ଖରାପ ସମୟ ଆସିବା ପୂର୍ବରୁ ସମସ୍ତଙ୍କୁ ମିଳିଥାଏ ଏହି 10ଟି ସଂକେତ

ବନ୍ଧୁଗଣ ଭଲ ଓ ଖରାପ ସମୟ ପ୍ରତେକ ବ୍ୟକ୍ତି ଙ୍କ ଜୀବନରେ ଆସିଥାଏ । ଶାସ୍ତ୍ର ଅନୁସାରେ ଭଲ ଓ ଖରାପ ସମୟ ଆରମ୍ଭ ହେବା ପୂର୍ବରୁ ପ୍ରତେକ ବ୍ୟକ୍ତି ଙ୍କୁ କିଛି ନା କିଛି ସଂକେତ ଇଶ୍ଵର ଙ୍କ ଦ୍ଵାରା ମିଳିଥାଏ । ଯାହା ସାଧାରଣରେ ଲୋକ ମାନେ ବୁଝି ପାରନ୍ତି ନାହି । ଆଉ ଯାହା ଫଳରେ ସେମାନେ ଅସୁବିଧାର ସମୁଖିନ୍ନ ହୋଇଥାନ୍ତି ଯଦି ଖରାପ ସମୟ ଆସିବାର ଥାଏ । ଯଦି ଭଲ ଦିନ ଆସିବାର ଥାଏ ତେବେ ଭଗବାନ ଶୁଭ ସଂକେତ ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ ଖରାପ ସମୟ ଆସିବା ପୂର୍ବରୁ କେଉଁ ସବୁ ସଂକେତ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯଦି ବ୍ୟକ୍ତିଙ୍କର କାମ ହଠାତ ଅଟକି ଯାଏ ବା ବ୍ୟକ୍ତି ଉପରେ ମିଛରେ ସନ୍ଦେହ ହେବାକୁ ଲାଗେ ବା ପରିବାରର ସଦସ୍ୟ ଙ୍କ ମଧ୍ୟରେ ହଠାତ ମନୋମାଳିନ୍ୟ ଦେଖାଯାଏ ତେବେ ଖରାପ ସଂକେତ ହୋଇଥାଏ ।

୨- ଆଖପାଖର ପଡୋଶୀ ଗୋଟି ଗୋଟି କରି ଆପଣଙ୍କ ଠାରୁ ଦୂରକୁ ଚାଲି ଯାଇଥାନ୍ତି ତେବେ ଜାଣିବେ ଖରାପ ସମୟ ଆରମ୍ଭ ହେବାକୁ ଯାଉଛି ।

୩- ଘରେ ପାଳିତ ପଶୁ ଙ୍କର ଆକସ୍ମିକ ମୃତ୍ୟୁ ହେବା ବ ବିନା କାରଣରେ କ୍ଷୀର ଛିଡି ଯିବା ବା ବାରମ୍ବାର କ୍ଷୀର ଉତୁରି ତଳେ ଅଡିବା ଖରାପ ସମୟ ଆସିବାର ସୂଚନା ହୋଇଥାଏ ।

୪- ଭଲ କାମରେ ଖରାପ ପରିଣାମ ମିଳିବା, ଆକସ୍ମିକ ରୋଗାଗ୍ରସ୍ତ ହେବା ବା କେଉଁ ଠାରୁ ବି ଶାନ୍ତି ନ ମିଳିବା ଏହା ଖାରପ ସମୟର ଆରମ୍ଭ ହେବାର ସୂଚନା ମିଳିଥାଏ ।

୫- ସବୁ ସଞ୍ଚିତ ଧନ ଅଯଥାରେ ଖର୍ଚ୍ଚା ହେବା, ଘରେ ଥିବା କାଚ ଜିନିଷ ବାରମ୍ବାର ଭାଙ୍ଗିବା ଖରାପ ସମୟର ସୂଚନା ଦେଇଥାଏ ।

୬- ବାଥୃମ ବାରମ୍ବାର ସଫା କରିଲା ପରେ ବି ସେଥିରୁ ଦୁର୍ଗନ୍ଧ ଆସିବା, ଘରେ ଚାଲୁଥିବା ଘଡି ଅଚାନକ ବନ୍ଦ ହୋଇଯିବା ଖରାପ ସମୟ ଆସିବାର ସୂଚନା ଦେଇଥାଏ ।

୭- ଯଦି ରାତିରେ ଭୟାନକ ସ୍ଵପ୍ନ ଆସିବା ଖରାପ ସମୟ ଆରମ୍ଭ ହେବର ସଂକେତ ହୋଇଥାଏ । ଏହା ବହୁତ ଅଶୁଭ ହୋଇଥାଏ ।

୮- କୌଣସି ମାଙ୍ଗଳିକ କାର୍ଯ୍ୟ ହେବା ପୂର୍ବରୁ ଅଶୁଭ ଘଟିବା, ପୂଜା କରିବା ସମୟରେ ପୂଜା ଥାଳି ହାତରୁ ହଠାତ ଖସି ପଡିବା ଅଶୁଭ ସଙ୍କେତର ସୂଚନା ହୋଇଥାଏ ।

୯- କୋର୍ଟ କଚେରୀ ମାମଲାରେ ଫସି ରହିବା, ବହୁତ ପରିଶ୍ରମ କରିବା ପରେ ବି ଭଲ ପରିଣାମ ପ୍ରାପ୍ତ ନ ହେବା, କୌଣସି ଦାମୀ ଜିନିଷ ବା ଅଚାନକ ସୁନା ଜିନିଷ ହଜିଯିବା ଖାରପ ସମୟ ଆସିବାର ସୂଚନା ଦେଇଥାଏ ।

୧୦- କୁକୁର ମାନେ ଘର ଆଡକୁ ମୁହଁ କରି କାନ୍ଦିବା ଖରାପ ହୋଇଥାଏ । ଏହା ଘର ପ୍ରତି ଖରାପ ସମୟ ଆରମ୍ଭ ହେବାର ସଂକେତ ହୋଇଥାଏ । ଯଦି ଆପଣଙ୍କୁ ଏହି ସବୁ ସଂକେତ ମିଳେ ତେବେ ତୁରନ୍ତ ସାବଧାନ ହୋଇ ଯାଆନ୍ତୁ । ଯଦି ନିବେଶରୁ କୌଣସି ଯୋଜନା କରୁଛନ୍ତି ତେବେ କିଛି ସମୟ ପାଇଁ ଏହାକୁ ଘୁଞ୍ଚାଇ ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *