ମାତ୍ର 12 ବର୍ଷ ବୟସରେ ହରେଇ ଦେଇଥିଲେ ବାପାଙ୍କୁ, ମା’ ଦିନ-ରାତି ମୂଲ ଲାଗି ପଢେଇଲେ ପୁଅକୁ, ଓ ଏବେ ପୁଅ ଏମିତି ସୁଝିଲା ମା’ର ଋଣ, ଶୁଣିଲେ ଆପଣ ବି କରିବେ ସଲାମ

ଜଣେ ମାଟି ଘରେ ରହୁଥିବା ବ୍ୟକ୍ତି କିଛି ଏହିଭଳି କାମ କରି ଦେଖାଇଛନ୍ତି କି ଆଜି ସମସ୍ତେ ତାଙ୍କର କାରନାମାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କହିଦେଉଛୁ କି ଏହି ବ୍ୟକ୍ତି ଜଣକ ବହୁତ କମ ବୟସରେ ନିଜର ପିତାଙ୍କୁ ହରାଇଥିଲେ, କିନ୍ତୁ କିଛି କରିବାର ସାହସ ଓ ପରିସ୍ଥିତି ସହ ଲଢିବାର ଧର୍ଯ୍ୟକୁ କେବେ ବି ହରାଇ ନ ଥିଲେ ।

ଯେଉଁ କାରଣରୁ ସେ ଏହି ସଫଳତା ହାସଲ କରିଛନ୍ତି । କହିଦେଉଛୁ କି ଏହି କାହାଣୀ ଅରବିନ୍ଦ କୁମାର ମିନାଙ୍କ ଅଟେ । ଯିଏକି ରାଜସ୍ଥାନ ଜିଲ୍ଲା ଦୌସା, ସିକରାୟା ଉପଖଂଡ କ୍ଷେତ୍ରର ନାହରଖୋହରା ଗାଁର ଅଟନ୍ତି । ତାଙ୍କର ପୁରା ପରିବାର ବହୁତ ହିଁ ଗରିବ ଅଟନ୍ତି । କିନ୍ତୁ ସେ ପରିଶ୍ରମ ଓ ଧର୍ଯ୍ୟ ଶକ୍ତି ବଳରେ ଦରିଦ୍ରତାକୁ ନଜର ଅନ୍ଦାଜ କରି ସଫଳତାର ସିଢିରେ ଚଢିଛନ୍ତି । ଯିଏକି ଜଣେ ସୁବିଧା ସମ୍ପନ୍ନ ପରିବାରର ପିଲା ପର୍ଯ୍ୟନ୍ତ ନୁହନ୍ତି ।

କହିଦେଉଛୁ କି ଗୋଟିଏ ବହୁତ ଗରିବ ପରିବାରରେ ଜନ୍ମ ନେଇଥିବା ଅରବିନ୍ଦ କୁମାର ମିନାଙ୍କ ମୁଣ୍ଡରୁ ତାଙ୍କର ପିତାଙ୍କ ସାୟା ମାତ୍ର ୧୨ ବର୍ଷ ବୟସରେ ଉଠି ଯାଇଥିଲା । ପ୍ରଥମେ ସେ ବହୁତ ଗରିବ ଥିଲେ ଓ ପିତାଙ୍କ ମୃତ୍ୟୁ ପରେ ଆହୁରି ତାଙ୍କର କଷ୍ଟ ଆହୁରି ବଢିଗଲା । ପିତା ଯିବା ପରେ ଅରବିନ୍ଦଙ୍କ ମା ପୁଅର ସମସ୍ତ ଦାୟିତ୍ଵ ସମ୍ଭାଳିଲେ ଏହା ସହିତ ଗରିବ କାରଣରୁ ପରିବାର ବିପିଏଲ ଶ୍ରେଣୀରେ ଆସିଗଲେ । ଶେଷରେ କଠିନ ପରିଶ୍ରମ ଓ ଦିନ ମଜୁରିଆ କରି ଅରବିନ୍ଦଙ୍କ ମା ତାଙ୍କୁ ପାଳିଲେ ।

ମାଟି ଘରର ରହି ଅରବିନ୍ଦ ସ୍କୁଲ, କଲେଜର ଶିକ୍ଷା ପୁରା କରିଲେ । କୁହାଯାଏ କି ଯେତେବେଳେ କଷ୍ଟ ଆସେ ତେବେ ମଣିଷକୁ ଭିତରୁ ଭାଙ୍ଗି ଦିଏ । ଏମିତିରେ ଆଗକୁ ବଢିବାକୁ ବହୁତ ଅସୁବିଧା ହୋଇଥାଏ । କିଛି ଏମିତି ହିଁ ଅରବିନ୍ଦଙ୍କ ସହିତ ବି ହୋଇଥିଲା । ଘରର ଖରାପ ଅବସ୍ଥା ଅରବିନ୍ଦଙ୍କୁ ଭିତରୁ ଭାଙ୍ଗି ଦେଇଥିଲା ଓ ସେ ପଢା ଲେଖା ଛାଡି ଦେବେ ବୋଲି ବି ମନ କରି ଦେଇଥିଲେ । କିନ୍ତୁ ମାଆ ପୁଣି ପୁଅର ଆତ୍ମବିଶ୍ଵାସ ବଢାଇଲ ଓ ସାହାସ ବି ଦେଲା ।

ମା ଅରବିନ୍ଦଙ୍କ ଶକ୍ତି ଦେଲେ ଓ ପୁଣି ଥରେ କଷ୍ଟ ଓ ପରିଶ୍ରମରେ ଲାଗି ଗଲେ । ଏହା ପରେ ଅରବିନ୍ଦ ବହୁତ ପରିଶ୍ରମ କରିଲେ ଓ ତାଙ୍କର ପରିଶ୍ରମ ରଙ୍ଗ ଆଣିଲା ଓ ତାଙ୍କର ଚୟନ ଶଶସ୍ତ୍ର ସୀମା ବଳ ଏସଏସବିରେ ସହାୟକ କମାଡେଣ୍ଟ ପୋସ୍ଟରେ ହୋଇଗଲା । କିନ୍ତୁ ଅରବିନ୍ଦ ଏଠି ବି ଅଟକିଲେ ନାହିଁ । କାରଣ ଅରବିନ୍ଦଙ୍କୁ ଆହୁରି ବି ବହୁତ କିଛି ହାସଲ କରିବାର ଥିଲା । ସେ ସେନାରେ ଚାକିରି କରିବା ସହିତ ୟୁପିଏସସିର ପ୍ରସ୍ତୁତି ବି ଜାରି ରଖିଲେ ।

ପୁଣି ଶେଷରେ ସେ ସେହି ସମୟ ଆସିଲା ଯେଉଁଥିପାଇଁ ଅରବିନ୍ଦ ନିରନ୍ତର ପ୍ରୟାସ କରୁଥିଲେ । ଅରବିନ୍ଦ ୟୁପିଏସସିର ପରୀକ୍ଷା ଦେଲେ ଓ ଦେଶରେ ୬୭୬ ପୋଜିସନରେ ଓ SC ବର୍ଗରେ ୧୨ ତମ ସ୍ଥାନ ପ୍ରାପ୍ତ କରିଲେ । ମାଟି ଘରେ ପଢି ଜଣେ ଯୁବକ ଆଜି ନିଜର ଭାଗ୍ୟକୁ ବଦଳାଇ ଦେଇଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *