କେବଳ ଏହି ଦିଜଣଙ୍କୁ ଛାଡ଼ି ଆଉ ସମସ୍ତ କ୍ରିକେଟରଙ୍କ ଉପରେ ରାଗିଛନ୍ତି କ୍ୟାପଟେନ କୋହଲି

ୱାନ ଡେ ସିରିଜ ରେ 0-3 ରେ ହାରିବା ପରେ ଲୋକମାନଙ୍କର ବିଶ୍ୱାସ ଥିଲାକି ୱାର୍ଲଡ ଟେଷ୍ଟ ଚମ୍ପିୟାନସିପର ନମ୍ୱର 1 ଟିମ ଭାରତ ଟେଷ୍ଟ ସିରିଜ ରେ ହିସାବ ବରାବର କରିନେବ । କିନ୍ତୁ ଏମିତି କିଛି ହେଇନଥିଲା, ପୂର୍ବ ବର୍ଷରେ ଲଗାତାର ଜିତିଥିବା ଭାରତଟିମ୍ କୁ ବେଲିଙ୍ଗଟନ୍ ରେ ପ୍ରଥମ ଟେଷ୍ଟ ରେ 10 ୱିକେଟରେ ହାର ମାନିଥିଲେ । ମ୍ୟାଚ ପରେ କ୍ୟାପଟେନ କୋହିଲି ହାରିବା ର କାରଣ କହିଥିଲେ ।

କୋହଲିଙ୍କ କହିବା ଅନୁଯାୟୀ ଟିମର ପ୍ରମୁଖ ଖେଳାଳୀ ଫ୍ଲପ ହେବା ଓ ନ୍ୟୁଜଲ୍ୟାଣ୍ଡ ର ଖେଳାଳୀଙ୍କ ପ୍ରଦର୍ଶନ କାରଣ ପାଇଁ  ଭାରତ ହାର ହୋଇଛି ।

ସେ କହିଛନ୍ତି ଯେ ମୟଙ୍କଙ୍କ ବ୍ୟତୀତ କେବଳ ରାହାଣେ ଭଲ ବ୍ୟାଟିଂ କରିଥିଲେ । କିଭି ବୋଲିଂ ଅସଫଳ ରହିଥିଲେ । ଯଦି ଆମେ 220-230 ରନକରି ନ୍ୟୁଜଲ୍ୟାଣ୍ଡର ପ୍ରଥମ ପର୍ଯ୍ୟାୟ ରେ 3 ୱିକେଟ ନେଇ ପାରିଥାନ୍ତୁ, ତ ଫଳାଫଳ କିଛି ଅଲଗା ହୋଇଥାନ୍ତା । ସେ କହିଥିଲେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ କିଛି ବି ହୋଇପାରେ ।

ଦୁଇଟି ପର୍ଯ୍ୟାୟରେ ଫ୍ଲପ ରହିଲେ ପୃଥି ସାହ ଙ୍କୁ ବଞ୍ଚେଇ କୋହଲି କହିଲେ, ପୃଥି ଏବେ କେବଳ ଘର ଠୁ ବାହାରେ କେବଳ 2 ଟି ମ୍ୟାଚ ଖେଳିଛନ୍ତି । ମୟଙ୍କ ଦୁଇଟି ପର୍ଯ୍ୟାୟ ରେ ଭଲ ଖେଳିଥିଲେ । ଏକ ମଜବୁତ ଖେଳାଳି ୟୁନିଟ୍ ରେ ଆମକୁ ଆବଶ୍ୟକ ଆମେ ଯୋଜନାରେ ସଫଳ ରହୁ । ଭାରତ ଏବେ ଦୁଇଟି ଟେଷ୍ଟ ମ୍ୟାଚରେ 0-1 କରିଛନ୍ତି । ସିରିଜର ଦ୍ଵିତୀୟ ମ୍ୟାଚ କ୍ରାଇଷ୍ଟଚର୍ଚ୍ଚରେ 29 ଫେବୃଆରୀରୁ ଖେଳା ଯିବ ।

Leave a Reply

Your email address will not be published. Required fields are marked *