Mahatma Gandhi ଙ୍କ ନିକଟରେ ସବୁଜ ଷ୍ଟ୍ରିପ୍ ସହିତ 500 ଟଙ୍କା ନୋଟ୍ Fake କି?

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ଯଦି ଆପଣଙ୍କ ପାଖରେ ୫୦୦ ଟଙ୍କାର ନୋଟ ଯେଉଁଥିରେ ଗାନ୍ଧୀଜୀଙ୍କ ଫୋଟୋ ପାଖରେ RBI ତାର ରହିଛି ତାହା ନିଅନ୍ତୁ ନାହି । କାରଣ ଏହି ଫୋଟୋ ନକଲି ବୋଲି ଜଣା ପଡିଛି । ସୋସିଆଲ ମିଡିଆରେ ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ଗମ୍ଭୀର ଭାବେ ୫୦୦ ଟଙ୍କିଆ ନୋଟରେ ଅସଲି ଓ ନକଲି ମଧ୍ୟରେ ଦର୍ଶାଉଛନ୍ତି ।

୫୦୦ ଟଙ୍କା ନୋଟରେ RBI ତାର ଗଭର୍ଣ୍ଣରଙ୍କ ଦସ୍ତଖତ ଥିବ । ଏହି ଭିଡିଓରେ କୁହା ଯାଉଛି କି ଯେଉଁ ୫୦୦ ଟଙ୍କିଆ ନୋଟରେ ସବୁଜ ରଙ୍ଗର ଲାଇନ RBI ଗରଭର୍ଣ୍ଣରଙ୍କ ଦସ୍ତଖତ ପାଖରେ ନ ରହି ମହାତ୍ମାଗାନ୍ଧିଙ୍କ ଫୋଟୋ ପାଖରେ ରହିଛି ସେହି ନୋଟ ହେଉଛି ନକଲି ନୋଟ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସତ କଣ ତାହା ସାମନାକୁ ଆସିବାରେ ଲାଗିଛି ।

PIB ଫ୍ୟାକ ଚେକ ତରଫରୁ ଟ୍ବିଟ କରି ଏହାର ସତ କଣ ସେ ନେଇ ଲୋକ ମାନଙ୍କୁ ସୂଚନା କରା ଯାଇଛି । ଟ୍ବିଟରେ ଏହି ଭିଦୁଇଓ କୁ ଫେକ ବୋଲି କୁହାଯିବା ସହ ଲୋକ ମାନେ ଏଭଳି ଭାଇରାଲ ଭିଡିଓ କୁ ବିଶ୍ଵାସ ନ କରିବାକୁ ସତର୍କ କରା ଯାଇଛି । PIB ତରଫରୁ ଟ୍ବିଟ କରି ଲେଖା ଯାଇଛି ଯେ ଏକ ଭିଡିଓ ରେ ଚେତାବନୀ ଦିଆ ଯାଇଛି ଯେ ୫୦୦ ଟଙ୍କିଆ ନୋଟ କଦାପି ନିଅନ୍ତୁ ନାହି ।

ଯେଉଁଥିରେ ସବୁଜ ରଙ୍ଗର ଲାଇନ RBI ଗଭର୍ଣ୍ଣରଙ୍କ ଦସ୍ତଖତ ପାଖରେ ନ ରହି ଗାନ୍ଧୀଜୀଙ୍କ ଚିତ୍ର ପାଖରେ ରହିଛି । ଏହି ଭିଡିଓ ଟି ସଂପୂର୍ଣ୍ଣ ଭାବେ ଫେକ ଅଟେ । RBI ତରଫରୁ ଏହି ନୋଟ ସଂପୂର୍ଣ୍ଣ ଭାବେ ବୈଧ ବୋଲି କୁହା ଯାଇଛି ।

୨୦୧୬ ରେ କେନ୍ଦ୍ର ସରକାର ଦେଶରେ ବିମୁଦ୍ରି କାରଣ ଘୋଷଣା କରିଥିଲେ । ଯାହା ପରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବନ୍ଦ କରା ଯାଇଥିଲା । ଏହା ପରେ ଦେଶରେ କେନ୍ଦ୍ର ସରକାର ନୂଆ ୨୦୦୦ ଟଙ୍କା ଓ ୫୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲେ ।

ସେବେ ଠାରୁ ଲୋକ ମାନେ ୫୦୦ ଟଙ୍କିଆ ନୋଟ ମଧ୍ୟରୁ ଅସଲି ଓ ନକଲି କେଉଁଠା ତାହା ଜାଣିବାକୁ ଚିନ୍ତା ରେ ଅଛନ୍ତି । ଏବେ ଏହି ଭିଡିଓ ଭାଇରାଲ ହେବା ପରେ ସରକାରଙ୍କ ତରଫରୁ ସଫେଇ ରଖା ଯାଇଛି । ଦୁଇଟି ଯାକ ନୋଟ ସଂପୂର୍ଣ୍ଣ ଭାବେ ବୈଧ ହେବା ସହ ଲୋକ ମାନେ ଚିନ୍ତା ନ କରିବାକୁ ସରକାରଙ୍କ ତରଫରୁ ସଫେଇ ଦିଆ ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *