କାର୍ତ୍ତିକ ମାସରେ ଏହି ୭ଟି ନିୟମ ମାନିଲେ ଧର୍ମ ମାସ ହୋଇଥାଏ ସଫଳ- ହେବ ଧନବର୍ଷା

ହିନ୍ଦୁଧର୍ମ ରେ କୁହାଯାଇଛି ଯେ ଏହି କାର୍ତ୍ତିକ ମାସ ଭଗବାନ ବିଷ୍ଣୁ ଙ୍କ ପ୍ରିୟ ଅଟେ । ଓ ଏହି ମାସକୁ ବହୁତ ପୂଜନୀୟ ମାନାଯାଇଥାଏ । ଶାସ୍ତ୍ର ଅନୁସାରେ ଏହି ମାସ ରେ ପୂଜା, ବ୍ରତ କରିବା ଦ୍ଵାରା ଆମର ସବୁ ମାନସିକ ପୂରଣ ହୋଇଥାଏ । ଏହା କରିବା ଦ୍ଵାରା ଘରେ ସୁଖ ଏବଂ ଶାନ୍ତି ଭରିଯାଇଥାଏ । କୁହାଯାଏ କି ଭଗବାନ ବିଷ୍ଣୁ ନାରଦ ଙ୍କୁ ଏବଂ ବୃଦ୍ଧଙ୍କୁ ଏହି କାର୍ତ୍ତିକ ମାସ ର ମହାନତା ବିଷୟରେ କହିଥିଲେ । ଏହା ଛଡା ଏହି ମାସ ରେ କେତେକ ନିୟମ ରହିଛି ଯେଉଁ ନିୟମ ପାଳନ କରିବା ଦ୍ଵାରା ସମସ୍ତ ମନୋକାମନା ପୂରଣ ହୋଇଥାଏ ।

ଏବଂ ଘରକୁ ସୁଖ ଓ ଶାନ୍ତିର ଆଗମନ ହୋଇଥାଏ । ଆସନ୍ତୁ ଆଲୋଚନା କରିବା ସେହି ୭ଟି ଉପାୟ ବିଷୟରେ ।  କାର୍ତ୍ତିକ ମାସ ହେଉଛି ପବିତ୍ର ମାସ ଓ ଧର୍ମ ର ମାସ । ତେଣୁ ଏହି ନିୟମ ଗୁଡିକ ପାଳନ କଲେ ବର୍ଷ ଯାକ ପାପ ରୁ ମୁକ୍ତି ମିଳିଥାଏ ଏବଂ ପୂଣ୍ୟ ପ୍ରତି ହୋଇଥାଏ ।

୧) ଏହି ଦିନ ତୁଳସୀ ଗଛକୁ ପୂଜା କରିବା ଉଚିତ । ଶ୍ରୀହରି ଙ୍କର ତୁଳସୀ ଅତି ପ୍ରିୟ ହୋଇଥିବାରୁ ଏହି କାର୍ତ୍ତିକ ମାସ ରେ ତୁଳସୀ ପୂଜାକୁ ବହୁତ ମହତ୍ଵ ଦିଆଯାଇଛି । ତୁଳସୀ ଗଛକୁ ପୂଜା କରିବା ଦ୍ଵାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ତେଣୁ ସେଥିପାଇଁ ତୁଳସୀ ଗଛକୁ ପୂଜା କରିବା ଅତ୍ୟନ୍ତ ଜରୁରୀ ଅଟେ । ଏହି ମାସରେ ତୁଳସୀ ଗଛକୁ ପୂଜା କରିବା ଦ୍ଵାରା ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ ।

୨) କାର୍ତ୍ତିକ ମାସ ରେ ଦ୍ଵୀପ ଦାନ କରିବା ଦ୍ଵାରା ଆପଣ ପୂଣ୍ୟ ଅର୍ଜନ କରିଥାନ୍ତି । ଏହି ମାସ ରେ ଯଦି ଆପଣ କୌଣସି ପୋଖରୀରେ ଦ୍ଵୀପ ଦାନ କରୁଛନ୍ତି ତେବେ ଆପଣଙ୍କୁ ବହୁତ ପୂଣ୍ୟ ମିଳିଥାଏ । ଏହି ସୁବର୍ନ ମାସ ରେ ନଦୀ ଓ ପୋକରି ରେ ଦ୍ଵୀପ ଦାନ କରିବା ଉଚିତ । ଏହି ଦ୍ଵୀପ ଦାନ କରିବା ଦ୍ଵାରା ଘରୁ ସବୁ ପ୍ରକାରର ନାକାରାତ୍ମକ ଶକ୍ତି ଦୂର ହୋଇଥାଏ ।

୩) ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସରେ ବିଛଣା ଅପେକ୍ଷା ଭୂମିରେ ଶୋଇବା ବହୁତ ଆବଶ୍ୟକ । ଏହି ମାସରେ ଭୂମିରେ ଶୋଇବା ଦ୍ଵାରା ବ୍ୟକ୍ତି ର ମନ ଭଲ ରହିଥାଏ । ଏବଂ ଏହା କରିବା ଦ୍ଵାରା ଶରୀର ର ରକ୍ତ ସଂଚାଳନ ଭଲ ହୋଇଥାଏ ।

୪) ଏହି ମାସରେ ତେଲ ଲଗାଇବା ଅନୁଚିତ ଅଟେ । ଏହି ମାସରେ କେବଳ ଚତୁର୍ଥୀ ଦିନ ଶରୀରରେ ତେଲ ଲଗାଇ ପାରିବେ ।

୫) ଏହି ମାସରେ ମୁଗ,ଚଣା, ଏବଂ ମଟର ଆଦିର ସେବନ କରିବା ଅନୁଚିତ ଅଟେ । ଏହା ଛଡା ବ୍ୟକ୍ତିଙ୍କୁ ମଦ ଓ ମାଂସ ଠାରୁ ଦୂରେଇ ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ ।

୬) ଯେଉଁମାନେ ଏହି ମାସରେ ବ୍ରତ ରଖିଥାନ୍ତି ସେମାନେ ତପସ୍ଵୀ ମାନଙ୍କ ପରି ଜୀବନ ଅତିବାହିତ କରିବା ଜରୁରୀ ହୋଇଥାଏ । ଏହା ଛଡା କମ କଥା କହିବା ଓ ଝଗଡା ନ କରିବା ଆଦି ବହୁତ ଭଲ ହୋଇଥାଏ । ଏହି ସମୟରେ ବ୍ୟକ୍ତି ନିଜକୁ ନିୟନ୍ତ୍ରଣ ରେ ରଖିବା ବହୁତ ଜାରୁରୀ ଅଟେ ।

୭) ଏହି ମାସରେ ବ୍ରହ୍ମାଚର୍ଯ୍ୟା ନିୟମ ପାଳିବା ବହୁତ ଜରୁରୀ ଅଟେ । ଏହି ସମୟରେ ଭଗବାନ ବିଷ୍ଣୁଙ୍କ ନାମ ଜାପ କରିବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ । ଏହା ଦ୍ଵାରା ମନ କୁ ଶାନ୍ତି ମିଳିବା ସହ ଘରକୁ ଧନ ମଧ୍ୟ ଆସିଥାଏ । ଏବଂ ଘରେ ସର୍ବଦା ଖୁଶିର ବାତାବରଣ ଲାଗିରହିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *