ନୂଆବର୍ଷରେ ଘରକୁ ଆଣନ୍ତୁ 5ଟି ଜିନିଷ, ତା ପରେ ଦେଖନ୍ତୁ ଚମତ୍କାର

ନୂଆବର୍ଷରେ ଲୋକ ମାନେ କାମନା କରିଥାନ୍ତି ଯେମିତି ଏହି ନୂଆବର୍ଷ ସେମାନଙ୍କ ପାଇଁ ଶୁଭ ହେଉ । ପୁରୁଣା ବର୍ଷରେ ଯେତେ ସବୁ ସମସ୍ଯା ଚାଲିଥିଲା ତାହାକୁ ଭୁଲି ଲୋକ ମାନେ ନୂଆବର୍ଷରେ ଖୁସି ମନାଇଥାନ୍ତି । ଏହି ନୂଆବର୍ଷରେ ଘରକୁ କିଛି ନୂଆ ବସ୍ତୁ ବା ଜିନିଷ ଆଣିଲେ ମଧ୍ୟ ଶୁଭ ହୋଇଥାଏ । ତେବେ ଏମିତି କିଛି ଖାସ ଜିନିଷ ଅଛି ଯାହା କିଣିଲେ ବର୍ଷ ତମାମ ଖୁସି ଗୃହକୁ ଆସିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ବସ୍ତୁ ବିଷୟରେ କହିବାକୁ ଯାଉଛୁ ଯାହା ନୂଆବର୍ଷରେ କିଣି ଆଣିଲେ ଘରେ ସୁଖ ସମୃଦ୍ଧି ଆସିବା ସହ ଧନର ଆଗମନ ହୋଇଥାଏ ।

୧- ଖଣ୍ଡ ହଳଦୀ : ଶାସ୍ତ୍ର ଅନୁସାରେ ନୂଆବର୍ଷରେ ହଳଦୀ ଘରକୁ ଆଣିଲେ ଶୁଭ ହୋଇଥାଏ । କାରଣ ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ ହଳଦୀ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କର ଆଗମନ ଗୃହକୁ ହୋଇଥାଏ । ଏହା ସହ ଧନର ବର୍ଷ ମଧ୍ୟ ହୋଇଥାଏ ।

୨- ପ୍ରଭୁ ଗଣେଶଙ୍କ ମୂର୍ତ୍ତି : ପ୍ରଭୁ ଗଣେଶ ହେଉଛନ୍ତି ଋଦ୍ଧିସିଦ୍ଧି ଓ ଶୁଭ ଲାଭର ଦେବତା ଅଟନ୍ତି । ସେ ହେଉଛନ୍ତି ବିଘ୍ନକର୍ତ୍ତା । ତାଙ୍କର କୃପା ଦ୍ରୁଷ୍ଟି ହେଲେ ବ୍ୟକ୍ତି ଜୀବନରେ ସବୁ ଦୁଖ କଷ୍ଟ ଦୂର ହୋଇଥାଏ । ତେଣୁ ନୂଆବର୍ଷରେ ଭଗବାନ ଗଣେଶଙ୍କ ମୂର୍ତ୍ତି ଗୃହକୁ ଆଣିଲେ ଶୁଭ ଫଳ ମିଳିଥାଏ । ଏହା ସହ ଧନ ଜନିତ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଏପରି କରିବା ଦ୍ଵାରା ଆପଣଙ୍କର ନୂଆବର୍ଷ ଭଲରେ କଟିବ ।

୩- ଚାନ୍ଦିର ବସ୍ତୁ : ଶାସ୍ତ୍ର ଅନୁସାରେ ଚାନ୍ଦି ବସ୍ତୁକୁ ଶୁଭ ମାନାଯାଏ । ନୁବରସାରେ ଚାନ୍ଦିର କୌଣସି ବସ୍ତୁ ଘରକୁ ଆଣିଲେ ବହୁତ ଭଲ ପରିଣାମ ଦେଖିବାକୁ ମିଳିଥାଏ । କାରଣ ଚାନ୍ଦି ବସ୍ତୁ ହେଉଛି ଚନ୍ଦ୍ରମାର ପ୍ରତୀକ ।

୪- ପଦ୍ମ ଫୁଲର ମଞ୍ଜି : ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ହେଉଛି ପଦ୍ମ ଫୁଲ । ତେଣୁ ଶାସ୍ତ୍ର ଅନୁସାରେ ପଦ୍ମ ଫୁଲର ମଞ୍ଜି ୭ ବା ୧୧ଟି ଘରକୁ ଆଣି ଗଙ୍ଗାଜଳ ବା ପଞ୍ଚାମୃତରେ ପକାଇ ନିଜ ଟଙ୍କା ଥିବା ଜାଗାରେ ରଖିଲେ ବହୁତ ଶୁଭ ହୋଇଥାଏ । ଏହା ସହ ମା ଲକ୍ଷ୍ମୀଙ୍କ କୃପା ଲାଭ ହେବା ସହ ଧନର ଆଗମନ ଗୃହକୁ ହୋଇଥାଏ ।

୫- ତୁଳସୀ ଗଛ : ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ତୁଳସୀ ଗଛ ଘରକୁ ଲଗାଇ ଥାଏ ସେହି ଘରେ ଶୁଭ ପରିଣାମ ଦେଖିବାକୁ ମିଳିଥାଏ । ଏମିତି କି ତୁଳସୀ ଗଛ ଘରେ ରହିଲେ ଭଗବାନ ବିଶୁଣୁଙ୍କ ବାସ ରହିଥାଏ ବୋଲି ମାନ୍ୟତା ରହିଛି । ଏହା ସାହା ତୁଳସୀ ଗଛ ଘରେ ଲଗାଇବା ଦ୍ଵାରା ମା ଲକ୍ଷ୍ମୀଙ୍କର ମଧ୍ୟ କୃପା ଲାଭ ହୋଇଥାଏ । ଏହା ଦ୍ଵାରା ଘରେ ସୁଖ ଶାନ୍ତି ରହିବା ସହ ଧନର ଅଭାବ ରହିବ ନାହି ।

ତେବେ ଏହା ଥିଲା ସେହି ୫ଟି ବସ୍ତୁ ଯାହାକୁ ନୂଆବର୍ଷରେ ଗୃହକୁ ଆଣିଲେ ଶୁଭ ଫଳ ପ୍ରାପ୍ତ ହେବା ସହ ଧନର ବର୍ଷା ମଧ୍ୟ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *