କଣ ଆପଣ କରୋନା ଟୀକା ନେଇ ସାରିଛନ୍ତି, ଏହି ସବୁ ପାର୍ଶ୍ଵ ପ୍ରତିକ୍ରିୟା ରହୁଛିକି? ତେବେ ସାବଧାନ !

“କ-ରୋ-ନା” ଏହି ଶବ୍ଦକୁ ଶୁଣିବା ମାତ୍ରେ ଲୋକଙ୍କ ମନରେ ଭୟର ଲହରୀ ଖେଳି ଯାଉଛି । କିନ୍ତୁ କାରୋନା ଏତିକିରେ ସନ୍ତୁଷ୍ଟ ନୁହଁ ସେ ତାର ଦ୍ଵିତୀୟ ଲହରୀ ସହ ସାରା ବିଶ୍ବରେ ନିଜର କାୟା ବିସ୍ତାର କରି ଚାଲିଛି । କାରୋନା କେବଳ ଲୋକଙ୍କ ନୁହଁ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ତେବେ ଏହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସରକାର ଦେଶରେ ଲକଡାଉନ ଓ ସତଡାଉନ ଜାରି ରଖିଛନ୍ତି । କାରୋନାର ଦ୍ଵିତୀୟ ଲହରୀ ଏବେ ଏହି ଭୂତାଣୁ ଯୁବକ, ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କୁ ଅଧିକ ସଂ-କ୍ର-ମି-ତ କରୁଛି । ତେଣୁ ଯୁବକ ଗୋଷ୍ଠୀଙ୍କୁ ଯଥା ଶୀଘ୍ର ଟୀକା ଯୋଗାଇ ଦେବାକୁ ପ୍ରୟାସ କରୁଛନ୍ତି ଭାରତ ସରକାର । କିନ୍ତୁ ଆପଣ ଜାଣିଛନ୍ତି କି ଏବେ କାରୋନା ଟୀକା କିଛି ଲୋକଙ୍କ ପାଖରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଇବା ଆରମ୍ଭ କରିଛି ।

ବ୍ରିଟେନର ଆଷ୍ଟ୍ରାଜେନିକା ଅକ୍ଷଫୋର୍ଡ ଟୀକା ନେବା ପରେ ରକ୍ତ ଜମାଟ ବାନ୍ଧିବା ଭଳି ପ୍ରଭାବ ଭାରତରେ କୋଭିଷିଲ୍ଡ ରେ ଦେଖିବାକୁ ମିଳିଛି । ଟିକାର ଏଭଳି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ଲୋକଙ୍କ ମଧ୍ୟରେ ଭୟର ଆଶଙ୍କା ଭରି ଦେଇଛି । ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତରାଳୟ ପକ୍ଷରୁ ଟୀକା ନେଇଥିବା ଲୋକଙ୍କ ପାଇଁ ଗାଈଡ୍ଲାଇନ ଜାରି କରାଯାଇଛି । ଟୀକା କରଣର 20 ଦିନ ମଧ୍ୟରେ ରକ୍ତ ଜମାଟ ବାନ୍ଧିବା ଭଳି ଲକ୍ଷଣକୁ ଅଧିକାଂଶ ସ୍ଥାନରେ ଚିହ୍ନଟ କରାଯାଇଛି ।

ତେବେ ଏଭଳି କୌଣସି ଗମ୍ଭୀର ଲକ୍ଷଣ ଦେଖା ଗଲେ ଟୀକା କରଣ କେନ୍ଦ୍ରରେ ସୂଚନା ଦେବାକୁ ଉପଦେଶ ଦିଆଯାଇଛି । ବିଶେଷ କରି କୋଭିଷିଲ୍ଡ ଟୀକା ନେବା ପରେ ଗଣ୍ଠି ଯନ୍ତ୍ରଣା, ଛାତିରେ ଯନ୍ତ୍ରଣା, ନିଶ୍ଵାସ ନେବାରେ ଅସୁବିଧା, ବାନ୍ତି ଆସିବା, ରକ୍ତ ଜମାଟ ବାନ୍ଧିବା, ଦେହର କୌଣସି ସ୍ଥାନ ଫୁଲିଯିବା ଇତ୍ୟାଦି ଲକ୍ଷଣ ଦେଖା ଗଲେ ତାକୁ ଅଣଦେଖା ନକରି ଯଥା ଶୀଘ୍ର ନିକଟସ୍ଥ ଟୀକାକରଣ କେନ୍ଦ୍ରକୁ ଯିବା ପାଇଁ ଉପଦେଶ ଦିଆଯାଇଛି । ଏଥି ସହ ଶରୀରରେ ଟୀକା ଦିଆଯାଇଥିବା ସ୍ଥାନ ବ୍ଯତୀତ ଶରୀରରେ ଅନ୍ୟ କୌଣସି ସ୍ଥାନରେ ଲାଲ ରଙ୍ଗର ଚିହ୍ନ ଦେଖାଗଲେ ସତର୍କ ରୁହନ୍ତୁ ।

ଏହା ବ୍ଯତୀତ ଯଦି ଆପଣଙ୍କର ମୁଣ୍ଡବିନ୍ଧାର ସମସ୍ଯା ନାହିନ କିନ୍ତୁ ବାନ୍ତି ବିନା ଆପଣଙ୍କ ମୁଣ୍ଡ ବିନ୍ଧା ହେଉଛି ତେବେ ଏହା ମଧ୍ୟ ଟିକାର ପାର୍ଶ୍ଵ ପ୍ରତିକ୍ରିୟାର ଲକ୍ଷଣ ଅଟେ । ଟୀକା ନେବା ପରେ ବାନ୍ତି ଲାଗିବା, ଠକା ଲାଗିବା, ମୁଣ୍ଡ ବିନ୍ଧା ହେବା ଇତ୍ୟାଦି ଲକ୍ଷଣ ଦେଖା ଦେଲେ ଟୀକା କରଣ କେନ୍ଦ୍ରରେ ସମ୍ପର୍କ କରନ୍ତୁ ।

ସୂଚନା ଅନୁଯାଇ ଭାରତରେ ଦିଆଯାଇଥିବା କୋଭିଷିଲ୍ଡ ଟିକ୍କାର ପ୍ରତି ୧୦ ଲକ୍ଷ ମଧ୍ୟରୁ ମାତ୍ର ୦.୬ ପ୍ରତିଶତ କ୍ଷେତ୍ରରେ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ଯା ଦେଖା ଦେଇଛି । ତେବେ ଏହାକୁ ନେଇ ଆପଣ ଭୟବିତ ହୁଅନ୍ତୁ ନାହିଁ ଏବଂ ସତର୍କ ହୋଇ ଟୀକା କରଣ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀଙ୍କ ସହ ସମ୍ପର୍କ କରନ୍ତୁ ।

Leave a Reply

Your email address will not be published. Required fields are marked *