ମାତ୍ର ତିନି ମାସରେ ହିଁ ବିବାହାରୁ ବାହାରିବା ପାଇଁ ଚାହୁଁଥିଲେ ରେଖା , ସ୍ଵାମୀ ଚିନ୍ତିତ ହୋଇ କରିଥିଲେ ଆତ୍ମହତ୍ୟା

ବଲିଉଡ ସହିତ ଯୋଡି ହୋଇଥିବା ଜଣାଶୁଣା ଅଭିନେତା ଏବଂ ଅଭିନେତ୍ରୀ କୌଣସି ନା କୌଣସି କାରଣରୁ ଚର୍ଚାକୁ ଆସିଥାନ୍ତି ରେଖାଙ୍କର ଏଥିରେ ପୁରୁଣା ସମ୍ପର୍କ ଅଛି । କଣ୍ଟ୍ରୋବର୍ସ୍ସି ଦୁନିଆରେ ରେଖା ସବୁବେଳେ ରହିଥାନ୍ତି । କିଛି ଦିନ ପୂର୍ବରୁ ରେଖାଙ୍କୁ ନେଇ ଏହି କଥା ସାମନାକୁ ଆସିଥିଲା କି ସେ ସଞ୍ଜୟ ଦତଙ୍କ ନାମର ସିନ୍ଦୁର ନିଜ ସିନ୍ଥିରେ ଲଗାନ୍ତି । କୁହାଯାଇଛି କି ଏହି କଥା ଉସ୍ମାନ ଙ୍କ ବହି ‘ରେଖା ଦ ଅନଟୋଲ୍ଡ ଷ୍ଟୋରି’ ରେ ଲେଖାଯାଇଛି ।

କିନ୍ତୁ ବହୁତ ଖୋଜାଖୋଜି ପରେ ଜଣାଯାଇଛି କି ଏମିତି କିଛି ସେହି ବହିରେ ନଥିଲା ।

ଏହି ବହିରେ କୁହାଯାଇଛି କି କେମିତି ରେଖା ସ୍ଵାମୀ ମୁକେଶ ଅଗ୍ରୱାଲଙ୍କ ଠାରୁ ଦୂରତା ବଣାଇଥିଲେ ଏବଂ ବିବାହର ସାତ ମାସ ପରେ ହିଁ ମୁକେଶଙ୍କର ମୃତ୍ୟୁ ହୋଇଥିଲା । ବହି ଅନୁସାରେ ୪ମାର୍ଚ ୧୯୯୦ରେ ମୁକେଶ ରେଖାଙ୍କ ସାଙ୍ଗ ସହିତ ତାଙ୍କ ଘରକୁ ଆସିଥିଲେ ଏବଂ ବିବାହ ପାଇଁ ପ୍ରପୋଜ କଲେ । ସବୁଠାରୁ ବଡ କଥା ହେଉଛି ଏହି ଦୁଇଜଙ୍କ ପରିବାର ମୁବାଇରେ ନଥିଲେ ଏହାପରେ ବି ସେମାନେ ବିବାହର ନିସ୍ପତି ନେଇଗଲେ ।

ସେହି ଦିନ ସନ୍ଧ୍ୟା ସମୟରେ ରେଖା ମୁକେଶ ବିବାହ କରିବା ପାଇଁ ମୁମ୍ବାଇର ମୁକ୍ତେଶ୍ଵର ମନ୍ଦିରରେ ପହଞ୍ଚିଲେ ଯାହାପାଖରେ ଇସ୍କନ ମନ୍ଦିର ବି ଥିଲା କିନ୍ତୁ ଯେମିତି ଲୋକଙ୍କୁ ଜଣାପଡିଲା ବହୁତ ଭିଡ ହୋଇଗଲା ଯାହା କାରଣରୁ ସେମାନେ ସେଠିକି ଯାଇ ପାରିଲେ ନାହିଁ । ସେ ଦୁଇଜଣ ଯେତବେଳେ ମନ୍ଦିର ପହଞ୍ଚିଲେ ସେତବେଳକୁ ପୂଜାରୀ ଶୋଇପଡିଥିଲେ ମୁକେଶ ତାଙ୍କୁ ଉଠାଇଲେ ଏବଂ ବିବାହ କରିବା ପାଇଁ କହିଲେ । ପୂଜାରୀ ରେଖାଙ୍କୁ ଚିହ୍ନିଥିଲେ କାରଣ ସେ ସବୁବେଳେ ମନ୍ଦିର ଆସୁଥିଲେ । ରାତି ୧୦.୩୦ରେ ଦୁଇଜଣ ବିବାହ କରିଥିଲେ ।

ବିବାହ ପରେ ସେ ଦୁଇଜଣ ହେମା ଏବଂ ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚିଲେ ,ସେମାନେ ପହଞ୍ଚିବା ପରେ ହେମା ରେଖାଙ୍କୁ କହିଲେ କି ତୁ କଣ ଏହି ଲୋକକୁ ବିବାହ କରିଛୁ ରେଖା କହିଲେ ହଁ । ପୁଣି ହେମା ପଚାରିଲେ ସେ ବହୁତ ଧନୀ କି ?ରେଖା ଏହାର କିଛି ଉତ୍ତର ଦେଲେ ନାହିଁ । ବିବାହର ପର ଦିନ ସେମାନେ ହନିମୁନ ପାଇଁ ବିଦେଶ ଗଲେ । ସବୁକିଛି ଠିକ ଚାଲିଥିଲା ସେ ଦୁଇଜଣ ବହୁତ ଖୁସି ଥିଲେ କିନ୍ତୁ ସପ୍ତାହକ ଭିତରେ ହେମା ଅନୁଭବ କଲେ କି ସେ ଏବଂ ମୁକେଶ ଜଣେ ଅନ୍ୟଜଣଙ୍କର ବିପରୀତ ।

ବିବାହର ଦୁଇମାସ ପରେ ରେଖା ମୁକେଶଙ୍କ ପାଖକୁ ଦିଲ୍ଲୀ ଯିବା କମ କରିଦେଲେ । ମୁକେଶ ଚାହୁଁଥିଲେ କି ରେଖା ଫିଲ୍ମ ଛାଡି ତାଙ୍କ ପାଖରେ ରୁହନ୍ତୁ । କିନ୍ତୁ ରେଖା ଏଗ୍ରୀମେଣ୍ଟ କରିଥିଲେ କି ସେ ଗର୍ଭବତୀ ହେବା ପରେ ହିଁ ଫିଲ୍ମ ଛାଡିବେ । କିଛି ଦିନ ପରେ ରେଖା ମୁକେଶଙ୍କ ସହ କଥା ହେବା ବି ବନ୍ଦ କରିଦେଲେ ମୁକେଶଏନକେ ପାଇଁ ଏହା ଝଟକା ଭଳି ଥିଲା ।

କୁହାଯାଇଛି କି ଏହି କାରଣରୁ ଅଗଷ୍ଟ୧୯୯୦ରେ ଅଧିକ ନିଦ ବଟିକା ଖାଇ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ଏହାପରେ ରେଖା ଫୋନ କରି କହିଲେ କି ଏମିତି ବିବାହର ମାନେ କଣ ଯାହାର କୌଣସି ଭବିଷ୍ୟତ ହିଁ ନାହିଁ । ସେମାନେ କଥା ହୋଇ ଡିଭୋର୍ସ ପାଇଁ ରାଜି ହୋଇଯାଇଥିଲେ । ୨୬ସେପ୍ଟେମ୍ବର୧୯୯୦ରେ ରେଖା ଷ୍ଟେଜ ସୋ ପାଇଁ ଆମେରିକା ଗଲେ ଏବଂ ୨ଅକ୍ଟୋବର ୧୯୯୦ରେ ମୁକେଶ ତାଙ୍କ ଫର୍ମହାଉସ ଯାଇ ସେଠାରେ ରେଖାଙ୍କ ଓଢଣିରେ ଲଟକି ନିଜର ଜୀବନ ଦେଇଦେଲେ ।

Leave a Reply

Your email address will not be published. Required fields are marked *