ଏବେ ଏବେ ପାଣିପାଗ ପକ୍ଷରୁ କିଛି ସୂଚନା ଆଶୁଚିକି ମାଡି ଆସୁଛି ସାମୁଦ୍ରିକ ଝଡ ଯାହାର ନାମ ରହିଛି ‘ନୌଲ’ । ପ୍ରତିବର୍ଷ ସେପ୍ଟେମ୍ବରରୁ ଅକ୍ଟୋବର ମାସରେ ସାମୁଦ୍ରିକ ଝଡ ବା ବାତ୍ୟା ଆସିଥାଏ । ଠିକ ସେମିତି ଆଉ ଏକ ବାତ୍ୟା ଆସୁଛି ଯାହାର ନାମ ରହିଛି ନୌଲ ।
ଯାହାର ପ୍ରଭାବ ଓଡିଶାରେ ମଧ୍ୟ ଲାଗି ରହିବ । ତେଣୁ କଣ ରହିଛି ପାଣିପାଗ ସୂଚନା ଅନୁଯାଇ ଫ୍ରେଶ ଅପଡେଟ ଆସନ୍ତୁ ଜାଣିବା କେଉଁ ଜିଲ୍ଲା ମାନଙ୍କୁ ସତର୍କ କରାଯାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ । ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଛି ସାମୁଦ୍ରିକ ଝଡ ନୌଲ ।

ଏହାର ପ୍ରଭାବରେ ବଙ୍ଗୋପସାଗରରେ ଆସନ୍ତା ରବିବାର ସୁଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହାର ଠିକ ଗୋଟିଏ ଦିନ ପରେ ବଙ୍ଗୋପସାଗରରେ ଏହା ଅବପାତ ରୂପ ନେବ ବୋଲି ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ପରିବେଶ ଓ ଜଳବାୟୁ ପରିବେଷଣ କେନ୍ଦ୍ରରୁ ସୂଚନା ଦିଆଯାଇଛି ।

ରବିରର ରାତି ସୁଧା ଏହା ପଶ୍ଚିମ ବଙ୍ଗରେ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ଏହାର ଗତି ଝାରଖଣ୍ଡ ଓ ଛତିଶଗଡ ମୁହଁ ହେବ, ଏବଂ ସେପ୍ଟେମ୍ବର ୨୩ ସୁଧା ପ୍ରଭାବ ରହିବ । ଏହାର ପ୍ରଭାବରେ ଉତ୍ତର ଓଡିଶାର ବିଭିନ୍ନ ଜିଲ୍ଲାରେ ସେପ୍ଟେମ୍ବର ୨୦ ଓ ୨୧ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବିଜୁଳି ଘଡଘଡିର ମଧ୍ୟ ସମ୍ଭାବନା ରହିଛି ।

ସେହିପରି ପଶ୍ଚିମ ଓଡିଶାରେ ସେପ୍ଟେମ୍ବର ୨୨ ତାରିଖରୁ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଏବଂ ଉପକୂଳ ଓଡିଶାର ସେପ୍ଟେମ୍ବର ୧୯ ରୁ ୨୧ ତିରିଖ ମଧ୍ୟରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି କୁହାଯାଇଛି । ଯାହାର ପ୍ରଭାବରେ ୨୦ ତାରିଖରୁ ତିନିଦିନ ଧରି ଅର୍ଥାତ ୨୨ ତାରିଖରୁ ତିନିଦିନ ଧରି ପ୍ରାୟ ବର୍ଷା ହେବାର ସମ୍ଭାବନା ରହିଛି ।

ଏପରିକି ୧୩ ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ଵର ପାଣିପାଗ କେନ୍ଦ୍ର । ତେବେ ସେହି ଜିଲ୍ଲା ଗୁଡିକ ରହିଛି ମାଲକାନଗିରି, କୋରାପୁଟ, ନବରଂଗ ପୁର, କଳାହାଣ୍ଡୀ, ବଲାଙ୍ଗିର, ନୂଆପଡା, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗିର, ଦେଓଗଡ, କେଉଁଝର, ଓ ମୟୂରଭଞ୍ଜ । ୨୦ ତାରିଖରୁ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଯିବୀଙ୍କୁ ପରାମର୍ଶ ଦିଆଯାଇଛି । ଯଦି କେହି ମତ୍ସ୍ୟଯିବୀ ସମୁଦ୍ରରେ ଥିବେ ତାହେଲ ୨୦ ତାରିଖ ସୁଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।