ସମ୍ବଲପୁର ସ୍ଥିତ ମା’ ଘଣ୍ଟେଶ୍ଵରୀ ମନ୍ଦିର ରହସ୍ୟ, ଜାଣି ହୋସ ଉଡିଯିବ… କେମିତି ହୋଇଥିଲା ମା’ ଘଣ୍ଟେଶ୍ଵରୀଙ୍କ ଆବିର୍ଭାବ!

ବନ୍ଧୁଗଣ ଆମ ଓଡିଶାରେ ବହୁତ ଗୁଡାଏ ମନ୍ଦିର ରହିଛି । ସବୁ ମନ୍ଦିରର କିଛି ନା କିଛି ରହସ୍ୟ ରହିଛି ଯାହାକୁ ଜାଣିବା ପାଇଁ ଆମ ମନରେ ଇଚ୍ଛା ହୋଇଥାଏ । ଆଜି ଆମେ ଆପଣଙ୍କୁ ମା ଘଣ୍ଟେଶ୍ଵରୀ ର ରହସ୍ୟ କଣ, ଏହି ମନ୍ଦିର କିଏ ସ୍ଥାପନ କରିଥିଲେ ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଏମିତି ଚମତ୍କାରୀ କଥା ଆଗରୁ ଶୁଣି ଥିବେ । ସମ୍ବଲପୁର ଜିଲ୍ଲା ୩୩ କିମି ଦୂରର ହୀରାକୁଦ ଡ୍ୟାମରୁ କିଛି ଦୂରରେ ରହିଛି ମା ଘଣ୍ଟେଶ୍ଵରୀଙ୍କ ମନ୍ଦିର ।

ମାନ୍ୟତା ରହିଛି ଏହି ମନ୍ଦିରରେ ଗଛରେ ମା ଙ୍କ ନାମ ନେଇ ଘଣ୍ଟି ବାନ୍ଧିଲେ ତାଙ୍କର ଅଶେଷ କୃପା ଲାଭ ହୋଇଥାଏ ଓ ମନସ୍କାମନା ପୂର୍ଣ୍ଣ ହେବ । ଏହି ସ୍ଥାନରେ ଚିପିଲି ଜଳ ବିଦ୍ୟୁତ ରହିଅଛି । କିମ୍ବଦନ୍ତୀ ଅନୁଯାୟୀ ପ୍ରାୟ ୪୫୦ ବର୍ଷ ପୂର୍ବରୁ ମହାରାଷ୍ଟ୍ରର ରାଜା ସମ୍ବଲପୁର ରାଜାଙ୍କୁ ସାକ୍ଷାତ କରିବାକୁ ଆସିଥିଲେ । ଦୁଇ ରାଜା ମିଶି ଜଙ୍ଗଲ ବୁଲିବା ସମୟରେ ଗୋଟେ ବାଳକ ଓ ବାଳିକା ଙ୍କୁ ଦେଖିଥିଲେ । ଦୁଇ ପିଲା ଦୁଇ ରାଜାଙ୍କୁ ଅଟକାଇ ଜଣାଇଲେ ଭିତରକୁ ନ ଯିବା କହିଥିଲେ ।

ଆଉ ପିଲା ଦୁହେଁ କହିଥିଲେ ଜଙ୍ଗଲ ଭିତରେ ବିପଦ ଅଛି ଯାଆନ୍ତୁ ନାହି । ଏହା ଶୁଣିବା ପରେ ରାଜା ପିଲାଙ୍କୁ ନିଜର ପରିଚୟ ପଚାରିଥିଲେ । ଦୁଇ ଜଣ ଯାକ ଅହିଲେ କାଲି ପ୍ରାତଃ ସମୟରେ ଆସ ଜାଣି ପାରିବ । ଏତିକି କହି ଦୁଇ ପିଲା ଜଙ୍ଗଲ ଭିତରକୁ ପଳାଇ ଥିଲେ । ସେହି ରାତିରେ ରାଜାଙ୍କୁ ମହାଦେବ ଓ ମାତା ପାର୍ବତୀ ସ୍ଵପ୍ନରେ ଆସିଥିଲେ ଆଉ କହିଥିଲେ ଛୋଟ ପିଲା ରୂପରେ ଆମେ ଆସିଥିଲୁ ଆଉ କାଲି ସକାଳେ ମହାନଦୀ ପାଖରେ ଥିବା ଜାଗାକୁ ଯିବା ପାଇଁ ଆଦେଶ ଦେଇଥିଲେ ।

ତା ପର ଦିନ ସକାଳ ହେବା ପୂର୍ବରୁ ରାଜା ନଦୀ ପାଖକୁ ନିଜ ସେନାଙ୍କ ସହ ଯାଇଥିଲେ । ଆଉ ସେହି ଦିନ ଠାରୁ ବନବାସୀ ପଦ୍ଧତିରେ ପୂଜା ହୋଇ ଆସୁଛି । କିଛି ଲୋକଙ୍କ କହିବା ଅନୁଯାୟୀ ଦେବୀ ଘଣ୍ଟ ଘଉଡାଇ ରଖିଥାନ୍ତି ସେଥିପାଇଁ ମା ଘଣ୍ଟେଶ୍ଵରୀ ମନ୍ଦିର ହୋଇଛି । ଏହି ମନ୍ଦିରରେ କୌଣସି ବ୍ୟକ୍ତି ଘଣ୍ଟି ବାନ୍ଧି ମନସ୍କାମନା କରିଲେ ତାହା ପୂର୍ଣ୍ଣ ହୋଇଥାଏ । ସେଥିପାଇଁ ଏହି ମନ୍ଦିରକୁ ଆସି ଲୋକେ ଘଣ୍ଟ ବାନ୍ଧିଥାନ୍ତି । ଏହି ମନ୍ଦିର ଆଉ ଏକ କାହାଣୀ ହେଉଛି ଜଣେ କେଉଟ ମାଛ ଧରିବା ପାଇଁ ପ୍ରତିଦିନ ନଦୀକୁ ଯାଉଥିଲା ।

କିନ୍ତୁ ଗୋଟେ ଦିନ ଜାଲ ପକାଇବା ବେଳେ ପଥର ଲାଗିଲା ଆଉ ସେ ପାଣିରେ ପଥର ପକାଇ ଦେଇଥିଲା । ଜାଲ ପୁଣି ଥରେ ଲଗାଇବା ପରେ ପୁଣି ପଥର ଲାଗିବାର ବିରକ୍ତ ହୋଇ କେଉଟ ଘରକୁ ଫେରିଥିଲା । ତା ପର ଦିନ ସେମିତି ହେବା ପରେ କେଉଟ ପଥରକୁ ଧରି ଚିପିଲା ପରେ ରକ୍ତ ବାହାରିଲା ଆଉ ସେ ଜାଗା ଛାଡି ଚାଲିଗାଳ ।

ସେଦିନ ରାତିରେ ମା ସ୍ଵପ୍ନାଦେଶ ଦେଲେ ମୋତେ ସେଠାରେ ସ୍ଥାପନ କରିବୁ ଆଉ ସେଠାରୁ ଦୂରକୁ ଚାଲିଯିବୁ । କେଉଟ ସେହା କରିବା ପରେ ଛତରାଜପୁର ରାଜ୍ଯର ରାଜା ହୋଇଥିଲେ ଆଉ ଆଜି ବି ସେଠାରେ ଭୋଗ ଆସିଥାଏ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *