ମା କହିଲେ ମୋତେ ବାନ୍ଧିଦେଇ କଳ୍କିଙ୍କୁ ଦେଖିବାକୁ ଯାଅ- Malika Bichara

ମହାପୁରୁଷମାନଙ୍କ ଦ୍ଵାରା ବର୍ଣିତ ମାଳିକା ଅନୁସାରେ ବର୍ତ୍ତମାନ ସମୟରେ ଲୁଚି ରହିଥିବା ଭଗବାନ ଓ କିଛି ଭକ୍ତ ସମୟ ଆସିଲେ ନିଶ୍ଚିତ ରୂପରେ ସାମ୍ନାକୁ ଆସିବେ । ଏହା ପରେ ମହାପୁରୁଷମାନେ କଳ୍କୀ ଅବତାର ବିଷୟରେ କହିଲେ କି ଭଗବାନ କଳ୍କୀ ଅବତାର ରୂପରେ ଜନ୍ମ ନେଇ ସାରିଛନ୍ତି ।

କିନ୍ତୁ ବର୍ତ୍ତମାନ ସେ ଗୁପ୍ତରେ ଅଛନ୍ତି । କିଛି ଲୋକମାନେ କହୁଛନ୍ତି କି ଉତ୍ତର ପ୍ରଦେଶରେ ସମ୍ବଳ ନାମକ ଏକ ଜିଲ୍ଲା ଅଛି । ଅନ୍ୟ କିଛି ଲୋକମାନେ କହୁଛନ୍ତି କି ଯାଜପୁରରେ ସମ୍ବଳ ନାମକ ଏକ ସ୍ଥାନ ଅଛି ଏହା ସହିତ ଓଡିଶାର ଅନ୍ୟ କେତେକ ସ୍ଥାନରେ ବି ସମ୍ବଳ ନାମକ ଜାଗା ଅଛି । ଏହିଭଳି ଭିନ୍ନ ଭିନ୍ନ ଲୋକମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଏହା ସହିତ ତର୍କ ବିତରକ ବି ଲାଗି ରହିଛି ।

ଏହା ପରେ ମହା ପୁରୁଷ କହିଲେ କି ଶାସ୍ତ୍ରରେ ଏହା ବିଷୟରେ ବର୍ଣିତ ହୋଇଛି କି- କ୍ଷୀର ସିନ୍ଧୁ ଦକ୍ଷିଣ ଯେ ବିରଜା ମଣ୍ଡଲ । ଖ୍ୟାତ ଯେ କାମଲପୁର ନାମ ସେ ସମ୍ବଳ ॥

ଯାଜପୁରରେ ସମ୍ବଳ ନାମକ ଏକ ସ୍ଥାନ ଅଛି । କିନ୍ତୁ ଏହାର କୌଣସି ସନ୍ଧାନ ମିଳି ନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ । ଏହା ପରେ କିଛି ପୂଜାରୀମାନେ ଏହା ବିଷୟରେ ବିରଜା ଠାକୁରାଣୀଙ୍କୁ କହିଲେ । ମାତା କହିଲେ କି ଯଦି ତୁମ ସମସ୍ତଙ୍କୁ କଳ୍କୀ ଅବତାର ଦେଖିବାର ଅଛି ତେବେ ମୋତେ ବାନ୍ଧି ଦେଇ ଯାଅ ।

ଏମିତିରେ ପୂଜାରୀ ସମସ୍ତେ ସମୟକୁ ଅପେକ୍ଷା କରିବେ ବୋଲି ନିଷ୍ପତି ନେଲେ ଓ ଫେରି ଆସିଲେ । କଳ୍କୀ ଅବତାର ଉପରେ ଯେତେବେଳେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ଲୋକମାନେ ଭଗବାନଙ୍କୁ ଚିହ୍ନି ପାରିବେ ନାହିଁ । ଯେତେବେଳେ ଜଗତରେ ବିପଦ ଆସିବ ସେହି ସମୟରେ ଭଗବାନ ଜଗତର ରକ୍ଷା କରିବେ ।

ଏହା ପରେ ବାବା ଜଣକ କହିଲେ କି ୨୦୨୭ରେ ସତ୍ୟଯୁଗ ପ୍ରବେଶ କରିବ ତେବେ ଏହାର ଅର୍ଥ ସେହି ସମୟରେ କଲିଯୁଗର ଅନ୍ତ ହେବ ଓ ଏହି ସମୟରେ ହିଁ ଭଗବାନ କଳ୍କୀ ଅବତାର ଗ୍ରହଣ କରିବେ । ଯେତେବେଳେ ଭାରତକୁ ଅସୁବିଧା ମାଡି ଆସିବ ସେତେବେଳେ ସେ ରକ୍ଷା କରିବା ପାଇଁ ଛିଡା ହୋଇଥିବେ ।

କହିବାକୁ ଗଲେ ଭଗବାନ କେଉଁ ଉପାୟରେ ସାହାର୍ଯ୍ୟ କରିବେ ଏହା ବିଷୟରେ କହିବା ବହୁତ କଷ୍ଟକର ଅଟେ । ସେ କହିଲେ କି ଶେଷ ସମୟରେ ବଲଭଦ୍ର ଦୁନିଆର ରାଜା ହେବେ ଓ ଏହା ଦିନେ ନା ଦିନେ ସତ୍ୟ ହେବ । କିନ୍ତୁ ସମୟ ଆସିଲେ ଏହା ସବୁ ହେବ । କହିଦେଉଛୁ କି ମାଲିକାରେ ବର୍ଣିତ ସମସ୍ତ ଘଟଣା କେବଳ ଭାରତରେ ନୁହେଁ ଭାରତ ବାହାରେ ବି ହେବ । କାରଣ ଭକ୍ତ କେବଳ ଭାରତରେ ନାହାନ୍ତି ଦୁନିଆ ବାହାରେ ବି ଅଛନ୍ତି । ଏହିଭଳି ଭବାରେ ବାବା ଜଣକ ମଳିକର ଲିଖିତ କିଛି ବିଚାରକୁ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *