କାହା ପାଇଁ ହିଟ ହେଲା “Daman”? ନିଜ ଫିଲ୍ମର ସଫଳତା ବିଷୟରେ ଦେଖନ୍ତୁ କଣ କହୁଛନ୍ତି Babushan

ଦର୍ଶକ ବନ୍ଧୁ ଏବେ କେବଳ ଓଡିଶା ନୁହେଁ ସାରା ଦେଶରେ ଦମନ ଫିଲ୍ମକୁ ନେଇ ଚର୍ଚ୍ଚା କମିବାର ନାଁ ନେଉନି । ଦୀର୍ଘ ଅନେକ ସମୟ ପରେ ଓଡିଆ ଇଣ୍ଡଷ୍ଟ୍ରି ଏକ ଏପରି କଣ୍ଟେଣ୍ଟ ଏହି ଫିଲ୍ମ ଆଣିଛି ଯାହାକୁ ଲୋକମାନେ ଦେଖି ବହୁତ ପ୍ରଶଂସା କରୁଛନ୍ତି । ଆମ ଓଲିଉଡ ଇଣ୍ଡଷ୍ଟ୍ରିର ଇତିହାସରେ ଦମନ ହେଉଛି ଏକ ମାତ୍ର ଫିଲ୍ମ ଯାହା ଆଗାମୀ ଆଉ କିଛି ଦିନରେ ହିନ୍ଦୀରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ବାବୁସାନ ମହାନ୍ତି ନଜର ଆସୁଛନ୍ତି । ଏହି ଫିଲ୍ମରେ ନା ହିରୋଇନ ଅଛନ୍ତି ନା କୌଣସି ଆକ୍ସନ ସିନ୍ ।

ହେଲେ ଏହି ଫିଲ୍ମଟି ସତ ଘଟଣା ଉପରେ ଆଧାରିତ ଯାହା ପାଇଁ ସମସ୍ତଙ୍କୁ ଏହି ଫିଲ୍ମଟି ସମସ୍ତଙ୍କୁ ଅଧିକ ପସନ୍ଦ ଆସିଛି । ଓଡିଶା ସରକାର ଏହି ଫିଲ୍ମକୁ ଦେଖିବା ପାଇଁ କରମୁକ୍ତ ମଧ୍ୟ କରାଇଛନ୍ତି । ଆଉ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ବାବୁସାନ ମହାନ୍ତିଙ୍କର ଏକ ସାକ୍ଷାତ୍କାର ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ସାକ୍ଷାତ୍କାର ଭିଡିଓ ବାବୁସାନଙ୍କୁ କିଛି ଏଭଳି ପ୍ରଶ୍ନ ପଚରା ଯାଉଛି ଆଉ ବାବୁସାନ ମଧ୍ୟ କିଛି ଏଭଳି ଉତ୍ତର ଦେଉଛନ୍ତି ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ଏହି ସାକ୍ଷାତ୍କାରରେ ବାବୁସାନଙ୍କୁ ପଚରା ଯାଉଛି ଦମନ ଫିଲ୍ମ ବାବୁସାନ ଥିଲେ ବୋଲି ଚାଲିଲା ନା ବାବୁସାନଙ୍କ ଜାଗାରେ ଆଉ କେହି ବି ଥିଲେ ଚାଲି ଥାନ୍ତା । ଏହାର ଉତ୍ତର ଦେଇ ବାବୁସାନ କହୁଛନ୍ତି “ସତ ହେଉଛି ବାବୁସାନ ହେଉ କି ଯେଉଁ ଅଭିନେତା ହେଉ ତାଙ୍କ ଫେସ ଭାଲ୍ୟୁରେ ଗୋଟେ କି ଦୁଇ ଦିନ ଫିଲ୍ମ ଚାଲିବ । ଫିଲ୍ମର କାହାଣୀ ଭଲ ହୋଇଛି ବୋଲି ବିପ୍ଲବ ସୃଷ୍ଟି ହେଲା । ତା ପରେ ଫିଲ୍ମର କଣ୍ଟେନ ଫିଲ୍ମର ଷ୍ଟୋରି ତାକୁ ଆଗକୁ ଭିଡି ନିଏ ।

ମୁଁ ମୋ ନିଜକୁ ସୋଭାଗ୍ୟ ମନେ କରୁଛି ଯେ ମୁଁ ଏମିତି ଏକ ଫିଲ୍ମରେ ଛୋଟ ଭୂମିକା ପାଇ ପାରିଲି । ଫିଲ୍ମର କଣ୍ଟେଣ୍ଟକୁ ସତ୍ୟତାର ସହ ଲୋକ ମାନଙ୍କ ଆଗରେ ପଦର୍ଶନ କରାଯାଇଛି ଏମିତି ନୁହେଁ ଯେ ତେଲୁଗୁ ଫିଲ୍ମ ତାମିଲ ଫିଲ୍ମରେ ମର୍ସଡିଜ ବ୍ୟବହାର ହୋଇଥିବ ଆମେ ଗୋଟେ ବୋଲେରୋ ବ୍ୟବହାର କରି ଦେବା ସେମିତି କିଛି ବି ହେଇନି । ଯାହା ଘଟିଛି ମାଲକାନଗିରିରେ ତାହା ହିଁ ଦେଖା ଯାଇଛି ସେଥିପାଇଁ ଫିଲ୍ମ ଚାଲିଲା ।

ଦମନ ଫିଲ୍ମରେ ଏମିତି ଏକ ସିନ ଅଛି ଯେମିତିକି ଛୁଆ ଡେଲିଭରି ହେଉ ବା କାନ୍ଧେଇବା ସିନ ହେଉ ବା ଡମୂରୁ ସିନ ଦେଖିକି ମୁଁ ଇମୋଶନ ହୋଇଯାଇଥିଲି । ଏବେ କଣ୍ଟେନର ଏରା ଭଲ ଫିଲ୍ମର ଏରା । କେବଳ ଓଡିଆ ଫିଲ୍ମ ଓଡିଶାରେ ଚାଲିବ ତାହା ନୁହେ ଏବେ ଇଣ୍ଟରନ୍ୟାସନାଲରେ ଚାଲିବ ବୋଲି ଉଦ୍ୟମ ଚାଲିଛି ।

ଲଦାଖରେ ଦମନ ଫିଲ୍ମର ପ୍ରମୋଶନ ପାଇଁ ଯାଇଥିଲି ଆହୁତ କଷ୍ଟ ସହିଥିଲି । ମୁଁ କୌଣସି ଫିଲ୍ମରେ ଗୀତ ଗାଇବାକୁ କୁହେ ନାହି ଅଫର ଆସିଲେ ଗାଏ କିନ୍ତୁ ଗୋଟେ ପଇସା ଚାର୍ଜ କରେ ନାହି ଗୀତ ପାଇଁ” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *