ଜୋତା ଚପଲ ପିନ୍ଧି ଖାଉଥିବା ବ୍ୟକ୍ତି ଜାଣନ୍ତୁ ଭୟଙ୍କର କଥା- Ajira Anuchinta

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ମଣିଷ ଜୀବନରେ ବାସ୍ତୁ ଶାସ୍ତ୍ର ବହୁତ ମହତ୍ଵ ଭୂମିକା ନିଭେଇ ଥାଏ ତେବେ ବାସ୍ତୁ ଅନୁଯାଇ କାର୍ଯ୍ୟ ନକଲେ ମଣିଷ ନିଜେ ବହୁତ କଷ୍ଟ ପାଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାଇ ଜିନିଷ ରଖିଲେ ବା ଆଚରଣ କଲେ ମଣିଷକୁ ବହୁତ ପ୍ରକାର ସୁଖ ପ୍ରାପ୍ତି ହୋଇଥାଏ । ତେବେ ଖାଦ୍ୟ ଗ୍ରହଣ କରିବା ପାଇଁ ମଧ୍ୟ ଶାସ୍ତ୍ରରେ ବହୁତ କିଛି ଉଲ୍ଲେଖ କରା ଯାଇଛି ଯାହା ଆମ ପୂର୍ବଜ ମାନେ ମାନୁଥିଲେ କିନ୍ତୁ ବର୍ତମାନ ସମୟରେ ଆଉ କେହି ଏହା ଉପରେ ବିଚାର କରୁ ନାହାନ୍ତି ଆଉ କଷ୍ଟ ପାଉଛନ୍ତି । ତେବେ ଆଜି ଆମେ ଖାଦ୍ୟ ବିଷୟରେ କିଛି ବାସ୍ତୁ ଶାସ୍ତ୍ର କଥା କହିବାକୁ ଯାଉଛୁ ।

୧. ଶାସ୍ତ୍ର ଅନୁଯାଇ ଖାଇବା ଦିଗ ବହୁତ ଆବଶ୍ୟକ ହୋଇଥାଏ, ଆପଣ କେଉଁ ଦିଗରେ ମୁଖ କରି ଖାଦ୍ୟ ଗ୍ରହଣ କରୁଛନ୍ତି ତାହା ମଧ୍ୟ ବହୁତ ମହତ୍ଵ ରଖିଥାଏ ଜୀବନରେ ଯଦି କେବେ କେହି ଦକ୍ଷିଣ ଦିଗକୁ ମୁହଁ କରି କିଛି ଖାଇଥାନ୍ତି ତେବେ ତାଙ୍କ ଜୀବନରେ କାଳ ଆରମ୍ଭ ହୋଇଥାଏ ସେଥିପାଇଁ ଏହି କଥା ମନେ ରଖନ୍ତୁ ଆଉ ଦକ୍ଷିଣ ଦିଗରେ ମୁଖ କରି କେବେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ ।

୨. ଘରେ ଦାଇନିଙ୍ଗ ଟେବୁଲ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖିବା ଉଚିତ ଏବଂ ଖାଇଲା ବେଳେ ପୂର୍ବ କିମ୍ବା ଉତ୍ତରକୁ ମୂହଙ୍କରୀ ଭୋଜନ କରିଲେ ମଙ୍ଗଳ ହୋଇଥାଏ ।

୩. ବାସ୍ତୁ ଶାସ୍ତ୍ର ଅନୁଯାଇ ଖାଇବା ପୂର୍ବରୁ ପାଦ ଧୋଇ ଖାଇବା ଦ୍ଵାରା ଶ୍ଵାସ ଭଲ ହୋଇଥାଏ ଏବଂ ଆୟୁ ବୃଦ୍ଧି ହୋଇଥାଏ ।

୪. କେବେବି ଭଙ୍ଗା ବା ଅସନା ହୋଇଥିବା ବାସନରେ ଖାଦ୍ୟ ଖାଇବା ଉଚିତ ନୁହଁ କାହିଁକିନା ଏହା ଦ୍ଵାରା ସମସ୍ୟା ବୃଦ୍ଧି ହୋଇଥାଏ ଏବଂ ଦୁର୍ଭାଗ୍ୟ ବଢିବାକୁ ଲାଗିଥାଏ ।

୫. ଘରେ ଶୋଇବା ଖଟରେ କେବେ ବି ଖାଇବା ଉଚିତ ନୁହଁ କାହିଁକିନା ଏହା ଦ୍ଵାରା ଘର ସମସ୍ୟା ବଢିବାକୁ ଲାଗିଥାଏ ଆଉ ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।

୬. ଖାଇବା ପରେ ସବୁବେଳେ ଖାଇବା ଅଇଁଠା ଗୋଟାଇ ସେହି ସ୍ଥାନ ସଫା କରିବା ଉଚିତ ହୋଇଥାଏ ଏହା ଦ୍ଵାରା ଅନ୍ନ ଆଦର ହୋଇଥାଏ ।

୭. ଖାଦ୍ୟ ଖାଇବା ପୂର୍ବରୁ ଠାକୁରଙ୍କୁ ସମର୍ପଣ କରି ଖାଦ୍ୟ ଖାଇବା ଉଚିତ ଏହା ଦ୍ଵାରା ମଙ୍ଗଳ କାରୀ ହୋଇଥାଏ ଏବଂ ଜୀବନରେ ଉନ୍ନତି ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ ଓ ଏହାକୁ ସେୟାର ମଧ୍ୟ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *