Special Story: ଦିବ୍ୟାଙ୍ଗ ପୁଅର ଅଦ୍ଭୁତ ପ୍ରତିଭା, କଣ୍ଠରୁ ବାହାରୁଛି ପଶୁ ସ୍ଵର… ଶୁଣିଲେ ହେବେ ଆଶ୍ଚର୍ଯ୍ୟ

କିଛି ଦିନ ତଳେ ଆମେ ଝାସୁଗୁଡା ଜିଲ୍ଲାର ଦି-ବ୍ୟା-ଙ୍ଗ କଳାକାର ଭୀମ ସାଙ୍କ ବିଷୟରେ କହିଥିଲୁ । ତାଙ୍କର ଦୁଇଟି ଆଖି ନ ଥିବା ସତ୍ବେ ବି ସେ ବହୁତ ପ୍ରତିଭାବାନ । ସେ କେବଳ ଶୁଣି ଶୁଣି ବହୁତ ଓଡିଆ ଓ ହିନ୍ଦୀ ଗୀତ ମଧୁର ସ୍ଵରରେ ଗାଇ ଦେଉଛନ୍ତି । ସବୁଠୁ ବଡ କଥା ହେଉଛି କି ଝାରସୁଗୁଡା ଜିଲ୍ଲାର ଏକ ଛୋଟ ଗାଁରେ ଏହିଭଳି ପ୍ରତିଭା ଲୁଚି ଅଛି । ତାଙ୍କ ପାଖରେ ନା ହିଁ ଭଲ ମୋବାଇଲ ଓ ନା ହିଁ ଟିଭି ଅଛି ।

କିନ୍ତୁ ଏହା ସତ୍ବେ ବି ସେ ବାଲ୍ଟି, ବାସନ ଓ ମାଠିଆ ଇତ୍ୟାଦିରେ ବାଜା ବଜାଇ ବଜାଇ ଗୀତ ଗାଉଛନ୍ତି । କିନ୍ତୁ ମାତ୍ରେ ଏହା ଗୋଟିଏ ପ୍ରତିଭା ନା ହିଁ ତାଙ୍କ ଭିତରେ । ତାଙ୍କ ଭିତରେ ଆହୁରି ଏହିଭଳି ବହୁତ ପ୍ରତିଭା ଅଛି । ସେ ପାଟିରେ ବିଭିନ୍ନ ପଶୁମାନଙ୍କର ସ୍ଵର ବି ବାହାର କରିବାରେ ମାହିର ଅଟନ୍ତି ।

ସେ ପ୍ରଥମେ କୁକୁରର ସ୍ଵର ବାହାର କରିଥିଲେ । କୁକୁର କେମିତି ଭୋ-କେ, କେମିତି କା-ନ୍ଦେ ଓ ଖାଇବା ସମୟରେ କେମିତି ହୁଏ ଇତ୍ୟାଦି । ମା-ଡ ଖାଇବା ସମୟରେ କୁକୁର ଯେଉଁ ଭଳି ଶବ୍ଦ ମୁହଁରୁ ବାହାର କରେ ଠିକ ସେହିଭଳି ଭୀମ ସା ବି ନିଜ ମୁହଁରୁ ବାହାର କରୁଛନ୍ତି । ଯାହାକି ଆଶ୍ଚର୍ଯ୍ୟ କର ଅଟେ । କେବଳ କୁକୁର ନୁହେଁ ଛେଲି, ଗାଈ, ବାଛୁରୀ ଇତ୍ୟାଦି ପଶୁମାନଙ୍କର ବି ସେ ଆବାଜ ନିଜ ମୁହଁରୁ ବାହାର କରନ୍ତି ।

ଭୀମ ସାଙ୍କ ଅନୁସାରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଟି ଗୀତ ଗାଇ ସାରିଛନ୍ତି । ଆରକେ ମି-ଡି-ଆ ଓ ପିକେ ମ୍ୟୁଜିକରେ ତାଙ୍କର ଗୀତ ରିଲିଜ ହୋଇଛି । ଯେଉଁଥିରେ ସେ ବହୁତ ସମ୍ବଲପୁରୀ ଗୀତ ଗଇଛନ୍ତି । ଏହା ସହିତ ତାଙ୍କର ଗୋଟିଏ ନିଜର ୟୁଟ୍ୟୁବ ଚ୍ୟାନେଲ ବି ଅଛି । ସେଥିରେ ବି ସେ ଗୀତ ଗାଇ ଛାଡନ୍ତି ।

କେବଳ ଏତିକି ପ୍ରତିଭା ନୁହେଁ ସେ କହିଲେ କି ଷ୍ଟୂଡିଓରେ ସେ ଯେତେବେଳେ ଟ୍ରାକ ବାଲାଙ୍କୁ କିମ୍ବା ମ୍ୟୁଜିକ ବାଲା ମ୍ୟୁଜିକ ବିଷୟରେ ବୁଝାନ୍ତି ତେବେ ତାଙ୍କୁ ବି ସେ ନିଜ ମୁହଁରୁ ସମସ୍ତ ବାଦ୍ୟଯନ୍ତ୍ରର ଆବାଜ ବି ବାହାର କରି ଦେଖାନ୍ତି ।

ସେ ସମସ୍ତ ବାଦ୍ୟଯନ୍ତ୍ରର ମ୍ୟୁଜିକକୁ ନିଜ ମୁହଁରେ ବାହାର କରି ଦେଖାଉଛନ୍ତି । ଆପଣ ବି ଯଦି ତାଙ୍କର ପ୍ରତିଭା ଦେଖିବେ ତେବେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଭଲ ଗୀତ ଗାଇବା ସହ ପଶୁ ମାନଙ୍କର ନକଲ କରିବା, ସମସ୍ତ ବାଦ୍ୟଯନ୍ତ୍ରର ଆବାଜ ମୁହଁରୁ ବାହାର କରିବା ଓ ନେତାମାନଙ୍କର ନକଲ କରିବା ଏହିଭଳି ବହୁତ ପ୍ରତିଭାର ମାଲିକ ଅଟନ୍ତି ଭୀମ ସା ।

Leave a Reply

Your email address will not be published. Required fields are marked *