କେତେବି ମାଗନ୍ତୁ ଏହି ଗୋଟିଏ ଜିନିଷ କେବେ ଭୁଲରେ ମଧ୍ୟ କାହାକୁ ଦିଅନ୍ତୁ ନାହିଁ- Chanakya NIti

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଗୋଟିଏ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନକୁ ସୁଖମୟ ଏବଂ ସଫଳ ବନାଇବା ପାଇଁ ସହଜ ଉପାୟ ମାନ ଉଲ୍ଲେଖ କରାଯାଇଅଛି । ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜରେ ଜୀବନର ପ୍ରତୀଟି ମୂହୁର୍ତ୍ତର ମହତ୍ଵ ଦର୍ଶାଯାଇଛି । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଅଟନ୍ତି । ଯେକି ନିଜର ନୀତିଶିକ୍ଷା କାରଣରୁ ଚନ୍ଦ୍ରଗୁପ୍ତ ମୋରୟାକୁ ରାଜାର ଗାଦିରେ ବସାଇ ଦେଇଥିଲେ । ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କର କିଛି ମହତ୍ଵପୂର୍ଣ ନୀତିବାଣୀ ଯାହା ପ୍ରତ୍ୟକ ମନୁଷ୍ୟଙ୍କ ଜୀବନରେ କିଛି ନୂତନ ବାତାବରଣ ଉତ୍ତପନ୍ନ କରାଇବାରେ ସାହାଜ୍ଯ କରିଥାଏ ।

ବନ୍ଧୁଗଣ ଆପଣଙ୍କୁ ଏହି ଜିନିଷଟି କିଏ କେତେ ମାଗିଥାଉନା କାହିଁକି ଆପଣ କାହାକୁ ଏହା ଦିଅନ୍ତୁ ନାହିଁ । ଆସନ୍ତୁ ଏବେ ଜାଣିବା ସେହି ଜିନିଷଟି କଣ ଅଟେ । ଯଦି ଆପଣ ଏହି ଜିନିଷଟିକୁ ଦାନ କରନ୍ତି ତେବେ ଆପଣଙ୍କ ଘରେ ଦରିଦ୍ରତା ଆସିଥାଏ । ଆମ ହିନ୍ଦୁ ଧର୍ମର ବେଦ ଏବଂ ଶାସ୍ତ୍ରରେ କିଛି ଏଭଳି ଜିନିଷ କୁହାଯାଇଛି ଯାହା ଆମ ସାଂସାରିକ ଜୀବନରେ ଜାଣିବା ନିହାତି ଆବଶ୍ୟକ ହୋଇଥାଏ । ବନ୍ଧୁଗଣ ଆପଣ ଏହା ଭଲଭାବରେ ଅବଗତ ଯେ ଯଦି କୌଣସି ବ୍ୟକ୍ତି ସଂସାର ଛାଡି ହଟାତ ଆର ପାରିକୁ ଚାଲିଯାଇଥାଏ ତେବେ ତାହାର ପାର୍ଥିବ ଶରୀର ସହିତ ଜଡିତ ସମସ୍ତ ବସ୍ତୁକୁ ଦୂର କରିବାର ପରମ୍ପରା ରହିଅଛି ।

ବନ୍ଧୁଗଣ ଏହି ବସ୍ତୁକୁ ଦାନ କରିଦିଆ ଯାଇଥାଏ କିମ୍ବା ଏହାକୁ ନଷ୍ଟ କରିଦିଆ ଯାଇଥାଏ । କିନ୍ତୁ କଣ ଆପଣ ବଞ୍ଚିଥିବା ଅବସ୍ଥାରେ ନିଜ ସାଙ୍ଗରେ ଜଡିତ ବସ୍ତୁର ଦାନ କରିପାରନ୍ତି କି? ବନ୍ଧୁଗଣ ଏଭଳି କିଛି ଜିନିଷ ଯାହାର ଆପଣ ପ୍ରୟୋଗ କରୁଛନ୍ତି ମାତ୍ର ସେହି ଜିନିଷକୁ କାହାକୁ ଦାନ ଦେବା ଅର୍ଥ ଘରକୁ ଦରିଦ୍ରତାକୁ ଡାକି ଆଣିବା ହୋଇଥାଏ । ଆସନ୍ତୁ ଜାଣିବା ଏବେ ସେହି ବସ୍ତୁ ଗୁଡିକ କଣ ଅଟେ ।

୧- ଘଡି: ବନ୍ଧୁଗଣ ଘଡି ସମୟ କହିଥାଏ । ଭଲ କିମ୍ବା ମନ୍ଦ ଆପଣଙ୍କ ପରିସ୍ଥିତି ନିର୍ଣ୍ଣୟ କରିଥାଏ । ମାତ୍ର ଘଡିଟି ଯେଉଁ ବ୍ଯକ୍ତିର ହୋଇଥାଏ ତାହା ଉପରେ କେବଳ ତାହାର ସମ୍ପୂର୍ଣ ଅସର ପଡିଥାଏ । ଅନ୍ୟର ଘଡିକୁ ନିଜ ହାତରେ ପିନ୍ଧିବା ଦ୍ଵାରା ଆପଣଙ୍କ ଜୀବନରେ ଅନେକ ଗୁଡିଏ ସମସ୍ଯା ଉପୁଜିଥାଏ ।  ବନ୍ଧୁଗଣ ହାତରେ ଏହି ଘଡି ପିନ୍ଧିବା ଦ୍ଵାରା ଆପଣଙ୍କର ଆର୍ଥିକ ଅବସ୍ଥା କ୍ଷୟ ହୋଇଥାଏ । ଯଦି ଆପଣ ନିଜ ଘଡି କାହାକୁ ଉଧାର ଦେଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ କ୍ଷତିକାରକ ଅଟେ ।

୨- ଟଙ୍କା ଉଧାର ଦେବା; ବନ୍ଧୁଗଣ ଶାସ୍ତ୍ରରେ ଧନକୁ ମନୁଷ୍ୟର ସବୁଠାରୁ ବଡ ଶତ୍ରୁ କୁହାଯାଇଛି । ଏହା ଏଥିପାଇଁ ଯେ ଧନ ସବୁ ଦୁଷ୍କର୍ମର ଉତ୍ତପତି ହୋଇଥାଏ । ଏହା କାହାକୁ ନିଜର ବନେଇବାକୁ ଦେଇ ନଥାଏ । ଖାସ କରିକି ବନ୍ଧୁ-ବାନ୍ଧବଙ୍କ ମଧ୍ୟରେ ଧନର ଆଦାନ ପ୍ରଦାନ କରିବା ଉଚିତ ନୁହେଁ । ବନ୍ଧୁଗଣ ଧନ ନିଜ ମଧ୍ୟରେ ଥିବା ପ୍ରେମର ସମାପ୍ତ କରିଥାଏ । କେତେକ ଘରରେ ଧନକୁ ମୁଖ୍ୟ ମୁଶିବତର ଜଡ ବୋଲି କୁହାଯାଇଛି । ଭାଇ-ଭାଇ ମଧ୍ୟରେ ଝଗଡା, ବନ୍ଧୁତା ଏବଂ ଅନ୍ୟାନ୍ୟ ସମ୍ପର୍କରେ କ୍ଲେଶ ଏହି ଧନ କାରଣରୁ ହୋଇଥାଏ ।

୩- ନିର୍ବନ୍ଧ ମୁଦି; ଏହା ଗୋଟିଏ ଏମିତି ସନ୍ତକ ଅଟେ ଯାହା ଜଣେ ସ୍ତ୍ରୀ ନିଜର ହେବାକୁ ଯାଉଥିବା ସ୍ଵାମୀ କିମ୍ବା ନିଜ ପ୍ରେମିଠାରୁ ଆଶା କରିଥାଏ । ବନ୍ଧୁଗଣ ପ୍ରେମର ଏହି ସନ୍ତକଟି ତାହା ପାଇଁ ବହୁତ ଖାସ ରହିଥାଏ । ମାତ୍ର ବନ୍ଧୁଗଣ ଆପଣଙ୍କ ମାଧ୍ୟମରେ ଯେତେ ସମ୍ଭବ ହେବ ସେତେ କରିବେ । ଅଧିକ ଗୋଡ ଲମ୍ବାଇବା ବୁଦ୍ଧିମାନର ପରିଚୟ ଦେଇନଥାଏ ତାହା ମୂର୍ଖତାର ପରିଚୟ ଦେଇଥାଏ । ବନ୍ଧୁଗଣ ନିଜ ସ୍ତ୍ରୀ ତଥା ପ୍ରେମିକା ପାଇଁ ଯାହା କିଣନ୍ତୁ ତାହାର ଯେମିତି ଗୋଟିଏ ଲିମିଟ ଥିବା ଆବଶ୍ୟକ । ଏହି କ୍ଷେତ୍ରରେ ଅଧିକ ଉଧାର କରିବା ଆପଣଙ୍କ ପାଇଁ ବହୁତ ସମସ୍ଯା ଛିଡା କରିପାରେ ।

୪- ପେନ, ପେନସିଲ କିମ୍ବା କଲମ; ବନ୍ଧୁଗଣ କୁହାଯାଏ ଯେ, ଆମର କର୍ମକୁ ଯମରାଜ ପାଖରେ ଥିବା ଚିତ୍ରଗୁପ୍ତ ଲେଖିଥାନ୍ତି । ସେ ଆମର ଜୀବନରେ ଘଟୁଥିବା ସମସ୍ତ ଖୁଶିର ବିବରଣୀ କିମ୍ବା କଠିନ ପରିସ୍ଥିତିର ବିବରଣୀ ଲେଖୁଅଛନ୍ତି । ବନ୍ଧୁଗଣ ଆମ ଜୀବନରେ କଲମ ଅର୍ଥାତ ପେନର ବହୁତ ମହତ୍ଵ ରହିଛି । ନିଜ କଲମ କାହାକୁ ବାଣ୍ଟିବା କିମ୍ବା କାହାକୁ ଉଦ୍ଧାର ଦେବାର ଅର୍ଥ ଆର୍ଥିକ ପରିସ୍ଥିତିକୁ ପାଖକୁ ଡାକି ଆଣିବା ହୋଇଥାଏ । ଏଣୁ କେବେ କାହା ଠାରୁ କଲମ ଉଦ୍ଧାର ନିଅନ୍ତୁ ନାହିଁ କିଅବା ଦିଅନ୍ତୁ ନାହିଁ । ବନ୍ଧୁଗଣ ଏହାଥିଲା ଆଚାର୍ଯ୍ୟ ଚାଣକ୍ୟଙ୍କ ମହତ୍ଵପୂର୍ଣ ନୀତିବାଣୀ । ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *