Lata Mangeshkarଙ୍କୁ ନେଇ କିଛି ଏମିତି କହିଲେ ଅଭିନେତ୍ରୀ Hema Malini

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ସବୁଠାରୁ ବଡ ଦୁଖଦାୟକ ଖବର ହେଉଛି ବଲିଉଡ ଇଣ୍ଡଷ୍ଟ୍ରି ର ପ୍ରସିଦ୍ଧ ତଥା ଲୋକପ୍ରିୟ ଗାୟିକା ଲତା ମଙ୍ଗେସକରଙ୍କର ଆଜି ସକାଳ ୮ଟା ରେ ପରଲୋକ ଘଟିଛି । ସେ ବ୍ରିଚ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ରହିଥିବା ସମୟରେ ଟାଙ୍କର ନିଧନ ହୋଇଛି । ତେବେ ତାଙ୍କର ମୃତ୍ୟୁ ରେ ସାରା ବଲିଉଡ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି ।

ତେବେ ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ବଲିଉଡ ଜଗତର ଜଣାଶୁଣା ଅଭିନେତ୍ରୀ ହେମାମାଳିନୀ କିଛି ଏମିତି କହିଛନ୍ତି । ଅଭିନେତ୍ରୀ ହେମାମାଳିନୀ କହିଛନ୍ତି ଯେ ଲାଟ ଲଙଗେସକର ଥିଲେ ଜଣେ ସାମ୍ରାଜ୍ଞି ଗାୟିକା ଯାହାଙ୍କର ସ୍ଵର ଆଜି ବି ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛି । ସେ ଗାଇଥିବା ଯେତେ ସବୁ ଗୀତ ବାସ୍ତବରେ ହୃଦୟ ସ୍ପର୍ଶୀ ଅଟେ ଯାହା ଆଜି ବି ତାଜା ହୋଇ ଲୋକଙ୍କ ମନରେ ରହିଛି ।

ତାଙ୍କ ଭଳି ହସ୍ତୀ ଆଉ ଏ ଦୁନିଆରେ ମିଳିବେ ନାହି ବୋଲି ହେମାମାଳିନୀ ମତ ରଖିଛନ୍ତି । ଆହୁରି ହେମାମାଳିନୀ କହିଛନ୍ତି ଯେ ସେ ବଲିଉଡ ଜଗତରେ ୨୦୦ ରୁ ଅଧିକ ଫିଲ୍ମ କଇଛନ୍ତି । ସେଥି ମଧ୍ୟରୁ କିଛି ଫିଲ୍ମରେ ଲତା ଜି ଅନେକ ଗୀତ ଗାଇଛନ୍ତି ଯାହା ପାଇଁ ତାଙ୍କର ପ୍ରାୟ ଫିଲ୍ମ ହିଟ ହୋଇଥିଲା ।


ହେମାମାଳିନୀ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛନ୍ତି ଲତା ମଙ୍ଗେସକରଙ୍କ ଭଳି ବଡ କଳାକାରଙ୍କ ସହ କାମ କରି । ଲତା ଜି ଗାଇଥିବା ଗୀତରେ ହେମାମାଳିନୀଙ୍କୁ ପର୍ଫୋମ କରିବାର ଅବସର ମିଳି ଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି । ହେମାମାଳିନୀଙ୍କ ଫିଲ୍ମ ଖୁସବୁ, କିନାରା, ମୀରେ ନାସିବ ମେ ତୁ ହେ କି ନହିଁ, ଜବ ଟକ ହେ ଜାନ ଆଦି ଗୀତ ରେ ଲାଟ ଜି ସଙ୍ଗୀତ ଦାନ କରି ଥିବାରୁ ହେମାମାଳିନୀ ତାଙ୍କ ପାଖରେ ନିଜକୁ କୃତଜ୍ଞ ମନେ କରୁଛନ୍ତି ।

ଫିଲ୍ମ “ଜନି ମେରା ନାମ” ଫିଲ୍ମ ରେ ଅଭିନେତ୍ରୀ ହେମାମାଳିନୀ ଲତା ଜି ଗାଇଥିବା ଗୀତରେ ପର୍ଫୋମ କରିବାର ଅବସର ପାଇଥିଲେ । ଏହା ବ୍ଯତୀତ ଲଟା ଜି ଅନେକ ସାରା ଦୁଖଦାୟକ ଗୀତ ମଧ୍ୟ ଗାଇଛନ୍ତି ଯାହା ଖୁବ ଲୋକପ୍ରିୟ ହୋଇଥିଲା ।

ତାଙ୍କ ସମୟରେ ଯେତେ ସବୁ ଫିଲ୍ମ ରିଲିଜ ହୋଇଥିଲା ଲତା ଜି ଅନେକ ସାରା ଗୀତ ଗାଇ ଫିଲ୍ମକୁ ହିଟ କରିବାରେ ସହାୟକ ହୋଇଥିଲେ ବୋଲି ହେମାମାଳିନୀ ମତ ରଖିଛନ୍ତି । ଲତା ଜି ସମସ୍ତଙ୍କ ଠାରୁ ସ୍ପେଶାଲ ଥିଲେ ଓ ତାଙ୍କ ଭଳି ଆଉ କେହି ସଙ୍ଗୀତ ଗାଇ ପାରିବେ ନାହି ବୋଲି ହେମାମାଳିନୀ ଦୁକ ପ୍ରକାଶ କରି କହିଛନ୍ତି ।

ଆହୁରି ହେମାମାଳିନୀ କହିଛନ୍ତି କି ତାଙ୍କ ଭଳି ଗାୟିକା ଆଉ ବଲିଉଡ ଇଣ୍ଡଷ୍ଟ୍ରି ରେ ମିଳିବେ ନାହି । ସମସ୍ତେ ଏ ଦୁନିଆକୁ ଆସିଛନ୍ତି ମାନେ ଦିନେ ନା ଦିନେ ଯିବାକୁ ପଡିବ ଏହା ସତ୍ୟ ଅଟେ । କିନ୍ତୁ ଲତା ମଙ୍ଗେସକରଙ୍କର ଯିବା ସବୁଠାରୁ ଦୁଖଦାୟକ ବୋଲି ହେମାମାଳିନୀ କହିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଲତା ମଙ୍ଗେସକରଙ୍କର ଉପରେ ହେମାମାଳିନୀ କହିଥିବା ମନ୍ତବ୍ୟ ଉପରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *