ଯଦି କେହି ଆପଣଙ୍କ ପ୍ରେମର ମୂଲ୍ୟ ବୁଝୁ ନାହିଁ ତ କରନ୍ତୁ ଏହି 2ଟି କାମ- Krishna Vani

ବନ୍ଧୁଗଣ, ଯଦି ଆପଣଙ୍କ ଜୀବନ ସାଥି ଆପଣଙ୍କ ପ୍ରେମର ମହତ୍ଵ କୁ ବୁଝୁନାହିଁ । ଆପଣଙ୍କ ପ୍ରେମର ମୂଲ୍ୟ କୁ ବୁଝି ନଥାଏ । ଆପଣଙ୍କ ଚିନ୍ତା ମଧ୍ୟ କରନ୍ତି ନାହିଁ । ଆପଣ କେତେ ମଧ୍ୟ ଭଲ ହୁଅନ୍ତୁ ନା କାହିଁକି ? ଆପଣ କେତେ ମଧ୍ୟ ସଠିକ ହୁଅନ୍ତୁ ନା କାହିଁକି ? ଆପଣ କେତେ ମଧ୍ୟ ପ୍ରେମ କରନ୍ତୁ ମାତ୍ର ଆପଣଙ୍କ ପ୍ରେମୀ ଙ୍କୁ ଆପଣଙ୍କ ର କୌଣସି ପ୍ରକାରର ଚିନ୍ତା ନାହିଁ । ତାଙ୍କୁ କୌଣସି ଫରକ ପଡୁନାହିଁ ଯେ, ଆପଣଙ୍କ ଉପରେ ତାହାର କଣ ପ୍ରଭାବ ପଡୁଥିବ ।

ଏହି ପରିସ୍ଥିତିରେ ଆପଣ କଣ କରିବେ ? କିଭଳି ତାଙ୍କୁ ବୁଝାଇବେ ଯେ, ଆପଣ ତାଙ୍କ ବିନା ଗୋଟିଏ ମୂହୁର୍ତ୍ତ ରହିପାରନ୍ତି ନାହିଁ । ଆପଣ ତ ତାଙ୍କ ପାଇଁ ସବୁକିଛି କରିଲେ ଯାହା ଆପଣଙ୍କ ପାଖରେ ସମ୍ଭବ ହେଲା ।

ଆପଣ ତାଙ୍କୁ ନିଜର ଭରପୁର ପ୍ରେମ ଦେଲେ, ନିଜର ବହୁମୂଲ୍ୟ ସମୟ ଦେଲେ, ସନ୍ନମାନ ଦେଲେ । ମାତ୍ର ଏହା ବଦଳରେ ସେ ଆପଣଙ୍କୁ କଣ ଦେଲେ ? କେବଳ କଷ୍ଟ ଯନ୍ତ୍ରଣା ଏବଂ କେବେ ପୂର୍ଣ୍ଣ ନ ହେଉଥିବା ପୀଡା । ମାତ୍ର ତାଙ୍କୁ କୌଣସି ଫରକ ପଡୁନାହିଁ ଯେ, ଆପଣ ତାଙ୍କ ପାଇଁ କାନ୍ଧୁଛନ୍ତି, ତଡପୁଛନ୍ତି । ବନ୍ଧୁଗଣ ଏହିଭଳି ପରିସ୍ଥିରେ ଆପଣଙ୍କୁ କେବଳ ୨ ଟି ଜିନିଷ କରିବା ଆବଶ୍ୟକ ।

୧- ଆପଣଙ୍କୁ ନିଜ ପ୍ରେମୀ ନଜରରେ ନିଜର ମହତ୍ଵ ଦର୍ଶାଇବାକୁ ହେବ । ଆପଣ ନିଜର ମହତ୍ଵ ତାଙ୍କ ଆଗରେ ବଢାନ୍ତୁ । କାରଣ ତାଙ୍କ ନଜରରେ ଆପଣଙ୍କ ପାଇଁ କୌଣସି ପ୍ରକାରର ଭାଲ୍ଯୁ ନାହିଁ । ଯଦି ମହତ୍ଵ ଥାନ୍ତା ତେବେ, ଆପଣଙ୍କ ଦୁଖ କଷ୍ଟ ରୁ ତାଙ୍କୁ ନିଶ୍ଚିତ ଯନ୍ତ୍ରଣା ଅନୁଭୂତ ହୋଇଥାନ୍ତା । ଆପଣ ନିଜ ମଧ୍ୟରେ ପରିବର୍ତ୍ତନ ଆଣନ୍ତୁ । ନିଜକୁ ବହୁମୂଲ୍ୟ ବନାନ୍ତୁ । ତେବେ ବୋଧ ହୁଏ ସେ ଆପଣଙ୍କ ଜୀବନରେ ପୁନର୍ବାର ଫେରି ଆସିପାରେ ।

୨- ଏହି ସବୁ କରି ଯଦି ସେ ଆପଣଙ୍କ ଜୀବନରେ ଫେରୁ ନାହାନ୍ତି ତେବେ, ଲୁହ ବୁହାଇବା ବନ୍ଧ କରିଦିଅନ୍ତୁ । ଏବଂ ନିଜ ଜୀବନରେ ସବୁକିଛି ଭୁଲି ଆଗକୁ ବଢନ୍ତୁ । ଆପଣ ନିଜ ହୃଦୟ ଉପରେ ହାତ ରଖି ଆଗକୁ ବଢି ଚାଲନ୍ତୁ । ବନ୍ଧୁଗଣ ଏହା ଜରୁରୀ ନୁହେଁ ଯେ ଯଦି ଆପଣ ପ୍ରେମ କରୁଥିବା ବ୍ୟକ୍ତି ଆପଣଙ୍କ ଭାଲ୍ୟୁ ବୁଝିଲାଣି ତ ଅନ୍ୟ ଜଣକ ମଧ୍ୟ ଆପଣଙ୍କ ଭାଲ୍ଯୁ ବୁଝି ପାରିବ ନାହିଁ ।

ଆପଣ ସବୁକିଛି ଭୁଲି ଆଗକୁ ତ ବଢନ୍ତୁ, ସମ୍ଭବ ହୋଇପାରେ ଯେ ଏହାଠାରୁ ଉତ୍ତମ ବ୍ୟକ୍ତି ଆପଣଙ୍କ ପ୍ରେମ ର ଅପେକ୍ଷା କରି ବସିଛି । ବନ୍ଧୁଗଣ କେହି ଜଣେ କହିଛନ୍ତି ଯେ, ନିଜକୁ ଅନ୍ୟଙ୍କ ନଜର ଆଗରେ ତଳକୁ ଖସାଇବା ଛାଡି ଦିଅନ୍ତୁ, ଏବଂ ଯେ, ଆପଣଙ୍କୁ ନ ବୁଝୁଛି ତାକୁ ବୁଝାଇବା ଛାଡି ଦିଅନ୍ତୁ । ବନ୍ଧୁଗଣ ପ୍ରେମ ସମ୍ବନ୍ଧରେ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜାଣନ୍ତୁ ।

Leave a Reply

Your email address will not be published. Required fields are marked *