ଗୋଟେ ଯୁବତୀ ବିରୁଧରେ ଜଣେ ନାବାଳକ ଆଣିଛି ଯୌନ ଶୋଷଣର ଅଭିଯୋଗ – ପଢନ୍ତୁ ସମ୍ପୂର୍ଣ ଖବର

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏକ ଏଭଳି ଘଟଣା ବିଷୟରେ କହିବୁ ଯାହା ବିଷୟରେ ଜାଣି ଆପଣ ମୁଣ୍ଡରେ ହାତ ଦେବେ । ଆଜି ପର୍ଯ୍ୟନ୍ତ ଆପଣ ଶୁଣିଥିବେ ଗୋଟେ ପୁଆ ଗୋଟେ ଝିଅ ସହ ଦୁଷ୍କର୍ମ କରିବା କଥା ବା ଗୋଟେ ପୁଅ ଉପରେ ଯୌନଶୋଷଣର ଅଭିଯୋଗ ବିଷୟରେ , କିନ୍ତୁ ଆଜି ଆମେ ଯେଉଁ ଘଟଣା ବିଷୟରେ କହିବୁ ସେଥିରେ ଗୋଟେ ଝିଅ ଉପରେ ଯୌନଶୋଷଣର ଅଭିଯୋଗ ଆଣିଛି ଜଣେ ନାବାଳକ । ତେବେ କଣ ଏହି ଖବର ପଛର ସତ୍ୟତା ଆସନ୍ତୁ ଜାଣିବା ।

ଏହି ଘଟଣା ହେଉଛି ଝାଡଖଣ୍ଡର ଧାନବାଦ ଅଞ୍ଚଳର । ଏଠାରେ ଜଣେ ନାବାଳକ ଗୋଟେ ମହିଳା ନାଁ ରେ ଯୌନ ଶୋଷଣ ର ଅଭିଯୋଗ କରିଛି ।

ପୋକ୍ସୋ ସ୍ଵତନ୍ତ୍ର ଅଦାଲତରେ ଏହି ମାମଲା ରୁଜୁ ହୋଇଛି, ଯାହା ଅନୁସାରେ ମହିଳା ଜଣଙ୍କ ନାବାଳକକୁ ଜବରଦସ୍ତି ନିଜ ଘରେ ଅଟକ ରଖି ତାର ଯୌନ ଶୋଷଣ କରିଛି ବୋଲି ଅଭୋଯୋଗ ଅଛି । ତେବେ ରିପୋର୍ଟ ଅନୁସାରେ ଏକ 24 ବର୍ଷୀୟ ଯୁବତୀଙ୍କ ନାଁ ରେ ଏହି ଅଭିଯୋଗ ହୋଇଛି । ତେବେ କିଛି ଦିନ ତଳେ ଏହି ଯୁବତୀ ସେହି ନାବାଳକକୁ ଏକ ସମ୍ପର୍କୀୟଙ୍କ ବାହାଘରରେ ଦେଖା ହୋଇଥିଲେ, ଏହା ପରେ ସେ ତାକୁ ନିଜ ସହ ଗୁଜୁରାଟ ନେଇ ଯାଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ଯୁବକ ଟି ଟିକେ ମାନସିକ ଦୁର୍ବଳ ଅଟେ ।

ସେହି ଘଟଣା ପରେ ତାର ପରିବାର ଲୋକେ ଭାବିଲେ କି ସେ ହଜି ଯାଇଛି ଓ ସେମାନେ ପୋଲିସ ରେ ରିପୋର୍ଟ ମଧ୍ୟ କରିଥିଲେ ନିଖୋଜ ପୁଅ ନାଁ ରେ । ତେବେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସେହି ପୁଅର ପରିବାର ଲୋକେ ତା ବିଷୟରେ ଜାଣିବାକୁ ପାଇଥିଲେ ଓ ତାକୁ ନେବା ପାଇଁ ଗୁଜୁରାଟ ରେ ପହଞ୍ଚିଥିଲେ । ସେଠାରୁ ସେମାନେ ବହୁତ କଷ୍ଟରେ ନିଜର ପୁକୁ ମୁକୁଳାଇ ଆଣିଥିଲେ ।

ଏବଂ ପୋଲିସ ଆଗରେ ଯେତେବେଳେ ପୁଅ ଟିକୁ ସବୁ କଥା ପଚରାଗଲା ତ ସେ କହିଥିଲା କି ତାକୁ ସେହି ଯୁବତୀ ଜଣଙ୍କ ଗୋଟେ ରୁମ ରେ ବନ୍ଦ କରି ରଖିଥିଲା ଓ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ଏବଂ ଯଦି ସେ ରାଜି ନ ହେଉଥିଲା ତାକୁ ନିର୍ଯ୍ୟାତନା ମଧ୍ୟ ଦେଉଥିଲା । କେବଳ ଏତିକି ନୁହେଁ ସେ ତାକୁ ବିବାହ କରିବାର ମଧ୍ୟ ଉଦ୍ୟମ କରିଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହା ପରେ କେଶ ଫାଇଲ ହୋଇଛି ଓ ଅଦାଲତ ଯୁବତୀଙ୍କ ନାଁ ରେ ଅପହରଣ ଓ ଯୌନ ଶୋଷଣ ଅଭିଯୋଗ ପାଇଁ ମାମଲା ରୁଜୁ କରିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *