ନୂଆ ବର୍ଷରୁ ଆସୁଛି ନୂଆ ନିୟମ, ATM ବ୍ୟବହାର କରିବା ପଡିବ ମହଙ୍ଗା

ନମସ୍କାର ବନ୍ଧୁଗଣ । ଜାନୁଆରୀ ୨୦୨୨ ଠାରୁ ଏଟିଏମ ବ୍ୟବହାର ମହଙ୍ଗା ହେବ । ଆରବିଆଇର ଅନୁମତି ପରେ ଚାର୍ଜ ବଢାଇଲେ ବ୍ଯାଙ୍କ । ଏବ ଲୋକ ମାନଙ୍କୁ ଏଟିଏମ ବ୍ୟବହାର କରିବା ପାଇଁ ଅଧିକ ଟଙ୍କା ଗଣିବାକୁ ପଡିବ । RBI ବ୍ଯାଙ୍କ ଦେଶରେ ସବୁ ବ୍ଯାଙ୍କକୁ ଏଟିଏମ ଟ୍ରାଞ୍ଜାକସନ ଚାର୍ଜ ବୃଦ୍ଧି କରିବାକୁ ଅନୁମତି ଦେବା ପରେ ନୂଆବର୍ଷ ୨୦୨୨ ରେ ନୂଆ ନିୟମ ଆଲଗୁ ହେବାକୁ ଯାଉଛି ।

ଆପଣ ଯଦି ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ଓ ଏଟିଏମ ସାହାଜ୍ଯରେ ଟଙ୍କା କାରୋବାର କରୁଛନ୍ତି ତେବେ ଆପଣ ମାନେ ଏହି ନୂଆ ନିୟମ ବିଷୟରେ ଜାଣି ରଖିବା ଉଚିତ । ଯଦି ଆପଣ ଏହି ନୂଆ ନିୟମ ବିଷୟରେ ନ ଜାଣିବେ ତେବେ ଆଗାମୀ ସମୟରେ ଅସୁବିଧାରେ ପଡି ପାରନ୍ତି ।

RBI ବ୍ୟାଙ୍କର ସୂଚନା ଅନୁସାରେ ଏଣିକି ଫ୍ରୀ ଏଟିଏମ ଟ୍ରାଞ୍ଜାକସନ ପରେ ଗ୍ରାହକ ମାନଙ୍କୁ ଟଙ୍କା ଉଠାଣ ପାଇଁ ଦେବାକୁ ପଡିବ ଅଧିକ ଟଙ୍କା । ବ୍ୟାଙ୍କ ଗୁଡିକ ଏଥିପାଇଁ ପୂର୍ବରୁ ୟୁଜର୍ସଙ୍କ ତହରୁ ୨୦ ଟଙ୍କା ନେଉଥିବା ବେଳେ ନୂଆବର୍ଷରେ ଏହା ୨୧ ଟଙ୍କାକୁ ବୃଦ୍ଧି ପାଇବ ।

ତେବେ ସବୁଠାରୁ ଜରୁରୀ କଥା ହେଉଛି ଏହା ଉଭୟ ଫାଇନାନ୍ସିଆଲ ଓ ନନ ଫାଇନାନ୍ସିଆଲ ଟ୍ରାଞ୍ଜାକସନ ପାଇଁ ଲାଗୁ ହେବାକୁ ଯାଉଛି । ଦେଶରେ ଅଧିକାଂଶ ବ୍ଯାଙ୍କ ନିଜ ଗ୍ରାହକଙ୍କୁ ନିଜ ଏଟିଏମ ରୁ ୫ ଥର ଟ୍ରାଞ୍ଜାକସନ କରିବାକୁ ଅନୁମତି ଦେଇଥାନ୍ତି । ଏଥିପାଇଁ ଗ୍ରାହ ମାନଙ୍କୁ କୌଣସି ପ୍ରକାର ଅତିରିକ୍ତ ଚାର୍ଜ ଦେବାକୁ ପଡେ ନାହି ।

ସେହିଭଳି ଅନ୍ୟ ଏଟିଏମ ରୁ ମଧ୍ୟ ଗ୍ରାହକ ମାନେ ୩ ଥର ଫ୍ରି ରେ ଟଙ୍କା ଉଠାଇ ପାରିଥାନ୍ତି । ମେଟ୍ରୋ ସହର ବ୍ଯତୀତ ଅନ୍ୟ ଅଞ୍ଚଳ ଗୁଡିକରେ ଲୋକ ମାନଙ୍କ ପାଇଁ ଏହି ସୀମା ୫ ଥର ରହିଥାଏ । କିନ୍ତୁ ଏହା ପରେ ଅଧିକ ଥର ଏଟିଏମ ରୁ ଟଙ୍କା ଉଠାଇବାକୁ ଜାନୁଆରୀ ରୁ ଲୋକ ମାନଙ୍କୁ ଅଧିକ ଚାର୍ଜ ଦେବାକୁ ପଡିବ ବୋଲି RBI ବ୍ଯାଙ୍କ ସୂଚନା ଦେଇଛି ।

ପ୍ରତି ଟ୍ରାନଯାକସନ ପିଛା ୨୦ ଟଙ୍କା ବଦଳରେ ଏଟିଏମ ବ୍ୟବହାର କରୁଥିବା ଗ୍ରାହକ ମାନଙ୍କୁ ଏବେ ୨୧ ଟଙ୍କା ଦେବାକୁ ପଡିବ । ବ୍ଯାଙ୍କ ଗ୍ରାହକ ମାନଙ୍କୁ ଦେଉଥିବା ଫ୍ରି ଲିମିଟ ଭିତରେ ନନ ଫାଇନାନ୍ସିଆଲ ଟ୍ରାଞ୍ଜାକସନକୁ ମଧ୍ୟ ଗଣନା କରାଯାଏ ।

ଯଦି ଆପଣ ଫ୍ରି ଲିମିଟ ସାରିବା ପରେ ଏଟିଏମ ରେ କେବଳ ବାଲାନ୍ସ ଚେକ କରୁଛନ୍ତି ବା ମିନି ଷ୍ଟେଟମେଣ୍ଟ ବାହାର କରୁଛନ୍ତି ତେବେ ଏହି କ୍ଷେତ୍ର ରେ ଅତିରିକ୍ତ ଚାର୍ଜ ଦେବାକୁ ପଡିବ । ସେହିପରି ଫ୍ରି ଲିମିଟ ଶେଷ ହେବା ପରେ ଏଟିଏମ ପିନ ଚେଞ୍ଜ କରିଲେ ଗ୍ରାହକ ମାନଙ୍କୁ ଅତିରିକ୍ତ ଚାର୍ଜ ପଡିପାରେ ବୋଲି RBI ସୂଚନା ଦେଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଏଟିଏମ ଚାର୍ଜକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *