କେଉଁ ଚିହ୍ନ କବାଟରେ ଆଙ୍କିଲେ କଳି ଝଗଡା ଦୂର ହୋଇଥାଏ ? ଏହା ସହ ଆହୁରି 10+ Anuchinta

ନମସ୍କାର ବନ୍ଧୁଗଣ, ଆମେ କରୁଥିବା ଅନେକ ଭୁଲ କାମ ତଥା ବାସ୍ତୁ ଦୋଷର ଦଣ୍ଡ ଆମେ ଭୋଗିଥାଉ ଯାହା ଆମକୁ ଜଣାନଥାଏ । ତେବେ ସେହି ସମସ୍ତ କଥାର ପ୍ରଭାବ ଆପଣଙ୍କ ଜୀବନରେ ଅନେକ କୁ ପରିବର୍ତ୍ତନ ଆଣିଦେଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ଗୁରୁତ୍ଵ ପୂର୍ଣ ତଥ୍ୟ ଦେବାକୁ ଯାଉଛୁ ଯାହାକୁ ଆପଣ ପାଳନ କରିବା ଫଳରେ ଆପଣଙ୍କ ଜୀବନରେ କଳି ଝଗଡା ଦୂର ହେବା ସହ ଆର୍ଥିକ ସମସ୍ୟାର ମଧ୍ୟ ଅନ୍ତ ଘଟିବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

 

ପ୍ରଥମ: କେବେ ମଧ୍ୟ ନିଜ ମୁଣ୍ଡକୁ ଦୁଇ ହାତରେ କୁଣ୍ଡାଇବା ଉଚିତ ନୁହେଁ । ଏହା ଆପଣଙ୍କ ଜୀବନ ଉପରେ ଅଶୁଭ ପ୍ରଭାବ ପକାଇଥାଏ । ଦିତୀୟ: ନିବସ୍ତ୍ର ହୋଇ ଶୋଇବା କିମ୍ବା ଗାଧୋଇବା ଅନୁଚିତ । କାରଣ ଏହାଦ୍ୱାରା ଧନହାନି ଏବଂ ପାରିବାରିକ ସମସ୍ୟା ଦେଖା ଦେଇଥାଏ । ତୃତୀୟ: ମୁଣ୍ଡରେ ତେଲ ଲଗାଇସାରିବା ପରେ ବଳିଥିବା ତେଲ ମୁଣ୍ଡରେ ମାରନ୍ତୁ ନାହିଁ । ଏହା ଫଳରେ ଶରୀର ଅସୁସ୍ଥ ହୋଇଥାଏ ।

ଚତୁର୍ଥ: ଘରେ ଗଙ୍ଗାଜଳ ରଖୁଥିବା ସ୍ଥାନ ସଫାସୁତୁରା ରଖିବା ଉଚିତ । ସବୁଦିନ ଗଙ୍ଗାଜଳ ସେବନ କରିବଦ୍ଵାରା ଶରୀର ନିରୋଗ ରହିଥାଏ । ପଞ୍ଚମ: ଘରେ ସର୍ବଦା ଗଙ୍ଗାଜଳ ତମ୍ବା କିମ୍ବା ଚାନ୍ଦି ପାତ୍ରରେ ରଖିବା ଉଚିତ । ଏହା କରିବା ଫଳରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଷଷ୍ଠ: ସବୁଦିନ ସୂର୍ଯ୍ୟ ପୂଜା କରନ୍ତୁ । ଏହା କରିବା ଫଳରେ ବୁଦ୍ଧି, ଧନ, ସୁଖ ଶାନ୍ତି, ସରକାରୀ ଚାକିରିର ପ୍ରାପ୍ତ ହୋଇଥାଏ ।

ସପ୍ତମ: ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଅଯଥାରେ ଝଗଡା ଲାଗୁଥିଲେ ଘରର ମୁଖ୍ୟ ଦ୍ଵାରରେ ସିନ୍ଦୁରରେ ସ୍ଵାସ୍ଥିକ ଚିହ୍ନ ଅଙ୍କିବା ଜରୁରୀ । ଏହାଦ୍ବାରା ସମସ୍ତ କଳି ଝଗଡା ଦୂର ହୋଇଥାଏ । ଅଷ୍ଟମ: ଆପଣଙ୍କ ଘରେ ଧନ ହାନିର ସମସ୍ୟା ଦେଖା ଦେଉଥିଲେ 5ଟି ଶନିବାର ଏବଂ ମଙ୍ଗଳବାର ତେଲରେ ସିନ୍ଦୁର ଗୋଳାଇ ହନୁମାନଙ୍କୁ ଅର୍ପଣ କରନ୍ତୁ । ଏହା କରିବା ଫଳରେ ଧନର ଅଭାବ ଦୂର ହୋଇଥାଏ ।

ନବମ: ରାତିରେ ଅସମୟରେ ଶୋଇବା ଫଳରେ ଆପଣଙ୍କ ନଖ ଦୁର୍ବଳ ହୋଇ ଭାଙ୍ଗିଯିବାର ସମ୍ଭାବନା ରହିଥାଏ । ଦଶମ: ରାତିରେ ବେଶି ସମୟ ଉଜାଗର ରହିବା ଉଚିତ ହୋଇନଥାଏ । କାରଣ ଏହା ଫଳରେ ଆପଣଙ୍କର ଚିଡଚିଡା ସ୍ଵାଭାବ ହୋଇଯାଏ । ଦେହ ହାତ ବିନ୍ଧା ହୋଇଥାଏ । ଆପଣଙ୍କୁ ଠିକ ସମୟରେ ଭୋକ ମଧ୍ୟ ଲାଗିନଥାଏ ।

ଏଗାର: ବସିବା ବେଳେ ହେଉ କିମ୍ବା ଶୋଇବା ବେଳେ ହେଉ କେବେ ମଧ୍ୟ ଗୋଡ ଉପରେ ଗୋଡ ରଖିବା ଉଚିତ ନୁହେଁ । ଏହି ଅଭ୍ୟାସ ଥିଲେ ଧନ ଏବଂ ଆୟୁ କମ ହୋଇଥାଏ । ଆପଣ ଏହି ସମସ୍ତ କଥାର ଧ୍ୟାନ ନିହାତି ରଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *