କାଲି କୋର୍ଟ ଆସିବେନି ଡାକ୍ତର Sumit ଆଉ Tapaswini, ହେଲେ କାହିଁକି ? ଦେଖନ୍ତୁ, କଣ କହୁଛନ୍ତି ତାଙ୍କ Advocate

ବହୁ ଚର୍ଚ୍ଚିତ ବ୍ରଂହପୁରର ନୂଆ ବୋହୁ ତପସ୍ଵିନୀ ମାମଲାରେ ଆସିଛି ନୂଆ ଟ୍ଵିଷ୍ଟ । ସୂଚନା ଅନୁସାରେ ତପସ୍ଵିନୀ ଓ ତାଙ୍କ ସ୍ଵାମୀ ସୁମିତ ଆହୁରି ସମୟ ବିତାଇବେ । ଗତ ୯ ତାରିଖରେ ଦୁହେଁ କୋର୍ଟ ଆସିବେନି । ଦୁହେଁ ସାତ ଜନ୍ମ ପାଇଁ ବାନ୍ଧି ହେବେ ତେଣୁ ମାତ୍ର ୭ ଦିନ ସମୟ ଯଥେଷ୍ଟ ନୁହେଁ । ଏଥିପାଇଁ ଆବଶ୍ୟକ ରହିଛି ଦୁହେଁ ଦୁହିଙ୍କ ସମୟ ଏକାଠି ରହିବା ସହ ଅଧିକ ସମୟ ବିତାଇବେ । କୋର୍ଟ ଏହି କଥାକୁ ହୃଦୟଙ୍ଗମ କରିଛନ୍ତି ।

କିନ୍ତୁ ଏ ଯାଏଁ ଦୁହିଙ୍କ ପାଇଁ ଭଡାଘର ଠିକ ହୋଇନାହି । ଏ ନେଇ ତପସ୍ଵିନୀଙ୍କ ଓକିଲ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ୯ ତାରିଖ ଦିନ ସୁମିତଙ୍କ ଓକିଲ ତପସ୍ଵିନୀଙ୍କ ପିଟିସନ ଉପରେ ପ୍ରତିକ୍ରିୟା ରଖିବେ ଯେଉଁଥିରେ ସୁନୀଥଙ୍କ ପରିବାର ଲୋକଙ୍କ ପରତିକ୍ରିୟା ରହିବ । ଏହା ପରେ କୋର୍ଟ ତରଫରୁ ପରବର୍ତ୍ତୀ ନିସ୍ପତି ନିଆଯିବ । SDJM କୋର୍ଟ ସୁମିତ ଓ ତପସ୍ଵିନୀଙ୍କୁ ୭ ଦିନ ଯାଏଁ ଏକାଠି ରହିବାକୁ କହିଥିଲେ ।

ଦୁହେଁ ଭଡାଘରେ ନ ରହିଥିଲେ ମଧ୍ୟ ଉଭୟ ପରସ୍ପରର ନିକଟର ହେବାର ସୁଯୋଗ ପାଇଛନ୍ତି । କୋର୍ଟର ନିସ୍ପତି ଅନୁସାରେ IIG ଦୁହିଙ୍କ ପାଇଁ ଭଡାଘର ଖୋଜିବେ ଯେଉଁଠାରେ ପାନୀୟ ଜଳ, ଇଲେକ୍ଟ୍ରି ଓ ବାକି ସୁବିଧା ରହିଥିବ । ବର୍ତ୍ତମାନ ଦୁହେଁ ଚିନୀ ଶିଳ୍ପ ଡାକ ବଙ୍ଗଳାରେ ଏକାଠି ରହୁଛନ୍ତି ।

ଏଠାରେ ଦୁହେଁ କୌଣସି ଭଡା ଘରକୁ ଯାଇ ନାହାନ୍ତି । ତେବେ ୯ ତାରିଖରେ ଉପସ୍ଥିତ ରହିଲେ ଆସିକା IIC ଓ ତାଙ୍କ ସହ ପ୍ରୋଟେକ୍ସନ ଅଫିସର । ଏ ଯାଏଁ ଦୁହିଙ୍କୁ ପୋଲିସ ପ୍ରୋଟେକ୍ସନରେ ରଖା ଯାଇଛି । ଉଭୟଙ୍କ ସମ୍ପର୍କରେ ନିବିଡତା ପାଇଁ ଦରକାର ରହିଛି ପ୍ରାଇଭେସୀ ବା ଏକାନ୍ତ ସମୟ ।

ଦୁହିଙ୍କୁ ଏକାନ୍ତ ସମୟ ମିଳିଲା କି ନାହି ଓ ଦୁହିଙ୍କୁ ଘର ମିଳିଲା କି ନାହି ଏ ସବୁ ବାବାଦରେ ଅନୁସନ୍ଧାନ କରିଲେ SDJM କୋର୍ଟ । ତେଣୁ ଏ କ୍ଷେତ୍ରରେ ଦୁହେଁ କୋର୍ଟ ଆସିଲେ ନାହି ବୋଲି କୁହା ଯାଉଛି । ଉଭଯଙ୍କୁ ଆହୁରି ଅଧିକ ସମୟର ଆବଶ୍ୟକତା ରହିଛି ଓ ପରସ୍ପର ସହ ସମୟ ବିତାଇବା ପାଇଁ ଦରକାର ରହିଛି ।

ଅନ୍ୟ କ୍ଷେତ୍ର ରେ ନାଁ ବାପା, ମା ନାଁ ପ୍ରମିଳା ମାଉସୀ କାହା ସହ ସମ୍ପର୍କରେ ନାହି ଉଭୟ ସୁମିତ ଓ ତପସ୍ଵିନୀ । ଉଭୟଙ୍କୁ ଏକାନ୍ତରେ ରହିବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି । ତେଣୁ ଦୁହେଁ ପରସ୍ପର ସହ ଯେତେ ଅଧିକ ସମୟ ବିତାଇବେ ସେତିକି ତାଙ୍କ ସମ୍ପର୍କରେ ନିବିଡତା ଆସିବ ।

ଏହା ସହ ଦୁହିଙ୍କ ସମ୍ପର୍କରେ କିଛି ସୁଧା ମଧ୍ୟ ଆସିପାରେ । ଆଉ ମାତ୍ର ଗୋଟିଏ ଦିନ ପରେ କୋର୍ଟରେ ହାଜର ହେବେ ସୁମିତଙ୍କ ଓକିଲଙ୍କ ସହ IIC ଓ ପ୍ରୋଟେକ୍ସନ ଅଫିସର । ତେବେ ଏହା ପରେ ଜଣା ପଡିବ ଦୁହେଁ ପରସ୍ପର ସହ କେମିତି ଅଛନ୍ତି ଓ ଆଗକୁ ତାଙ୍କ ପାଇଁ ଘର ଖୋଜା ହେବା ପାଇଁ କେତେ ସମୟ ଲାଗିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *