IAF Chopper ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା13 ଜଣ ଜୱାନଙ୍କ ମଧ୍ୟରେ ଥିଲେ ଜଣେ Odia ଜୱାନ

ବର୍ତ୍ତମାନର ସୂଚନା ଅନୁସାରେ ତାମିଲନାଡୁ କୁନୁରରେ କ୍ରାଶ ହୋଇଥିବା ବାୟୁସେନା ହେଲିକପ୍ଟରରେ ଜଣେ ଓଡିଆ ଯବାନଙ୍କ ମୃତ୍ୟୁ ଘଟିଛି । ସହିଦ ହୋଇଥିବା ଓଡିଆ ଯବନାଙ୍କ ନାଁ ହେଉଛି ରାଣାପ୍ରତାପ ଦାସ । ତାଙ୍କ ଘର ହେଉଛି ତାଳଚେରରେ । ଜୁନିୟର ୱାରେନ୍ଟ ଅଫିସର ରାଣାପ୍ରତାପଙ୍କ ମୃତ୍ୟୁ ସମ୍ବାଦ ତାଙ୍କ ଭିଣୋଇ ଟ୍ବିଟ କରି ଜଣାଇଛନ୍ତି । ଗତ କାଲି ଅପରାହ୍ନରେ ସିଭିୟର ହେଲିକପ୍ଟର ଦୁର୍ଘଟଣା ହୋଇଥିଲା ।

ଏଥିରେ ସିଡିଏସ ବିପିନ ରାୱତ ଓ ତାଙ୍କ ସ୍ତ୍ରୀ ମଧୁରିକା ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ୪ଜଣ ବାୟୁସେନା ଅଧିକାରୀ ଓ ୭ଜଣ ସ୍ଥଳସେନା ଅଧିକାରୀ ଥିଲେ । ରାଣାପ୍ରତପଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଓ ଗାଁ ରେ ଶୋକାକୁଳ ସ୍ଥିତି ଦେଖା ଯାଇଛି । ତାଙ୍କ ବାପା ମାଙ୍କ ଦେହ ଅସୁସ୍ଥ ଥିବାରୁ କିଛି ସୂଚନା ପାଇ ନାହନ୍ତି । କିନ୍ତୁ ତାଙ୍କ ସ୍ତ୍ରୀ ଏହି ବିଷୟରେ ଅବଗତ ଅଛନ୍ତି ।

ଆଜି ରାତି ସୁଦ୍ଧା ତାଙ୍କର ମୃ-ତ ଶରୀର ତାଙ୍କ ଗାଁ ରେ ପହଞ୍ଚିପାରେ ବୋଲି ସୂଚନା ରହିଛି । ରାଣାପ୍ରତାପଙ୍କର ଗତ କିଛି ବର୍ଷ ପୂର୍ବେ ବିବାହ ହୋଇଥିଲା ଓ ତାଙ୍କର ପୁତ୍ର ସନ୍ତାନ ଅଛି । ତାଙ୍କ ପରିବାର ଗାଁ ରେ ରହୁଥିବା ବେଳେ ସ୍ତ୍ରୀ ଓ ପୁଅ ଦିଲ୍ଲୀରେ ରହୁଛନ୍ତି । ୨୦୦୩ରୁ ସେ ବାୟୁସେନାରେ ଯୋଗ ଦେଇଥିଲେ । ଆଜି ରାତି ୭ଟାରୁ ୮ଟା ମଧ୍ୟରେ ତାଙ୍କର ମୃ-ତ ଶରୀର ଆସି ପହଞ୍ଚିପାରେ ବୋଲି ସୂଚନା ମିଳିଛି ।

ଏ ଯାଏଁ ରାଜ୍ୟ ପ୍ରଶାସନ ତରଫରୁ କୌଣସି ସୂଚନା ମିଳିନାହି । ଇଣ୍ଡିଆ ଏୟାର ଫୋର୍ସ ତରଫରୁ ପ୍ରଥମେ ରାଣାପ୍ରତାପଙ୍କ ସ୍ତ୍ରୀଙ୍କୁ ଏହି ଦୁ-ର୍ଘ-ଟ-ଣା ବିଷୟରେ ସୂଚନା କରା ଯାଇଥିଲା । ଏହା ପରେ ତାଙ୍କ ସ୍ତ୍ରୀ ତାଙ୍କ ନଣନ୍ଦଙ୍କୁ ଜଣାଇଥିଲେ । ତାଙ୍କ ବାପା ମା ହୃଦରୋଗୀ ହୋଇ ଥିବାରୁ ତାଙ୍କୁ ଏ ଯାଏଁ କିଛି ଜଣା ହୋଇ ନାହି ।

ଏ ହେଉଛି ଦୁଖର କଥା ଯାହା ପାଇଁ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ଓଡିଶାବାସୀ ମଧ୍ୟ ସ୍ତବ୍ଧ ହୋଇ ଯାଇଛନ୍ତି । ରାଣାପ୍ରତାପ ଓଡିଶାର ଜଣେ ଯବାନ ହୋଇ ଥିବାରୁ ତାଙ୍କର ସହିଦରେ ସମସ୍ତେ ଦୁଖ ପ୍ରକାଶ କରିଛନ୍ତି । ତାଙ୍କର ଦକ୍ଷତା ଏତେ ଭଲ ଥିଲା ସେ ତାଙ୍କର ଚାକିରି କ୍ଷେତ୍ର ରେ ଅନେକ ମିସନରେ ଯୋଗ ଦେଇଛନ୍ତି । କାଲି ଯାଏଁ ତାଙ୍କୁ କେହି ଜାଣି ନ ଥିଲେ ।

କିନ୍ତୁ ଆଜି ତାଙ୍କର ମୃତ୍ୟୁ ପରେ ତାଙ୍କୁ ପୁରା ଓଡିଶାବାସୀ ଜାଣି ପାରିଛନ୍ତି । ସେ ତାଙ୍କର ଡିୟୁଟି ଠିକ ଭାବେ ପୁରା କରିଛନ୍ତି ବୋଲି ସୂଚନା ମିଳିଛି । ମୃତ୍ୟୁ ପୂର୍ବର ଗୋଟିଏ ଦିନ ପୂର୍ବରୁ ରାଣାପ୍ରତାପ ତାଙ୍କ ସ୍ତ୍ରୀଙ୍କ ସହ କଥା ହୋଇଥିଲେ ଓ ଛୁଟିରେ ଘରକୁ ଯିବେ ବୋଲି କହିଥିଲେ । କିନ୍ତୁ ଦୁଖର ବିଷୟ ସେ ଆଜି ଆଉ ଆମ ଗହଣରେ ନାହାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଓଡିଆ ଯବାନ ରାଣାପ୍ରତାପ ଦାସଙ୍କ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *