ରାଷ୍ଟ୍ରପତି ଠୁ ନେଇ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଏହି Chopperରେ କରନ୍ତି ଯାତ୍ରା, କେମିତି ହେଲା ଦୁର୍ଘଟଣା MI-17-V5ର ? ଦେଖନ୍ତୁ Special Report

ସିଡିଏସ ବିପିନ ରାଉତଙ୍କ ହେଲିକପ୍ଟର ଦୁ-ର୍ଘ-ଟ-ଣା ପରେ ଏବେ ଦେଶରେ ଚର୍ଚ୍ଚାର ବିଷୟ ହୋଇ ପଡିଛି । ଯିଏ ଦେଶକୁ ସୁରକ୍ଷା ଦେଉଥିଲା ସେ କିଭଳି ବିପଦରେ ପଡି ପାରିଲା । କେମିତି ଘଟିଲା ଏହି ଦୁ-ର୍ଘ-ଟ-ଣା ଏହା ସମସ୍ତଙ୍କ ମନରେ ଏବେ ପ୍ରଶ୍ନ ଉଠୁଛି । ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଆସିବା ସ୍ଵାଭାବିକ କଥା । କାରଣ ଏହି ହେଲିକପ୍ଟର କୌଣସି ସାଧାରଣ ନ ଥିଲା ବରଂ ଅତ୍ୟନ୍ତ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ହେଲିକପ୍ଟର ସବୁଠାରୁ ସୁରକ୍ଷିତ ହେଲିକପ୍ଟର ମଧ୍ୟ ଥିଲା ।

ଏହି ହେଲିକପ୍ଟରକୁ ପ୍ରଧାନ ମନ୍ତ୍ରୀ, ରାଷ୍ଟ୍ରପତିଙ୍କ ପରିବହନରେ ବ୍ୟବହାର କରାଯାଏ । କାରଣ ଏଥିରେ ଯାତ୍ରା କରିବା ଅନ୍ୟ ହେଲିକପ୍ଟର ଅପେକ୍ଷା ଅଧିକ ସୁରକ୍ଷିତ । ଏଥିରେ ପାଣିପାଗ ଯେମିତି ବି ହୋଇଥାଏ ଯାତ୍ରା କରିବା ସୁରକ୍ଷିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ହେଲିକପ୍ଟର ବିଷୟରେ ସଂପୂର୍ଣ୍ଣ ବିବରଣୀ ।

ଦୁ-ର୍ଘ-ଟ-ଣା ଗ୍ରସ୍ତ MI-17-V5 ହେଲିକପ୍ଟର ବାୟୁସେନାର ସବୁଠାରୁ ଅତ୍ୟାଧୁନିକ ଓ ସୁରକ୍ଷିତ ହେଲିକପ୍ଟର ମଧ୍ୟରୁ ଅନ୍ୟତମ ଅଟେ । ୨୦୧୨ ଫେବୃଆରି ୧୭ ପର ଠାରୁ ଏହା ବାୟୁସେନାରେ ଯୋଗ ଦେଇ ଆସୁଛି । ରୁଷ ଦ୍ଵାରା ନିର୍ମିତ ଏହି ହେଲିକପ୍ଟର ଆଜି ଯାଏଁ ଦୁ-ର୍ଘ-ଟ-ଣା ଗ୍ର-ସ୍ତ ହୋଇନ ଥିଲା ।

୨୦୧୯ ଭାରତର ଏୟାର ଷ୍ଟାଇକ ପରେ MI ସିରିଜର ଏହି ହେଲିକପ୍ଟର କେବଳ ମିସାଇଲ ମାଡରେ ଖସି ପଡିଥିଲା । ଏହି ଘଟଣାକୁ ଛାଡି ଦେଲେ ଏହି ହେଲିକପ୍ଟର କେବେ ବି ଦୁ-ର୍ଘ-ଟ-ଣା ଗ୍ର-ସ୍ତ ହୋଇ ନ ଥିଲା । କିନ୍ତୁ ଆଜି ସିଡିଏସକୁ ନେଇ କୋଏମ୍ବେଟିରୁ ଏୟାରବେଶକୁ ଯାଉଥିବା ବେଳେ ଏହା କ୍ରାଶ ହୋଇଛି । ଏଥିରେ ସିଡିଏସ ବିପିନ ରାୱତ ପ୍ରା-ଣ ହ-ରା-ଇ-ଛ-ନ୍ତି ।

ଏହି ହେଲିକପ୍ଟରରେ ୧୪ ଜଣ ଯାତ୍ରା କରୁଥିଲେ । ସିଡିଏସ ବିପିନ ରାବତଙ୍କ ବ୍ଯତୀତ ତାଙ୍କ ସ୍ତ୍ରୀ ମଧୁଲକା ରାୱତ, ବ୍ରିଗେଡିଏର ଏଲଏସ ଲିଗର, ନାୟକ ଗୁରୁସେଵତ ସିଂ, ହରିଜେନ୍ଦ୍ର ସିଂ, ନାୟକ ଜିତେନ୍ଦ୍ର କୁମାର, ପ୍ଲାନ୍ସ ନୟାକ ବିବେକ କୁମାର,ପ୍ଲାନ୍ସ ନାୟକ ବି ସାଇ ତେଜା, ହାବିଲଦାର ସତପାଲ ଯାତ୍ରା କରୁଥିଲେ ।

ସିଡିଏସ ବିପିନ ରାୱତ ହେଉଛନ୍ତି ବିଚକ୍ଷଣ ବୁଦ୍ଧି ରଖୁଥିବା ଶତ୍ରୁ ମାନଙ୍କର ଚାଲକୁ ମାତ ଦେଉଥିବା ବ୍ୟକ୍ତି । ତାଙ୍କର ଏଭଳି ବିଚକ୍ଷଣ ଦକ୍ଷତା ପାଇଁ ତାଙ୍କୁ ତିନି ସେନା ଜଳ, ବାୟୁ, ସ୍ଥଳର ମୁଖ୍ୟ ସିଡିଏସ ପଦବୀ ଦିଆ ଯାଇଛି । ସେ ଭାରତର ପ୍ରଥମ ସିଡିଏସ ବ୍ୟକ୍ତି ଭାବେ ଅବସ୍ଥାପନ କରିଥିଲେ ।

ଏହି ହେଲିକପ୍ଟର ଏକ ମିଡିୟମ ଟ୍ଵିନ ଟରବାନ ହେଲିକପ୍ଟର । ଏହା ଭାରି ପରିବହନ VVIP ଗତିବିଧି ଓ ଉଦ୍ଧାର କାର୍ଯ୍ୟରେ ବ୍ଯବହୃତ ହୋଇଥାଏ । ସେନା ପାଇଁ ଏହା ତିନିକୁ ସଦସ୍ୟଙ୍କ ସହିତ ୩୬ ସୈନିକଙ୍କୁ ନେଇ ପାରିବ । ଏହା ୩୬ହଜାର କିଲୋ ଯାଏଁ ଓଜନ ବହନ କରିପାରେ ।

VVIPଙ୍କ ତିଆରି ଏହି ହେଲିକପ୍ଟରରେ ସର୍ବାଧିକ ୨୦ ଜଣ ଯାତ୍ରୀ ବସି ପାରିବେ । ଏହା ୮ମିଟର ସେକେଣ୍ଡ ସ୍ପିଡରେ ଉଚ୍ଚକୁ ଯାଇପାରେ । ଏହାର ଘଣ୍ଟା ପ୍ରତି ଗତି ୨୫୦କିମି ଓ ଷ୍ଟାଣ୍ଡାର୍ଡ ରେଞ୍ଜ ୫୮୦କିମି । ଏହାର ଓଜନ ପ୍ରାୟ ୭୪୮୯କିଲୋ ଓ ଏହାର ସର୍ବାଧିକ ଓଜନ ୧୩ହଜାର କିଲୋଗ୍ରାମ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *