ପିଲା ମାନଙ୍କ ଆତ୍ମ ବିଶ୍ଵାସ କେମିତି ବଢାଇବେ ? ସବୁ ମା’ ମାନଙ୍କୁ ନିହାତି ଜାଣିବା ଅବଶ୍ୟାକ- Parenting Tips

ପ୍ରତେକ ପିଲା ପାଇଁ ମା ଓ ବାପାର ଆବଶ୍ୟକ ଜୀବନର ରହିଥାଏ । କାରଣ ବାପା ମାଙ୍କ ବିନା ପିଲାର ଭବିଷ୍ୟତ କିଛି ମାନ୍ୟତା ରଖେ ନାହି । ଆମ ଦେଶରେ ଏମିତି କିଛି ମହିଳା ଏମାନେ ଅଛନ୍ତି ଯେଉଁ ମାନେ ପିଲା ଜନ୍ମ ହେବା ପରେ ତାଙ୍କର ଲାଳନପାଳନ କରିବା ଠାରୁ ଆରମ୍ଭ କରି ତାଙ୍କର ଭଲ ମନ୍ଦ ବୁଝିବା ସବୁ କିଛି କରିଥାନ୍ତି । ଏଥିପାଇଁ ମହିଳା ମାନେ ନିଜର ଚାକିରି ଛାଡି ଦେଇଥାନ୍ତି ।

ସ୍ଵାମୀ ବିବେକାନନ୍ଦ କହିଛନ୍ତି ଆମ ଦେଶରେ ମା ମାନେ ନିଜ ପିଲାର ଖୁସି ପାଇଁ କିଛି ବି କରିଥାନ୍ତି । ଉଭୟ ମା ଓ ବାପା ପିଲାର ପାଠ ପଢା ଠାରୁ ଆରମ୍ଭ କରି ଦରକାରୀ ଜିନିଷ ଯୋଗାଇ ଦେବାରେ ଏକତ୍ର ହୋଇ କରିଥାନ୍ତି । ତେଣୁ ପିଲା ଜୀବନରେ ଉଭୟ ବାପା ମା ର ଆବଶ୍ୟକତା ରହିଛି ।

କାରଣ ଯଦି ବାପା ବାହାରକୁ ଯାଇ ଟଙ୍କା ରୋଜଗାର କରୁଛନ୍ତି ତେବେ ଆମ ଘରେ ରହି ପିଲାର ଭଲ ମନ୍ଦ ବୁଝିବା ସହ ତାର ସବୁ ଜିଦି କୁ ପୁରା କରୁଛି । ଯଦି ବାପା ମା ଉଭୟ ନିଜର କାମରେ ବ୍ୟସ୍ତ ରହିବେ ତେବେ ପିଲାର ଲାଳନପାଳନ ସମ୍ଭବ ହୋଇ ପାରିବ ନାହି । ତେଣୁ ଉଭୟ ବାପା ମା ପିଲା ମାନଙ୍କ ପାଇଁ କିଛି ସମୟ ବାହାର କରିବା ଉଚିତ ।

ଯଦି ଆପଣ ହାଉସ ୱାଇଫ ଅଛନ୍ତି ତେବେ ପିଲାଙ୍କ ଦାୟିତ୍ଵ ନିଭାଇବାରେ ନିଜକୁ ଛୋଟ ମାନେ କରନ୍ତୁ ନାହି । କାରଣ ଆଗାମୀ ସମୟରେ ସେହି ପିଲା ସମାଜରେ ନିଜର ଅଲଗା ପରିଚୟ ସୃଷ୍ଟି କରି ପାରିବ । ଏଥିପାଇଁ ଆପଣଙ୍କୁ ଭବିଷ୍ୟତରେ ନିଜ ପିଲାଙ୍କ ପାଇଁ ଗର୍ବ ଅନୁଭବ କରିବାକୁ ପଡିବ ।

ଯଦି ଆପଣଙ୍କ ଘରେ କୌଣସି କାରଣରୁ ଟଙ୍କା ସମସ୍ଯା ରହିଛି ତେବେ ଘରର ମହିଳା ମାନେ କାମ କରି ପାରିବେ । ଏଥିରେ ତାଙ୍କ ପିଲାଙ୍କ ଉପରେ କୌଣସି ଖରାପ ପ୍ରଭାବ ପଡିବ ନାହି । କାରଣ ଆପଣ ଯାହା ବି କରିବେ ନିଜ ପିଲାର ଭବିଷ୍ୟତ ପାଇଁ ହିଁ କରିବେ । ତେଣୁ ଏଥିପାଇଁ ମା ମାନେ ନିଜକୁ ଛୋଟ ମାନେ କରିବା ଅନୁଚିତ । ଆପଣ ବାହାର କାମ କରି ମଧ୍ୟ ପିଲାର କେୟାର ନେଇ ପାରିବେ ।

ମା ମାନେ ଆତ୍ମବିଶ୍ଵାସ ସହ ଆଗକୁ ବଢିଲେ ପିଲା ମାନେ ମଧ୍ୟ ତାହା ଶିକ୍ଷା ଲାଭ କରିବେ । ମା ମାନେ ସାହସର ସହ କାହକିରି କରି ଟଙ୍କା ରୋଜଗାର କରୁଛନ୍ତି ସେମାନେ ନିଜର ପିଲାଙ୍କର ପୋଷଣ କରିବା ଯେତେ କଷ୍ଟସାଧ୍ୟ ହେଉଥିଲେ ମଧ୍ୟ ତାହା ସହଜ ହୋଇ ପାରିବ କେବଳ ନିଜ ଉପରେ ଭରସା ରଖନ୍ତୁ । ମା ମାନେ ନିଜର ଓ ପିଲାଙ୍କର ଭବିଷ୍ୟତ ପାଇଁ ଚେଷ୍ଟା ଜାରି ରଖିବା ଉଚିତ । ଏହା ଦ୍ଵାରା ଆପଣ ଯାହା ଭଲ କାମ କରିବେ ଆପଣଙ୍କ ପିଲା ମଧ୍ୟ ତାହା ଶିକ୍ଷା ଲାଭ କରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *