କେବେ ଘର ନଥିଲା ଗୋଟେ ସାଇକେଲ, ଆଜି ହୋଇଯାଇଛନ୍ତି ଏତେ ବଡ ଅଭିନେତା, ଗୋଟେ ଫିଲ୍ମ କରିବା ପାଇଁ ନେଉଛନ୍ତି ୪୦-୫୦ ଲକ୍ଷ

ଦୁନିଆରେ ଆମେ ଯାହା ଚାହିଁ ଥାଉ ତାହା ପାଇଥାଉ ତେବେ ଏହି କଥା ସତକରି ଦେଖେଇଛନ୍ତି ଭୋଜପୁରୀ ଚଳଚିତ୍ର ଅଭିନେତା ଦିନେଶ ଲାଲ ଯାଦବ ତାଙ୍କୁ ଲୋକ ‘ନିରହୁଆ’ବୋଲି କୁହନ୍ତି । ନିରହୁଆ ଏବେ ବହୁତ ବଡ କଳାକାର ଅଛନ୍ତି କିନ୍ତୁ ଚଳଚିତ୍ର ଦୁନିଆରେ ଆସିବା ପାଇଁ ତାଙ୍କୁ ବହୁତ କଷ୍ଟକରିବାକୁ ପଡିଥିଲା । ଗୋଟେ ସମୟ ଏମିତି ଥିଲା ଯେତେବେଳେ ତାଙ୍କ ପାଖରେ ଏତେ ଟଙ୍କା ନଥିଲା ଯେ ସେ ଗୋଟେ ସାଇକଲ କିଣି ପାରିବେ ଓ ତାଙ୍କୁ ଦୂର ଦୂର ବାଟ ଚାଲିକି ଯିବାକୁ ପଡୁଥିଲା କିନ୍ତୁ ଏବେ ସେମିତି ନାହିଁ ।

ନିରହୁଆଙ୍କ ଅଭିନେତା ହବାରେ ତାଙ୍କ ବାପା ବହୁତ ଯୋଗଦାନ ଅଟେ, ଗୋଟେ ସମୟ ଏମିତି ଥିଲା ଯେତେବେଳେ ତାଙ୍କ ବାପା ଗୋଟେ ମାସ ରୋଜଗାର କେବଳ ୩୫୦୦ ଥିଲା ଓ ଏତିକି ଟଙ୍କା ରେ ସାତ ଜଣ ପରିବାର ଲୋକ ଚଳୁଥିଲେ।

ଦିନେଶ ଗାଜିପୁର ଟଂଡୱା ଗାଁ ର ନିବାଶି ଅଟନ୍ତି, ଟଙ୍କା ରୋଜଗାର ପାଇଁ ତାଙ୍କ ପିତା ଦୁହିଙ୍କୁ ନେଇ କୋଲକତା ଚାଲି ଗଲେ । ଏହି ସମୟରେ ସେ ଚାଳଘରେ ରହୁଥିଲେ ଓ ମଜୁରି କରି ୩୫୦୦ ଟଙ୍କା ରୋଜଗାର କରୁଥିଲେ । କୋଲକାତା ରେ ଦିନେଶ ନିଜ ପାଠ ପଢା ସାରି ୧୯୯୭ ରେ ନିଜ ଗାଁକୁ ଫେରିଲେ । ପିତାଙ୍କ ଇଛା ଥିଲା ଯେ ଦିନେଶ ପାଠ ପଢା ପାଢୀ ଭଲ ଚାକିରି ତେ କରନ୍ତୁ ଯାହା ଦ୍ଵାରା ତାଙ୍କ ଘର ପରିସ୍ଥିତି ଭଲ ହବ କିନ୍ତୁ ଦିନେଶ ଅଲଗା କିଛି କରିବା ପାଇଁ ଚାହୁଁଥିଲେ ।

ଦିନେଶ ନିଜ କଜନ ଭାଇ ଠାରୁ ବହୁତ ଇମ୍ପରେସ ଥିଲେ ସେ ଗୋଟେ ଗାୟକ ଥିଲେ ତାଙ୍କ ନା ବିଜୟ ଲାଲ ଯାଦବ ଥିଲା ତେବେ ତାଙ୍କ ସହ ଗାଇବା ଆରମ୍ଭ କଲେ । ଏହା ପରେ ୨୦୦୩ ରେ ଦିନେଶ ଲାଲ ଯାଦବ ପ୍ରଥମ ମ୍ୟୁଜିକ ଏଲବମ ‘ନିରହୁଆ ସଟଲ ରହେ’ଫେମସ ହୋଇଥିଲା । ଏହା ପରେ ତାଙ୍କ ଜୀବନ ନୂଆ ଅଧ୍ୟାୟ ଆରମ୍ଭ ହେଲା ଓ ଏହା ପରେ ସେ ବହୁତ ବଡ ଅଭିନେତା ହୋଇ ଗଲେ ।

ଏହା ଆଗରୁ ୨୦୦୧ ରେ ତାଙ୍କ ଦୁଇଟି ଏଲବମ ରିଲିଜ ହୋଇଥିଲା ଗୋଟେ ‘ବୁଢଉଆ ମେ ଦମ ବା’ଓ ‘ମଲାଇ ଖାଏ ବୁଢଉଆ’ ଯାହା ତାଙ୍କ ନା ଲୋକଙ୍କ କାନରେ ପକେଇଥିଲା । ୨୦୦୫ ପରେ ତାଙ୍କ ଜୀବନ ବଦଳିବାକୁ ଲାଗିଲା ତାଙ୍କ ଜୀବନ ସବୁ ପ୍ରକାର ସୁଖ ଆସିବା ଆରମ୍ଭ ହେଲା ଓ ସେ ଏତେ ବଡ କଳାକାର ହୋଇଗଲେ ।

Leave a Reply

Your email address will not be published. Required fields are marked *