କଳାହାଣ୍ଡିର ଭାଇରାଲ ହେଉଛି ଭୁତ ଭିଡିଓ

କିଟିକିଟି ଅନ୍ଧାର ରାତି ଆଉ ତଋ ଭିତରେ ଖେଳିଯାଉଛି ଆତଙ୍କ । ଗାଡି ଆଲୁଅରେ ହଠାତ ଭୁତ ପରି କିଛି ଦ୍ରୁଶ୍ଯ ଦେଖାଯାଉଛି । କୋଳାହଳ ଭିତରେ କିଛି ଦେଖି ବାକୁ ମିଳୁଛି କିଛି ଧଳା ଲୁଗା ବା ଗାମୁଛା ପରି ଦେଖାଯାଉଥିବା କିଛି ଜିନିଷଟି ହଲୁଚି । ସମସ୍ତଙ୍କ ମନରେ ଛନକା ସ୍ଵାଭାବିକ । ଆଜିର ବିଜ୍ଞାନ ଯୁଗରେ ଆପଣ ହୁଏତ ଭୁତ ପ୍ରେତରେ ବିଶ୍ଵାସ କରୁନଥିବେ । କିମ୍ବା ଭୁତ ପ୍ରେତକୁ ଅନ୍ଧ ବିଶ୍ଵାସ ବୋଲି କହିପାରନ୍ତି ।


କିନ୍ତୁ କିଛିଦିନ ହେବ କଳାହାଣ୍ଡି ଜିଲାରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ଲୋକଙ୍କ ଭିତରେ ଭୟ ଓ ଆତଙ୍କ ସୃଷ୍ଟି କରିଛି । କିଏ କିଏ କହୁଛନ୍ତି ଏହା ଜୁନାଗଡ ବ୍ଲକ ଚିକିଳି ଗାଁର ଘଟଣା । ଗାଁର କିଛି ଲୋକ ଟ୍ର୍ଯାକ୍ଟରରେ ଫେରୁଥିବା ବେଳେ ହଠାତ ଭୁତ ହାବୁଡରେ ପଡିଯାଇଥିଲେ । ଆଉ ଇଏ ହେଉଛି ସେଇ ଭିଡିଓ । ଟ୍ର୍ଯାକ୍ଟରରେ ବସିଥିବ ଲୋକ ଭିତରେ କିଏ ଜଣେ ଏହି ଭିଡିଓ ବନାଇଥିଲେ ।


ଭିଡିଓରୁ ଯାହା ଜଣାପଡୁଛି ଟ୍ର୍ଯାକ୍ଟରରେ ଯାଉଥିବା ସମୟରେ କେହିଜଣେ ରାସ୍ତା ଉପରେ ଥିବା ଜଣାପଡିଥିଲା । କେବଳ ଗୋଟେ ଶାଢୀ ପିନ୍ଧିଥିବା ଭଳି ପ୍ରତିୟ ମାନ ହେଉଥିଲା ।  କିନ୍ତୁ ମୁହଁ ଓ ଗୋଡ ହାତ କିଛି ଦେଖାଯାଉ ନଥିଲା ।  ଯାତ୍ରୀଙ୍କ କୋଲାହାଳ ଭିତରେ ଧୀରେ ଧୀରେ ରାସ୍ତାକଡକୁ ଚାଲିଯାଉଛି ।ସେ ଭୁତ ପରି ଦେଖାଯାଉଥିବା  ଧଳା ଲୁଗାଟି ।ଛାନିଆରେ ଟ୍ରାକ୍ଟର  ଡ୍ରାଇଭର ଷ୍ଟାର୍ଟ ବନ୍ଦ କରିଦେଇଛନ୍ତି । ଲାଇଟ ଲିଭିଯିବାରୁ ସମସ୍ତେ ଷ୍ଟାର୍ଟ କରିବାକୁ କହୁଛନ୍ତି।


କିନ୍ତୁ ଆଶ୍ଚର୍ଯ୍ୟ ଜନକ ଆଉ ଷ୍ଟାର୍ଟ ହେଉନି ଆଉ ସମସ୍ତେ ହୋ ହଲା କରୁଛନ୍ତି । ତା ଭିତରେ ପୁଣି ଗାଡି ଷ୍ଟାର୍ଟ ହେଲା ବେଳକୁ ଦେଖାଯାଉଛି । ଭୁତ ପରି ଦେଖାଯାଉଥିବା ଲୁଗା ଟି ବଣ ବୁଡା ଆଡକୁ ଯାଇ ମିଳାଇ ଯାଉଛି । ତେବେ ଏହି ଭିଡିଓର ସତ୍ୟତା ନେଇ ଏବେ ସୁଧା କିଛି କ୍ଲିୟର ହୋଇନାହିଁ ।  ଏହା ସତ ଭିଡିଓ କି ତାକୁ ଏଡିଟିଂ କରାଯାଇଛି ବ ଏଫେକ୍ଟ ଦେଇ କିଏ ପ୍ରସ୍ତୁତ କରିଛି ତାହା ଜଣା ପଡି ନହିଁ । ଏପଟେ ହେତୁବାଦୀମାନେ ଏହାକୁ ଦେଖି ହାସରେ ଉଡାଇ ଦେଇଛନ୍ତି ।


ଭୁତ ପ୍ରେତ ଏହି ଦୁନିଆରେ କିଛି ନହିଁ ବୋଲି ସେମାନେ କହିଛନ୍ତି । ସେ କହିଛନ୍ତିକି ଏହା ଭୁତ ନୁହେଁ ଏହା ମଣିଷର ଗୋଟେ ଇଲ୍ୟୁଜନ ବୋଲି କହିଛନ୍ତି । ଯେହେତୁ ବିଜ୍ଞାନରେ ଭୂତକୁ ବିଶ୍ବାସ କରାଯାଏ ନାହିଁ । ଏହା ଭୁତ ନଥିଲା ଏହାଥିଲା ମନର ଭ୍ରମ । ସେଇ ବିଡିଓ ଯାହା ଡଖାଯାଉଛି ତାହା କୌଣସି ଜିନିଷର ରିଫ୍ଲେକ୍ସନ ହୋଇପାରେ । ତା ପାଖକୁ ଯାଇ ଯଦି ତର୍ଜମା କରିବା  ତାହା ଯାନୀ ପାରିବ ସେଟା କଣ ଥିଲାକି ଗୋଟେ ଧଳା ଜିନିଷଟି ଆଗରେ ଚାଲିଗଲା ଭଳି ଦେଖାଯାଉଛି ।

Leave a Reply

Your email address will not be published. Required fields are marked *