Karishma Kpoor ଙ୍କ ଝିଅ ଦେଖିବାକୁ ତାଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର, ଗୋଟେ ନଜରରେ ହୋଇଯିବେ ଦିବାନା

ବନ୍ଧୁଗଣ, ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ପ୍ରସିଦ୍ଧ ଅଭିନେତା ତଥା ଅଭିନେତ୍ରୀ ମାନ ରହିଛନ୍ତି । ମୁଖ୍ୟତ ଆମେ ଆମର ପସନ୍ଦ ଅନୁଯାୟୀ ଅଭିନେତା ତଥା ଅଭିନେତ୍ରୀ ମାନଙ୍କୁ ଟିଭି ପରଦାରେ ଦେଖିବାକୁ ଭଲ ପାଇଥାଉ । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ “କରିସ୍ମା କପୁର” ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ ।

ଆସନ୍ତୁ ଜାଣିବା ତାହା କଣ ଅଟେ ? ସାଧାରଣତ ସମସ୍ତେ ଜାଣିଛନ୍ତି ଅଭିନେତ୍ରୀ “କରିସ୍ମା କପୁର” ନିଜ ଅଭିନୟ ର ଜାଦୁ ରେ ସମସ୍ତଙ୍କ ମନ ମୋହିନେଉଥିଲେ । ବର୍ତ୍ତମାନ ସେ ଚଳଚ୍ଚିତ୍ର ଜଗତରୁ ଦୂରରେ ଥିଲେ ମଧ୍ୟ ସେ ୯୦ ଦଶକ ର ଜଣେ ନାମିଦାମୀ ଅଭିନେତ୍ରୀ ଥିଲେ । ଅଧିକାଂଶ ସମୟରେ ସେ ନିଜ ଝିଅ ଙ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଆସନ୍ତୁ ଜାଣିବା “କରିସ୍ମା କପୁର” ଙ୍କ ଝିଅ ଙ୍କ ସମ୍ବନ୍ଧରେ ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ “କରିସ୍ମା କପୁର” ୨୦୦୩ ମସିହାରେ “ସଞ୍ଜୟ” ଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର କିଛି ସମୟ ପରେ ଉଭୟଙ୍କର ୨ ଟି ସନ୍ତାନ ହେଲା । ମାତ୍ର ଉଭୟ ଅଧିକ ଦିନ ପର୍ଯ୍ୟନ୍ତ ସାଥିରେ ରହି ପାରିଲେ ନାହିଁ । ଏହାପରେ କୌଣସି ଏକ କାରଣ ରୁ ବିବାଦ ଲାଗି ୨୦୧୬ ମସିହାରେ ଉଭୟଙ୍କ ଛାଡପତ୍ର ହୋଇଗଲା ।

ସୂଚନା ଯୋଗ୍ୟ ଯେ, କରିସ୍ମା କପୁର ଙ୍କ ୨ ସନ୍ତାନ ତାଙ୍କ ପାଖରେ ରୁହନ୍ତି । କରିସ୍ମା କପୁର ଙ୍କ ଝିଅ “ସମାଇରା” ବର୍ତ୍ତମାନ ବହୁତ ବଡ ହୋଇ ସାରିଲେଣି । କରିସ୍ମା ନିଜ ଝିଅ ସମାଇରା ଙ୍କୁ ମି-ଡି-ଆ ଠାରୁ ଦୂରରେ ରଖିଥାନ୍ତି । ସେ ବହୁତ କମ ମି-ଡି-ଆ ସମୁଖରେ ନଜର ଆସିଥାନ୍ତି । ବର୍ତ୍ତମାନ ସମାଇରା ନିଜ ପାଠ ପଢା ପ୍ରତି ଧ୍ୟାନ ଦେଉଛନ୍ତି । ଏହା ସହିତ ବଲିଉଡ ରେ ଡେବ୍ୟୁ କରିବାର ତାଙ୍କର କୌଣସି ପ୍ରକାରର ଉଦେଶ୍ୟ ରହିନାହିଁ । ମାତ୍ର ସମାଇରା ଦେଖିବାକୁ ବହୁତ ସୁନ୍ଦର ତଥା ଷ୍ଟାଇଲିସ ନଜର ଆସୁଛନ୍ତି ।

ଖବର ମିଳିଅଛି ଯେ କରିସ୍ମା କପୁର ଙ୍କ ସ୍ଵାମୀ ବର୍ତ୍ତମାନ ୨ ୟ ବିବାହ କରି ସାରିଲେଣି । ମାତ୍ର କରିସ୍ମା ଙ୍କର ଦ୍ଵିତୀୟ ବିବାହ କରିବାର କୌଣସି ଉଦେଶ୍ୟ ରହିନାହିଁ ବୋଲି ସୂଚନା ମିଳିଅଛି । କରିସ୍ମା ନିଜର ସଂପୂର୍ଣ୍ଣ ଧ୍ୟାନ ୨ଟି ପିଲାଙ୍କୁ ସମ୍ଭାଳିବାରେ ଲଗାଇ ଦେଇଛନ୍ତି ।

ସେ ବର୍ତ୍ତମାନ ନିଜ ପିଲା ଙ୍କ ଭବିଷ୍ୟତ ବନାଇବାରେ ଲାଗିଛନ୍ତି । ସେହିଭଳି ତାଙ୍କ ଝିଅ ମଧ୍ୟ ନିଜର ଇଛା ପ୍ରକାଶ କରି କହିଛନ୍ତି ଯେ, ବର୍ତ୍ତମାନ ସେ ନିଜ ପାଠପଢାରେ ଧ୍ୟାନ ଦେଇଛନ୍ତି । ଆଗକୁ ଭବିଷ୍ୟତ ରେ ସେ ଫିଲମି ଲାଇନ କୁ ଆସିବେ କି ନା ସେ ସବୁ ବିଷୟରେ ସେ ବର୍ତ୍ତମାନ ନିର୍ଦ୍ଧାରିତ କରି ନାହାଁନ୍ତି । ବନ୍ଧୁଗଣ ଏହି ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *