ବାସ୍ତୁ ଅନୁସାରେ ଠାକୁର ଘରର ସମ୍ପୁର୍ଣ୍ଣ ତଥ୍ୟ, କେଉଁ ଦିଗରେ ହେବ? କେଉଁ ଦିଗକୁ ଠାକୁରଙ୍କ ମୁହଁ ରହିବ ? Vastu Tips

ଆଜି ଆମେ ଆପଣ ମାନଙ୍କୁ ଠାକୁର ଘର କେଉଁ ଦିଗରେ, ଠାକୁର ଘରେ କଣ କରିବା ଉଚିତ, କେଉଁ କାମ ଠାକୁର ଘରେ କରିବା ଅନୁଚିତ, ଠାକୁର ଘର କେଉଁ ଦିଗକୁ ମୁହଁ କରି ପୂଜା କରିବା ଦରକାର ଏହାର ସଂପୂର୍ଣ୍ଣ ବିବରଣୀ ବିଷୟରେ କହିବାକୁ ଯାଉଛୁ । ଠାକୁର ଘର ଉତ୍ତର ପୂର୍ବ ବା ଐଶାନ୍ୟ କୋଣରେ ହେବା ଦରକାର । ଏହା ଛଡା ଅନ୍ୟ କୌଣସି ଦିଗକୁ କରିବା ଉଚିତ । ଯଦି ଅନ୍ୟ କୌଣସି ବ୍ୟବସ୍ଥା ନ ଥାଏ ତେବେ ଉତ୍ତର ଦିଗକୁ କରି ପାରିବେ ।

ଶୋଇବା ଘରେ ପୂଜା କରିବା ଅନୁଚିତ । ଯଦି କୌଅଂଶୀ ବିକଳ୍ପ ନ ଥାଏ ତେବେ ଆପଣ ଠାକୁର ରଖିବା ପାଇଁ ସ୍ଵତନ୍ତ୍ର ଆସ୍ଥାନ କରି ପୂଜା କରିବା ପରେ ସେଥିରେ ପରଦା ପକାଇ ଦିଅନ୍ତୁ । ପୂଜା ଘରର କବାଟ ବା ଝରକା ଉତ୍ତର ଦିଗକୁ ରହିବା ଉଚିତ । ପୂଜା ଘରର କବାଟ ଲୁହା, ଟିଣର ନ କରି କାଠର କରନ୍ତୁ । ପୂଜା ଘରର ବନ୍ଧ ୪ କାଠ ହେବ ଉଚିତ ।

ଠାକୁର ଘରର କବାର ଆପେ ଆପେ ବନ୍ଦ ବ ଖୋଲିବା ଠିକ ନୁହେଁ । ଏହା ଦ୍ଵାରା ପରିବାରର କ୍ଷତି ହୋଇଥାଏ । ଘରେ ମୂର୍ତ୍ତି ପୁଜାର ବ୍ୟବସ୍ଥା ନ କରି ଫୋଟୋ ପୂଜା କରିବା ଉଚିତ । ଯଦି ମୂର୍ତ୍ତ ପୂଜା କରାଯାଏ ତେବେ ୬ ଆଙ୍ଗୁଳିରୁ କଣ ଉଚ୍ଚତା ହେବା ଉଚିତ । ଯଦି ଆପଣ ମୂର୍ତ୍ତି ପୂଜା କରୁଛନ୍ତି ତେବେ ଘରର ଉତ୍ତର ପୂର୍ବ କୋଣରେ ମଣ୍ଡପ ସ୍ଥାପନ କରି ବଡ ମୂର୍ତ୍ତି ପୂଜା କରନ୍ତୁ ।

ଠାକୁର ଫୋଟୋ ବା ମୂର୍ତ୍ତିକୁ କାନ୍ଥକୁ ଲଗାଇ ଟାଙ୍ଗିବା ବା ଲାଗାଇ ରଖିବା ଅନୁଚିତ । ଏଥିପାଇଁ ସ୍ବତନ୍ତ୍ର ଆସ୍ଥାନ ଷ୍ଟହାପନା କରିବା ଉଚିତ । ପୂଜା ଘରର ମୂର୍ତ୍ତି ବା ଫୋଟୋ ଉତ୍ତର ପୂର୍ବ କୋଣରେ ରଖି ପୂଜା କରନ୍ତୁ । ପୂଜା ଘରର କବାଟ ସିଧା ବା ଠିକ ସାମନାରେ ଠାକୁର ରଖିବା ଉଚିତ ।

ଠାକୁରଙ୍କ ଆସ୍ଥାନ କାନ୍ଥକୁ ନ ଲଗାଇ କାନ୍ଥକୁ ଛାଡି ରଖନ୍ତୁ । ଠାକୁର ଘର ପୁରା ମାରବଲ କରନ୍ତୁ ଅନହି । ଗୃହରେ ଥିବା ତାହାକୁର ଘରେ ଫୋଟୋ ବା ମୂର୍ତ୍ତିକୁ ପଶ୍ଚିମ ମୁହାଁ କରି ରଖାଯିବା ଉଚିତ । କେବଳ ମନ୍ଦିରରେ ଠାକୁରଙ୍କ ମୁହଁ ପୂର୍ବକୁ କାରାଯାଇ ପାରିବ । ଘରେ ପୂଜା କରିବା ସମୟରେ ଠାକୁରଙ୍କୁ ଦକ୍ଷିଣ ପାଖରେ ରଖି ନିଜେ ଉତ୍ତରକୁ ମୁହଁ କରି ପୂଜା କରିବା ଉଚିତ ।

ପୂଜା ଘରେ ଯୋଗ ବା ବ୍ୟାୟମ କରୁଛନ୍ତି ତେବେ ଏହା ଅନୁଚିତ । ପୂଜା ଘରର ଛାତ ପିରାମିଡ ଭଳି କରିବା ଉଚିତ । ପୂଜା ଘରେ ଆଲମାରି ବା ବାକ୍ସ ଯାହା ରଖାଯାଏ ତାହା ଦକ୍ଷିଣ ବା ପଶ୍ଚିମ କାନ୍ଥକୁ ଲାଗି ରହିବା ଉଚିତ । ପୂଜା ଘରେ କୌଣସି ଅଦରକାରୀ ଜିନିଷ ରଖିବା ଅନୁଚିତ । ଏହା ସହ ଟଙ୍କା ପୂଜା ଘରେ ରଖିବା ନିଷେଧ । ପୂଜା ଘରକୁ ଲାଗି ରୋଷେଇ ଘର ବା ସିଡିଘର କରିବା ନିଷେଧ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *