ଲୁଣକୁ ଘରର ଏହି ସ୍ଥାନରେ ରଖିବା ଦ୍ଵାରା ଦୂର ହୋଇଥାଏ ଦରିଦ୍ରତା- Vastu Shastra

ଆପଣ ମାନେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ବାସ୍ତୁ ଶାସ୍ତ୍ର ଆମ ଜୀବନରେ ବହୁତ ବଡ ପ୍ରଭାବ ପକାଇଥାଏ, ଏହି କାରଣରୁ ଆମ ଜୀବନରେ ବହୁତ କିଛି ଦୁର୍ଭାଗ୍ୟ ମଧ୍ୟ ଆସିଥାଏ ଆଉ ବହୁତ ସୌଭାଗ୍ୟ ମଧ୍ୟ ଆସିଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ଯେଉଁ ଘରେ ଜିନିଷ ରଖା ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ଆଉ ସେହି ଭଳି ଘରେ କେବେ ଅନିଷ୍ଠ ଘଟି ନଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ରୋଷେଇ ଘରେ ଏମିତି ଗୋଟେ ଜିନିଷ ଅଛି ଯାହା ଆପଣଙ୍କ ଜୀବନ ସବୁ ଦିନ ପାଇଁ ବଦଳି ଦେଇଥାଏ ଜୀବନରେ ଯେତେ ଦୁଃଖ ହେଲେ ମଧ୍ୟ ଜୀବନ ସୁଖମୟ ହୋଇଥାଏ ଆଉ ଆପଣଙ୍କୁ ଜୀବନରେ ବହୁତ ସୁଖ ସାମ୍ନା କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଆଉ କେମିତି ବ୍ୟବହାର କରିବା ତାହା ବିଷୟରେ ମଧ୍ୟ ।

୧. ବାସ୍ତୁ ଶାସ୍ତ୍ର ଅନୁଯାଇ ଘରେ ନକାରାତ୍ମକ ଊର୍ଜା ବାସ କଲେ ଘର ପରିବାର ଲୋକଙ୍କ ମଝିରେ ଛୋଟ ଛୋଟ କଥା ପାଇଁ ବହୁତ ଭୁଲ ବୁଝା ମଣା ହୋଇଥାଏ କିନ୍ତୁ ଏହି ଭଳି କୁପ୍ରଭାବ ଆପଣ ଲୁଣ ଦ୍ଵାରା ଦୂର କରି ପାରିବେ ଆପଣଙ୍କୁ କେବଳ ଗୋଟେ ଉପାୟ କରିବାକୁ ହବ । ଆପଣଙ୍କୁ ପୋଛା ମାରିବା ପାଣିରେ ଗୋଟେ ଚାମଚ ଲୁଣ ନବାକୁ ହବ ଏହା ପରେ ଆପଣ ସେହି ପାଇଁ ଦ୍ଵାରା ପୋଛା ମାରନ୍ତୁ ଆପଣଙ୍କ ଘର ନକାରାତ୍ମକତା ଦୂର ହବ ଏହା ସହ ମନେ ରଖନ୍ତୁ ଯେ ପୋଛା ଶନିବାର ଦିନ ମାରିଲେ ସବୁଠାରୁ ଉତ୍ତମ ହୋଇଥାଏ ।

୨. ବାସ୍ତୁ ଶାସ୍ତ୍ର ଅନୁଯାଇ ଆମ ଘର ମନ୍ଦିର ଭଳି ପବିତ୍ର ହେଲେ ଭଗବାନ ସେଥିରେ ବାସ କରନ୍ତି ସେଥିପାଇଁ ବାଥରୁମ ସବୁବେଳେ ସଫା ରଖନ୍ତୁ ଆଉ ଗୋଟେ ଛୋଟ କାଚ ବୋତଲରେ ଲୁଣ ରଖନ୍ତୁ ତେବେ ସବୁ ସପ୍ତାହକୁ ଥରେ ଏହି ଲୁଣ ବଦଳିବା ଉଚିତ ଏହା ଦ୍ଵାରା ଘର ସବୁ ଖରାପ ଊର୍ଜା ଆମ ଉପରେ କିଛି ପ୍ରଭାବ ପକାଇ ନଥାନ୍ତି । ତେବେ ସବୁ ସପ୍ତାହରେ ଥରେ ବାଥରୁମରେ ରଖିଥିବା ଲୁଣ ଫିଙ୍ଗି ନୂଆ ଲୁଣ ରଖନ୍ତୁ, ଏହା ଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ଆଉ ଆପଣଙ୍କୁ ଜୀବନରେ ସଫଳତା ମିଳିଥାଏ ।

୩. ଘର ମୁଖ୍ୟ କବାଟ ବହୁତ ମହତ୍ଵପୂର୍ଣ ହୋଇଥାଏ ଏହା ଦ୍ଵାରା ସକାରାତ୍ମକ ଆଉ ନକାରାତ୍ମକ ଊର୍ଜା ଘରକୁ ପ୍ରବେଶ ପାଇଥାନ୍ତି ସେଥିପାଇଁ ମୁଖ୍ୟ କବାଟ ଉପରେ ଗୋଟେ କଳା କପଡାରେ ଲୁଣ ବାନ୍ଧି ଦିଅନ୍ତୁ ଦେଖିବେ ଆପଣଙ୍କ ଘରକୁ ନକାରାତ୍ମକ ଊର୍ଜା କେବେ ପ୍ରବେଶ ପାଇବ ନାହିଁ ଆଉ ଆପଣଙ୍କ ଜୀବନ ସୁଖମୟ ହବ ।

Leave a Reply

Your email address will not be published. Required fields are marked *