କେମିତି ରଖିବେ ସୁସ୍ଥ ଲିଭର, କିଡନୀ ଓ ହାର୍ଟ – Health Tips

ଲିଭର ହେଉଛି ଆମ ଶରୀରର ବହୁତ ଗୁରୁତ୍ଵ ପୂର୍ଣ ଅଙ୍ଗ ଅଟେ । ତାକୁ ସୁସ୍ଥ ରଖିବାକୁ ପଡିବ କାରଣ ଯଦି ଆମେ ବେସୀ ଦିନ ବଞ୍ଚିବାକୁ ଚାହୁଁଛୁ ।

ଲିଭରକୁ ଠିକ ରଖିବା ପାଇଁ ହେଲେ  ଖାଦ୍ଯ ପ୍ରତି ଧ୍ୟାନ ଦେବାକୁ ପଡିବ । ବେସୀ  ରିଫାଇଣ୍ଡ କାର୍ବୋ ହାଇଡ୍ରେଟ ବା ବେସୀ ଫ୍ୟାଟ ବଳ ଖାଦ୍ୟ ଆମେ ଖାଇବୁନି । ବହୁତ ସାଙ୍ଗ ଜାତୀୟ ଜିନିଷ, ପରିବା, ଚିଜ , କର୍ଡ,  ଭଳି ଜିନିଷ ଖାଇବେ ଆଉ ବ୍ୟାୟାମ ମଧ୍ୟ କରିବେ । ଆମେ ପ୍ରତେକ ଦିନ ବ୍ୟାୟମ କରିବା ତେବେ ଲିଭରକୁ ସୁସ୍ଥ ରଖା ଯାଇପାରିବ ।

ଯଦି ଲିଭର ସୁସ୍ଥ ରହିଲା ଶରୀର ସୁସ୍ଥ ରହିବ । ଏହାଛଡା ସବୁଠୁ ଗୁରୁତ୍ଵ ପୂର୍ଣା ଜିନିଷ ହେଉଛି ଆଇଡିଆଲ ବଡି ଓୟେଟ ମେଣ୍ଟେନ କରିବାକୁ ପଡିବ । ଆମ ଦେହରେ ଯଦି ମେଡ ବାହୁଳତା ରହିଛି ବ୍ୟାୟମ କରିକି ଆମକୁ ମେଣ୍ଟେନ କରିବାକୁ ପଡିବ । ଖାଦ୍ଯ ପ୍ରତି, ଲାଇଫ ଷ୍ଟାଇଲ ପ୍ରତି ଯଦି ଆମେ ଧ୍ୟାନଦେବୁ ତେବେ ଲିଭର ସମ୍ପୂର୍ଣ ସୁସ୍ଥ ରହିବ । ଖାଲି ଲିଭର ନୁହେଁ ଆମ ଶରୀରର ଅନ୍ୟାନ ଅଙ୍ଗ ମଧ୍ୟ ସୁସ୍ଥ ରହିବ ।

କିଡନୀକୁ କେମିତି ସୁସ୍ଥ ରଖିବେ –  ବୃକକ ହେଉଛି ଆମ ଶରୀରର ଗୋଟିଏ ଅବିଛେଦ୍ୟ ଅଙ୍ଗ । ଆମ ଶରୀରର ଦୁଇ ଅଙ୍ଗ ରହିଛି । ଏହା ପିଠି ପଟେ ରହିଥାଏ ମେରୁଦଣ୍ଡର ଦୁଇ ପାଖରେ ।  କିଡନୀ ହେଉଛି ଗୋଟିର ପ୍ରକାର ଫିଲ୍ଟର । ଆମେ ଯାହାବି ଖାଉ କି ପାଣି ପିଉ ବା ମେଡ଼ିସିନ ଖାଉ ସେଥିରୁ ଆମ ଶରୀର କିଛି ବ୍ଯବହାର କରିଥାଏ ଦରକାରୀ ଉପାଦାନ ଆଉ ଯାହା ରହିଲା ଅଦରକାରୀ ଉପାଦାନ ଗୁଡିକ ବାହାରିବ ପାଇଁ ଗୋଟିଏ ରାସ୍ତା ଦରକାର ହୋଇଥାଏ । ଆମ ଦେହରୁ ଯେଉଁ ଅଦରକାରୀ ଜିନିଷ ଝାଳ, ଝାଡା ଓ ପରିଶ୍ରାରୁ ବାହାରି ଥାଏ ।ଖାଦ୍ୟ ଆମେ ଖାଇଲା ବେଳେ  ବ୍ଲଡକୁ ଯାଏ ଓ ଆବଜର୍ଭ ହୁଏ ବାକି ଅଦରକାରୀ ଜିନିଷକୁ ଫିଲ୍ଟର କରି ବାହାର କରିବାର କାମ ହେଉଛି କିଡନୀର ।

ଆମ ରକ୍ତକୁ ଛାଣିକି ସଫା କରିବା ହେଉଛି କିଡନୀର କାମ । କିଡନୀକୁ ଠିକ କରିବା ପାଇ ସୁଷମ ଖାଦ୍ଯର ଭୋଜନ କରିବା ଉଚିତ ଯେମିତି ତଟକା ପନିପରିବା ସାଗ ଆଉ ଜଙ୍କ ଫୁଡ ଓ ପ୍ଯାକେଟ ଖାଦ୍ୟକୁ ଆଭଏଡ କରନ୍ତୁ । ଆଉ ସପ୍ତାହରେ 5 ଦିନ ବ୍ୟାୟମ କରନ୍ତୁ ଆଉ ସବୁବେଳେ ପଜେଟିଭ ମନୋଭାବ ରଖନ୍ତୁ ଏହା ଦ୍ଵାରା ସବୁବେଳେ ସୁସ୍ଥ ରହିବେ । ହୃଦୟକୁ ଠିକ ରଖିବା ପାଇଁ ହେଲେ ସନ୍ତୁଳିତ ଖାଦ୍ଯ ଖାଆନ୍ତୁ ଆଉ ଯୋଗା ବ୍ୟାୟାମ କରନ୍ତୁ । ଆଉ ଜଙ୍କ ଫୁଡକୁ ଆଭଏଡ କରନ୍ତୁ । ଆଉ ଅୟେଲର ମଧ୍ୟ କମ ବ୍ଯବହର କରନ୍ତୁ ।

ଏହି ସ୍ୱାସ୍ଥ୍ୟ ସମ୍ବଧୀୟ ଲେଖାଟି ଆପଣଙ୍କୁ କେମିତି ଲାଗିଲା ଆମକୁ ଜଣାନ୍ତୁ । ନୂଆ ଟିପ୍ସ ସବୁ ପାଇବା ପାଇଁ ଏବେହିଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *