓ ସହ ପାଇଲଟକୁ ଫୁଡ ପଏଜନ ଠାରୁ ବଞ୍ଚାଇବା ପାଇଁ ସୁରକ୍ଷିତ ଓ ସୁସ୍ଥ ରଖିବା ପାଇଁ ଅଲଗା ଅଲଗା ଖାଦ୍ୟ ଖାଇବାକୁ ଦିଆଯାଏ ।

ଯଦି କୌଣସି କାରଣରୁ ବିମାନରେ ଗୋଟିଏ ପାଇଲଟକୁ ଫୁଡ ପଏଜନ ହୋଇଯାଏ ତେବେ ଅନ୍ୟ ଜଣ ପାଇଲଟ ସୁରକ୍ଷିତ ପ୍ଲେନକୁ ଉଡାଇ ପାରିବେ ଓ ଯାତ୍ରୀମାନଙ୍କୁ ସୁରକ୍ଷିତ ରଖି ପାରିବେ । ଏହି କାରଣରୁ ହିଁ ପାଇଲଟ ଓ ସହ ପାଇଲଟଙ୍କୁ ଅଲଗା ଅଲଗା ଦିଆଯାଏ ।

Leave a Reply

Your email address will not be published. Required fields are marked *