କର୍ପୁର ର ଏହି ୮ଟି ଛୋଟ ଉପାୟ ଦ୍ଵାରା ଆପଣ ହେବେ ଧନୀ- Jyotisha Shastra

ହିନ୍ଦୁଧର୍ମ ରେ କର୍ପୁର କୁ ଏକ ପବିତ୍ର ବସ୍ତୁ ବିଷୟରେ ବିଚାର କରାଯାଇଥାଏ । ଏବଂ ପ୍ରତ୍ଯେକ ପୂଜା କାର୍ଯ୍ୟ ରେ ଏହା କାର୍ଯ୍ୟ ରେ ଲାଗିଥାଏ । ଏହା ସହ ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରୁ ମଧ୍ୟ କର୍ପୁର ବହୁତ ଲାଭଦାୟକ ହୋଇଥାଏ । ପୂଜା କିମ୍ବା ହୋମ ସମୟରେ ଆମେ ଯେତେବେଳେ କର୍ପୁର ଲଗାଇଥାଉ ସେତେବେଳେ ସେଥିରୁ ବାହାରୁଥିବା ଧୂଆଁ ଆଖପାଖ ର ନାକାରାତ୍ମକ ଉର୍ଜ୍ଜା କୁ ନଷ୍ଟ କରିଦେଇଥାଏ ।

ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର ଓ ସାମୁଦ୍ରିକ ଶାସ୍ତ୍ର ର ପ୍ରୟୋଗ କରିବା ଦ୍ଵାରା ଆମ ମାନଙ୍କ ଜୀବନରେ ଆସୁଥିବା ସମସ୍ଯା ର ସମାଧାନ କରିପାରିବା । କୌଣସି ସମସ୍ୟା ଦେଖାଦେଲେ ଲୋକମାନେ ଏହି ସବୁ ବିଦ୍ୟା ର ଆବଶ୍ୟକ ଖୋଜିଥାନ୍ତି । ତେଣୁ ପ୍ରଥମ ରୁ ହିଁ ଯଦି ଏହି ସବୁ ବିଦ୍ୟା କୁ ପ୍ରୟୋଗ କରାଯାଏ ତେବେ ସମସ୍ୟା ର ମୁହଁ ଦେଖିବାକୁ ପଡିନଥାଏ । ଆଜି ଆମେ କର୍ପୁର ର ଉପକାରିତା ବିଷୟରେ ଆଲୋଚନା କରିବା ।

୧) କୌଣସି ଲୋକଙ୍କର କାଳସର୍ପ ଯୋଗ ଓ ପିତୃଦୋଷ ରେ ବାଧା ରହିଥାଏ ତେବେ ତାହାର ଶାନ୍ତି ନିମନ୍ତେ ଘରର ଶୌଚଳୟ ଓ ବାଥରୂମ ରେ ଅଳ୍ପ ଦେଶୀ କର୍ପୁର ରଖିଦିଅନ୍ତୁ । କାରଣ ଏହା ଦ୍ଵାରା ଆପଣଙ୍କୁ କାଳସର୍ପ ଦୋଷ ଏବଂ ପିତୃଦୋଷ ବାଧାରୁ ମୁକ୍ତି ମିଳିପାରେ ।

୨) ଘରେ ଯଦି ସକାରାତ୍ମକ ଉର୍ଜ୍ଜା ଓ ଶାନ୍ତିର ବାତାବରଣ ଚାହୁଁଛନ୍ତି ତେବେ ସକାଳ ଓ ସନ୍ଧ୍ୟା ପୂଜା ସମୟରେ କର୍ପୁର କୁ ଘିଅ ଭିଜାଇ ଜଳାନ୍ତୁ । ଏବଂ ସମ୍ପୂର୍ଣ ଘରରେ ଏହାର ବାସ୍ନା କୁ ଖେଳିବାକୁ ଦିଅନ୍ତୁ । ଏହା କରିବା ଦ୍ଵାରା ଘରର ନକାରାତ୍ମକ ଉର୍ଜ୍ଜା ନଷ୍ଟ ହୋଇଥାଏ । ଖରାପ ସ୍ଵପ୍ନ ଆସିନଥାଏ । ଘରେ ଶାନ୍ତି ର ବାତାବରଣ ସୃଷ୍ଟି ହୋଇଥାଏ ।

୩) ଯଦି ଆପଣଙ୍କ ବିବାହ ରେ ବାଧା ସୃଷ୍ଟି ହେଉଛି ତେବେ ଏହି ଉପାୟ କରିବା ଦ୍ଵାରା ତାହା ଦୂର ହୋଇଥାଏ । ପ୍ରଥମେ ୩୬ଟି ଲବଙ୍ଗ ଓ ୬ଟି କର୍ପୁର ନିଅନ୍ତୁ । ଏବଂ ସେଥିରେ ହଳଦୀ ଓ ଅରୁଆଚାଉଳ ମିଶାଇ ଏହାକୁ ମା ଦୂର୍ଗା ଙ୍କୁ ଆହୁତି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ବିବାହ ରେ ଆସୁଥିବା ବାଧା ଅତି ଶୀଘ୍ର ଦୂର ହୋଇଥାଏ ।

୪) ଭାଗ୍ୟ ଚମକାଇବା ପାଇଁ କର୍ପୁର ର ତେଲ ଦୁଇ ଠୋପା ଗାଧଉଥିବା ପାଣି ରେ ମିଶାଇ ଗାଧୋଇବା ଦ୍ଵାରା ଭାଗ୍ୟରେ ବୃଦ୍ଧି ହୋଇଥାଏ । ଏବଂ ଶରୀରର ସମସ୍ତ  ନକାରାତ୍ମକ ଉର୍ଜ୍ଜା ସମାପ୍ତ ହୋଇଥାଏ । ଏବଂ ଯେଉଁ ମାନେ ସର୍ବଦା ଚିନ୍ତା ରେ ରହୁଛନ୍ତି ତାଙ୍କ ପାଇଁ ମଧ୍ୟ ଏହି ଉପାୟଟି ଭଲ କାମ କରିଥାଏ ।

୫) ଯଦି ଆପଣ ରାତି ରେ ହନୁମାନ ଚାଳିଶା ପାଠ କରିବା ପରେ ୨ଟି କର୍ପୁର ଜଳାନ୍ତୁ । ଏହା କରିବା ଦ୍ଵାରା କ୍ରୋଧ ଶାନ୍ତ ହେବା ସହ ଆକସ୍ମିତ ଦୁର୍ଘଟଣା ହେବାର ସମ୍ଭାବନା କମିଯାଇଥାଏ ।

୬) ଯଦି ଘରର କୌଣସି ଜାଗାରେ ବାସ୍ତୁ ଦୋଷ ସୃଷ୍ଟି ହେଉଥାଏ ତେବେ ସେହି ସମୟରେ ୨ଟି କର୍ପୁର ରଖିଦିଅନ୍ତୁ । ଏବଂ କର୍ପୁର ଟି ମିଳେଇଗଲା ପରେ ପୁଣି ୨ଟି କର୍ପୁର ସେହି ସ୍ଥାନ ରେ ରଖନ୍ତୁ । ଏହିପରି କରିବା ଦ୍ଵାରା ସେ ସ୍ଥାନ ର ବାସ୍ତୁ ଦୋଷ ଦୂର ହୋଇଥାଏ ।

୭) ପତି ପତ୍ନୀ ଙ୍କ ମଧ୍ୟରେ ଝଗଡା ବା ତିକ୍ତତା ହେଉଥିଲେ ରାତି ରେ ଶୋଇବା ସମୟରେ ପତ୍ନୀ ନିଜର ପତି ଙ୍କ  ତକିଆ ରେ ସିନ୍ଦୁର ଡବା କିମ୍ବା ସିନ୍ଦୁର ପୁଡିଆ ରଖିଦିଅନ୍ତୁ । ଓ ପତି ନିଜ ପତ୍ନୀ ଙ୍କ ତକିଆ ରେ ୨ଟି କର୍ପୁର ରଖୀ ଦିଅନ୍ତୁ । ସକାଳ ହେବା ମାତ୍ରେ ସିନ୍ଦୁର କୁ ଘରଠାରୁ ଦୂର ରେ ଫିଙ୍ଗି ଦିଅନ୍ତୁ । ଏବଂ କର୍ପୁର କୁ ଘରେ ଜଳାଇଦିଆନ୍ତୁ ।

୮) ଯଦି ସର୍ବଦା ଆର୍ଥିକ ସମସ୍ୟା ଲାଗିରହୁଛି ବା ଯେତେ ରୋଜଗାର କଲେ ବି ପଇସା ରହୁନାହିଁ । ତେବେ ରାତିରେ ଶୋଇବା ପୂର୍ବରୁ ରୋଷେଇଘରର ସବୁ ବାସନ ସଫା ହୋଇ ସାରିଲା ପରେ ଚାନ୍ଦି ର ଏକ ଗିନା ରେ ୨ଟି ଲବଙ୍ଗ ଓ ୨ଟି କର୍ପୁର ଜଳାନ୍ତୁ । ଏହା ନୀତିଦିନ କରିବା ଦ୍ଵାରା ଘର ଧନ ଧାନ୍ୟ ରେ ପୁରି ଉଠିଥାଏ । ଓ ଧନ ର ଅଭାବ କେବେ ବି ରହିବ ନାହିଁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *