ସବୁ ମହିଳାଙ୍କ ଜୀବନରେ ଋତୁଶ୍ରବ ବା ପିରିଅଡ ବହୁତ ମହତ୍ଵପୂର୍ଣ୍ଣ ଭୂମିକା ନିଭେଇ ଥାଏ । ଏହା ପ୍ରତି ମାସରେ ଆସିଥାଏ ତେବେ ମହିଳାଙ୍କୁ ପିରିଅଡ ସମୟରେ ନ ଆସିଲେ ବହୁତ ପ୍ରକାର ସମସ୍ଯା ଦେଖିବାକୁ ମିଳିଥାଏ ଓ ଏହା ଦ୍ଵାରା ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ ତେବେ ବହୁତ ମହିଳା ଏହି ସମସ୍ଯା ଛାପି ରଖନ୍ତି ଓ ଡକ୍ଟର ପାଖକୁ ଯାନ୍ତି ନାହିଁ ଏହା ଉଚିତ ନୁହ ।
ତେବେ ଆଜି ଆମେ ଆପଣଙ୍କୁ ପିରିଅଡ ସମୟରେ ନ ଆସିବା କାରଣ ଓ ତା ଚିକିତ୍ସା ବିଷୟରେ କହିବାକୁ ଯାଉଛୁ ଯାହା ବହୁତ କମ ଲୋକେ ଜାଣିଥାନ୍ତି । ଫିଜିଓଲୋଜିକଲ କାରଣ ଓ ପାଥୋଲୋଜିକଲ କାରଣ ଏହି ଦୁଇ କାରଣ ପାଇଁ ପିରିଅଡ ସମସ୍ଯା ଆସିଥାଏ ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ ବିସ୍ତାର ସହ କହିବାକୁ ଯାଉଛୁ ।

ଏହା ଅନୁଯାଇ ପିରିଅଡ ଏଲଇଟିଆସିଥାଏ ଯଦି ଆପପଣଙ୍କ ପିରିଅଡ କିଛି ଦିନ ଏଲଇଟି ଆସୁଛି ତେବେ ଚିନ୍ତା କରିବାର କିଛି ନାହିଁ ଏହା ଶରୀର ଭିତରେ ହେଉଥିବା ନେଚୁରାଲ ଚେଞ୍ଜ ପାଇଁ ହୋଇଥାଏ ଓ ଯଦି ଆପଣ ମେରିଡ ଅଛନ୍ତି ଓ ଗର୍ଭବତୀ ହବା ପାଇଁ ପ୍ଲାନିଙ୍ଗ କରୁଛନ୍ତି ତେବେ ୮- ୧୦ ଦିନ ପିରିଅଡ ମିସ ହେଲା ପରେ ଆପଣ ପ୍ରେଗନେନ୍ସି ଟେଷ୍ଟ କରି ଦିଅନ୍ତୁ । ତେବେ ଯେଉଁ ଝିଅ ମାନଙ୍କର ପିରିଅଡ ଆସିବା ନୂଆ ନୂଆ ଆରମ୍ଭ ହୋଇଥାଏ ତାଙ୍କ ବଡିକୁ ଅଡଜଷ୍ଟ ହବା ପାଇଁ ସମୟ ଲାଗିଥାଏ ଓ ଯେଉଁ ମହିଳାଙ୍କ ବୟସ ୪୦-୪୫ ହୋଇଥାଏ ତାଙ୍କର ମଧ୍ୟ ପିରିଅଡ ଆସିବାରେ ଏପଟ ସେପଟ ହୋଇଥାଏ ।

କାହିଁକିନା ଏହା ପିରିଅଡ ସବୁ ଦିନ ପାଇଁ ବନ୍ଦ ହବାର ସମୟ ହୋଇଥାଏ ସେଥିପାଇଁ ବଡି ଚେଞ୍ଜେସ ପାଇଁ ଏମିତି ହୋଇଥାଏ ଆପଣଙ୍କୁ ଚିନ୍ତା କରିବାର କିଛି ନାହିଁ । ତେବେ ଯଦି ଆପଣ କିଛି ଦିନ ତଳେ ପ୍ରସବ ଦେଇଛନ୍ତି ତେବେ ମଧ୍ୟ ଛୁଆକୁ ବ୍ରେଷ୍ଟ ଫିଡିଙ୍ଗ ପାଇଁ ହାର୍ମୋନ ଚେଞ୍ଜ ହୋଇଥାଏ ଯାହା ଫଳ ସ୍ୱରୂପ ବହୁତ ମହିଳାଙ୍କ ପିରିଅଡ ବହୁତ ବହୁତ ମାସ ପରେ ଆସିଥାଏ ତେବେ ଏହି କାରଣ ପ୍ପାଇନ ଆପଣଙ୍କୁ ଚିନ୍ତା କରିବା ଆବଶ୍ୟକ ନାହିଁ କାହିଁକିନା ଏହା ନର୍ମଲ ଅଟେ ।

ଏହା ଛଡା ଯଦି ଆପଣଙ୍କୁ ଏମିତି କିଛି କାରଣ ନାହିଁ ଓ ତଥାପି ଆପଣଙ୍କ ପିରିଅଡ ୧୦ରୁ ୧୨ ଦିନ ଏଲଇଟି ହେଉଛି ତେବେ ଏହା ବହୁତ ବଡ ସମସ୍ଯା ଅଟେ ଏହା ଗୋଟେ ସଂକେତଯେ ଆପଣଙ୍କ ୟୁଟେରସ ରେ କୌଣସି ପ୍ପ୍ରାକାର ରୋଗ ବା ଅସୁବିଧା ଅଛି ଯଦି ବର୍ଷରେ ଦୁଇ ଥର ଏମିତି ହେଉଛି ଓ ଅନ୍ୟ ସମୟରେ ଠିକ ପିରିଅଡ ଆସୁଛି ତେବେ କିଛି ଅସୁବିଧା ନାହିଁ କିନ୍ତୁ ଯଦି ବର୍ଷରେ ଅଧିକ ଥର ଏମିତି କିଛି ସମସ୍ଯା ହେଉଛି ତେବେ ଆପଣଙ୍କୁ ଡକ୍ଟର ପାଖକୁ ଯିବା ଆବଶ୍ୟକ ଓ ସେ ଯେଉଁ ଟେଷ୍ଟ କହିବେ ତାହା କରିବା ବହୁତ ଆସବ୍ୟାକ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।