ତୁଳସୀ ପତ୍ରର ସେବନ ଦ୍ଵାରା ଯାହା ହୁଏ ଜାଣି ଆପଣ ଆଶ୍ଚର୍ଯ୍ୟ- Health Benefits

ପ୍ରତେକ ଗଛ ଗୁଡିକର କିଛି ନା କିଛି ଗୁପ୍ତ ରହସ୍ୟ ରହିଛି । ଏମିତି କିଛି ଗଛ ରହିଛି ଯାହା ଆମ ଶରୀର ପାଇଁ ହିତକାରକ ଅଟେ । ଏମିତି କି ଅନେକ ରୋଗର ନିବାରଣ ପାଇଁ ଗଛ ଗୁଡିକ ସହାୟକ ହୋଇଥାନ୍ତି । ଯେପରି ତୁଳସୀ ଗଛ ଏମିତି ଏକ ଗଛ ଯାହାର ବ୍ୟବହାର କରିବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିଥାଏ ।

ଏହା ଏକ ଔଷଧୀୟ ଗଛ ଅଟେ । ଆୟୁର୍ବେଦିକ ମତରେ ତୁଳସୀ ପତ୍ରର ସେବନ ଦ୍ଵାରା ଆମ ଶରୀର ରେ ଅନେକ ରୋଗର ନିରାକରଣ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ତୁଳସୀ ପତ୍ର ସେବନ ଦ୍ଵାରା କେଉଁ ଫାଇଦା ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଜାଣିଥିବେ ସାଧାରଣତ ଛୋଟ ପିଲାଙ୍କୁ ଥଣ୍ଡା, ଜ୍ଵର ବା କାସ ଆଦି ସମସ୍ଯା ଅଧିକାଂଶ ସମୟରେ ଦେଖା ଯାଇଥାଏ । ଏଥିପାଇଁ ତୁଳସୀ ପତ୍ର ସହ ମହୁ ମିଶାଇ ସେବନ କରିଲେ ଏ ସବୁ ରୋଗରୁ ମୁକ୍ତି ମିଳିଥାଏ । ଯଦି ପିଲା ମାନଙ୍କୁ ବହୁତ ଦିନ ହେବ ଜ୍ଵର, କାସ ବା କଫ ଭଳି ସମସ୍ଯା ରହିଛି ତେବେ ତୁଳସୀ ପତ୍ର ସହ ଅଦା ଓ ମହୁ ମିଶାଇ ସେବନ କରାଇଲେ ଏହା ତୁରନ୍ତ ଦୂର ହୋଇଥାଏ ।

ପିଲା ମାନଙ୍କର ପେଟ ଫମ୍ପା, ଝାଡା, ବାନ୍ତି ଆଦି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ପ୍ରତେକ ଦିନ ସକାଳେ ଖାଲି ପେଟରେ ତୁଳସୀ ପାତ୍ର ୪ରୁ ୫ଟି ଛୋଟ ପିଲାଙ୍କୁ ଖାଇବାକୁ ଦେଲେ ସେମାନଙ୍କର ଭୋକ ବୃଦ୍ଧି ପାଇଥାଏ ।

ଏହା ସହ ଖାଦ୍ୟ ମଧ୍ୟ ସହଜରେ ହଜମ ହୋଇଯାଏ । ତୁଳସୀ ପତ୍ର ର ସେବନ ଦ୍ଵାରା ପିଲାଙ୍କର ଶରୀର ମଧ୍ୟ ସୁସ୍ଥ ରହିଥାଏ । ତୁଳସୀ ପତ୍ର ର ରସ ସହ ଗାଈ ଘିଅ ଓ ଗୋଲମରୀଚ ମିଶାଇ କିଛି ଦିନ ସେବନ କରିଲେ କାସ, ଶ୍ଵାସ, ଜ୍ଵର, କଫ, ବାଟ ଓ ଅଜିର୍ଣ୍ଣ ଭଳି ରୋଗରୁ ଉପଶମ ମିଳିଥାଏ । ତୁଳସୀ ପତ୍ର ର ରସ ସହ କେବଳ ଗୋଲମରୀଚ ମିଶାଇ କିଛି ଦିନ ସେବନ କରିଲେ ସବୁ ପ୍ରକାର ଜ୍ଵର ଭଲ ହୋଇଯାଏ ।

ଏହା ବ୍ଯତୀତ ତୁଳସି ପତ୍ର ର ସେବନ ଦ୍ଵାରା ବ୍ରଣ, ଅମ୍ଳପିତ ଆଦି ଦୂର ହୋଇଥାଏ । ଯେ କୌଣସି ପ୍ରକାର ମେହ ରୋଗରୁ ମୁକ୍ତି ପାଇବା ପାଇଁ ତୁଳସୀ ମଞ୍ଜି ସହ ମିଶ୍ରି ବାଟି ସେବନ କରିଲେ ଏହା ଦୂର ହୋଇଥାଏ । ତୁଳସୀ ପତ୍ର ର ରସ ମୁଣ୍ଡରେ ମାଲିସ କରିଲେ ପୀଡା ନିବାରିତ ହୋଇଥାଏ । ତେବେ ତୁଳସୀ ପତ୍ର ର ସେବନ ଦ୍ଵାରା ଆମ ଶରୀର ରେ ଅନେକ ଫାଇଦା ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ .।

Leave a Reply

Your email address will not be published. Required fields are marked *