ମାଡି ଆସୁଛି ବାତ୍ୟା ‘ତଉକତେ’, ପାଣିପାଗ ବିଭାଗରୁ ସତର୍କ ହେଲା ଜାରି

ଏହି ବର୍ଷର ପ୍ରଥମ ସାମୁଦ୍ରିକ ବାତ୍ୟା ଆରବ ମହାସାଗରରେ ସୃଷ୍ଟି ହୋଇ ଯାଇଛି । ଦେଶର ପଶ୍ଚିମ ତଟରେ ଏହି ସପ୍ତାହର ଶେଷ ସମୟ ମଧ୍ୟରେ ବର୍ଷ ୨୦୨୧ର ପ୍ରଥମ ବାତ୍ୟା ଆରମ୍ଭ ହୋଇପାରେ ।

ପଶ୍ଚିମ ତଟର ମୌସମ ବିଭାଗ ଆରବ ସାଗର ଉପରେ ପ୍ରସ୍ତୁତୁ ହେଉଥିବା ସମ୍ଭାବିତ ବାତ୍ୟାକୁ ନେଇ ଭବିଷ୍ୟବାଣୀ କରିଛି । ମୌସମ ବିଭାଗ ଅନୁସାରେ ଯଦି ଏହା ବାତ୍ୟାରେ ପରିଣତ ହୁଏ ତେବେ ଏହାର ନାଁ ତଉକତେ ରଖାଯିବ । ଏହି ବାତ୍ୟାର ନାମକରଣ ମିୟମାର କରିଛି । ଏହାର ଅର୍ଥ ଅଧିକ ଜୋରରେ ଆବାଜ କରୁଥିବା ଝିଟିପିଟି ।

ମୌସମ ବିଭାଗ କହିଛି କି ୧୪ ମେ ସକାଳ ସମୟ ପାଖାପାଖି ଦକ୍ଷିଣ ପୂର୍ବୀ ଆରବ ସାଗର ଉପରେ ଗୋଟିଏ ଲଘୁଚାପ ଆରମ୍ଭ ହୋଇଯିବ । ଏହା ପରେ ୧୬ ତାରିଖରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି ।

କୁହାଯାଉଛି କି ଏହି ଲଘୁଚାପ ଦକ୍ଷିଣ ପୂର୍ବ ଆରବ ସାଗରରୁ ଉତ୍ତର ପଶ୍ଚିମ ଆଡକୁ ବଢିବ ଓ ଲାକ୍ଷାଦ୍ବୀପ ପାଖାପାଖି ହେବା ପରେ ଏହାର ପ୍ରଭାବ ପଡିବ । ଏହା ବି କୁହାଯାଇଛି କି ଆରବ ସାଗରରେ ସୃଷ୍ଟି ଲାଘୁଚାପ ପ୍ରଭାବରେ ଆସନ୍ତା କାଲି ଠାରୁ ଲାକ୍ଷାଦ୍ବୀପର ତଟବର୍ତ୍ତୀ ଅଞ୍ଚଲ ଛଡା ଗୋଆ, କର୍ଣାଟକ, କେରଲ, ମହାରାଷ୍ଟ୍ରରେ, କର୍ଣ୍ଣାଟକ ଓ ତାମିଲନାଡ଼ୁ ଭଳି ରାଜ୍ୟରେ ବର୍ଷା ଆରମ୍ଭ ହୋଇପାରେ ।

କହିଦେଉଛୁ କି ଏହି ବାତ୍ୟାର ପ୍ରଭାବରେ କୋମରିନ ଉପକୂଳ ଓ ପୂର୍ବ କେନ୍ଦ୍ରୀୟ ଆରବ ସାଗରର କେତେକ ଅଞ୍ଚଳର ସମୁଦ୍ର ଅଶାନ୍ତ ରହିବ ଓ ଏହା ସହିତ ପାଖାପାଖି ୫୦ କିଲୋମିଟର ବେଗରେ ପବନ ବହିବାର ବି ସମ୍ଭାବନା ଅଛି । ଏମିତିରେ ଭାରତୀୟ ପାଣି ପାଗ ବିଭାଗ ତରଫରୁ ସମସ୍ତ ମତ୍ସ୍ୟଜୀବୀମାନକୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ କୁହାଯାଇଛି । କହିଦେଉଛୁ କି ଏହି ବାତ୍ୟା କେତେ ଭୟଙ୍କର ହୋଇପାରେ ଏହା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବି ସୂଚନା ନାହିଁ ।

କିନ୍ତୁ କିଛି ଦିନ ପର୍ଯ୍ୟନ୍ତ ଏହି ବାତ୍ୟାର ପ୍ରଭାବ ରହିବ ବୋଲି ରିପୋର୍ଟରେ କୁହାଯାଇଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ମୌସମ ବିଭାଗ ଅନୁମାନ କରିଛି କି ପୂର୍ବ ମଧ୍ୟ ଆରବ ସାଗରରେ ଲଘୁଚାପ ୧୬ ମେ ପାଖାପାଖି ବାତ୍ୟାରେ ପରିଣତ ହୋଇପାରେ । ଏହା ପରେ ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଆଡକୁ ବଢିପାରେ ।

କିନ୍ତୁ କିଛି ଅନ୍ୟ କିଛି ରିପୋର୍ଟରେ ଏହା ବି କୁହାଯାଉଛି କି ଏହି ବାତ୍ୟା ଗୁଜୁରାଟର କଚ୍ଛ ହୋଇ ଦକ୍ଷିଣ ପାକିସ୍ତାନ ଆଡକୁ ବଢିପାରେ । ଯେତେବେଳେ କି ଅନ୍ୟ କିଛି ରିପୋର୍ଟରେ କୁହାଯାଉଛି କି ବାତ୍ୟା ଦକ୍ଷିଣ ଓମାନ ଆଡକୁ ବି ଯାଇ ପାରେ ।

Leave a Reply

Your email address will not be published. Required fields are marked *